ପ୍ରମୂଖ ଖବର
  • ମୁମ୍ବାଇ ଏୟାରପୋର୍ଟରେ ଅଘଟଣ, ଅବତରଣ ବେଳେ ରନୱେରୁ ତଳକୁ ଖସିଗଲା ଏୟାର ଇଣ୍ଡିଆ ବିମାନ
  • ||
  • ଦୁଷ୍କର୍ମ ଅଭିଯୋଗରେ ଉଦିତ ପ୍ରଧାନ ଗିରଫ ଘଟଣା। ପୀଡ଼ିତାଙ୍କ ବୟାନ ରେକର୍ଡ
  • ||
  • ଢ଼ାକାରେ ଖସି ପଡ଼ିଲା ଏଫ୍‌-୭ ଟ୍ରେନିଂ ବିମାନ, ଦୁର୍ଘଟଣାରେ ଜଣେ ମୃତ, ଉଦ୍ଧାରକାର୍ଯ୍ୟ ଜାରି
  • ||
  • କଟକ : ପରିବାରର ୩ ଜଣଙ୍କୁ ହତ୍ୟା ମାମଲା; ପ୍ରମାଣ ଅଭାବରୁ ଫାଶୀ ଦଣ୍ଡାଦେଶ ରଦ୍ଦ,୨ ଆସାମୀ ନିର୍ଦ୍ଦୋଷରେ ଖଲାସ
  • ||
  • ବାଲେଶ୍ବର FM କଲେଜ ଛାତ୍ରୀ ଆତ୍ମାହୁତି ଘଟଣା,ଭାରପ୍ରାପ୍ତ ଅଧ୍ୟାପକ ଓ କିଛି କର୍ମଚାରୀଙ୍କୁ ପଚରାଉଚରା
  • ||
  • ଆରଏସପିରେ ଅଘଟଣ, ଶାବଳ ବାଜି ଠିକା ଶ୍ରମିକଙ୍କ ମୃତ୍ୟୁ
  • ||
  • ଛାତ୍ର କଂଗ୍ରେସ ସଭାପତି ପଦରୁ ଉଦିତ୍ ପ୍ରଧାନ ନିଲମ୍ବିତ, ଉଦିତ୍ ପ୍ରଧାନଙ୍କୁ ନିଲମ୍ବିତ କଲେ NSUI ସଭାପତି
  • ||
  • ମୌସୁମୀ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, କହିଲେ ଏହି ଅଧିବେଶନ ବିଜୟର ଉତ୍ସବ
  • ||
  • ବାଲେଶ୍ୱର :ନବମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ; ପ୍ରଧାନ ଶିକ୍ଷକ ଏବଂ ଗଣିତ ସାର୍ ଅଟକ
  • ||
  • ପୁରୀ : କୂଅରେ ପଡ଼ି ଚାଲିଗଲା ପାଳିଆ ସେବାୟତଙ୍କ ଜୀବନ, ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ||
  • ଗୁଜରାଟରେ ଭୂକମ୍ପ ଝଟ୍‌କା, ଥରିଲା ଆଲାସ୍କା-ତାଜାକିସ୍ତାନ, ୬.୨ ତୀବ୍ରତା ରେକର୍ଡ
  • ||
  • ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ବଡ଼ ମହାସ୍ନାନ, ସାଧାରଣ ଦର୍ଶନ ବନ୍ଦ
  • ||
  • ଖାଦ୍ୟ ପାଇଁ ଅପେକ୍ଷା କରିଥିଲେ, ଇସ୍ରାଏଲ ସେନା ଚଲାଇଲା ଗୁଳି ୬୭ ପାଲେଷ୍ଟୀନିୟଙ୍କ ମୃତ୍ୟୁ
  • ||
  • କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ
  • ||
  • ମୌସୁମୀ ଅଧିବେଶନ ୨୦୨୫: ଆଜିଠୁ ୩ଟି ପ୍ରମୁଖ ପ୍ରସଙ୍ଗ ନେଇ କମ୍ପିବ ଗୃହ, ସରକାରଙ୍କୁ ଘେରିବେ ବିରୋଧୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ:୨୩ରୁ ବଢ଼ିବ ବର୍ଷା, ୨୪ରେ ଲଘୁଚାପ, ଆଜିଠୁ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||
  • ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

‘ଭଲରେ କାମ କରୁନଥିବା ଠିକାଦାରଙ୍କୁ ବୁଲଡୋଜର ତଳେ ପକାଇ ଦିଆଯିବ’, ସଂସଦରେ ଗଡକରୀଙ୍କ ଚେତାବନୀ

Published By : Harapriya Biswal | December 5, 2024 7:41 PM

ନୂଆଦିଲ୍ଲୀ,୫।୧୨: ଦୃତ ଗତିରେ ସଡକ ନିର୍ମାଣ ଓ ଏହାର ମାନ ନେଇ ସଂସଦରେ ନୀତିନ ଗଡକରୀ ଦେଇଛନ୍ତି ବଡ଼ ବୟାନ। ଗୁରୁବାର ଳୋକସଭାରେ ଏକ ପ୍ରଶ୍ନର ଉତ୍ତରରେ ଗଡକାରୀ କହିଛନ୍ତି, ମୁଁ ପୂର୍ବରୁ କହିସାରିଛି, ଠିକ୍ କାମ କରୁନଥିବା ଠିକାଦାରଙ୍କୁ ବୁଲଡୋଜର ପକାଇ ଦିଆଯିବ।’ ସେ ଗୃହର ପ୍ରଶ୍ନକାଳ ବେଳେ ରାଜସ୍ଥାନର ନାଗୌରୁ ସାଂସଦ ଥିବା ହନୁମାନ ବେନିଓ୍ବାଲଙ୍କ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ଯେ, ଠିକାଦରଙ୍କୁ ଠିକ୍ ଭାବରେ କାମ କରିବା ପାଇଁ ଶକ୍ତ ହେବାକୁ ପହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଆମ ବିଭାଗ  ୫୦ ଲକ୍ଷ କୋଟି ଟଙ୍କା କାମ କରିଛୁ। ଆମେ ପାରଦର୍ଶୀ  ଓ ସମୟବଦ୍ଧ। ଏବେ ପରିଣାମ ଦେବାର ସମୟ ଆସିଛି।’

ତାଙ୍କର କହିବା ଅନୁସାରେ, ମୁଁ ଏହାର ଉଲ୍ଲେଖ କରିବାକୁ ଚାହୁଁନି। ମୁଁ କହିସାରିଛି ‌ଯେ, ଯଦି ଠିକାଦାର ଠିକ୍ ଭାବରେ କାମ କରିବେନି ତାଙ୍କୁ ବୁଲଡୋଜର ତଳେ ପକାଇ ଦେବୁ। ଏ ବର୍ଷ ଦେଖନ୍ତୁ କେଉଁଭଳି କାମ କରିବି, ଆମେ ଟିକେ ବି କାମରେ ବୁଝାମଣା କରିବୁନି।’ ସେ ଗୃହରେ କହିଛନ୍ତି, ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍‌ ଓ୍ବେ’ର ନିର୍ମାଣରେ ଦେଖିବାକୁ ମିଳିଥିବା ନିମ୍ନମାନର କାମ ପାଇଁ ୪ ଜଣ ଠିକାଦାରଙ୍କୁ ଦାୟୀ କରାଯାଇଛି। ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେ ଲୋକସଭାରେ ପ୍ରଶ୍ନକାଳ ବେଳେ କହିଛନ୍ତି, ଆଇଆଇଟି-ଖଡଗପୁର ଓ ଆଇଆଇଟି-ଗାନ୍ଧୀନଗରର ବିଶେଷଜ୍ଞ ଏକ୍ସପ୍ରେସ୍‌ ଓ୍ବେର ନିରୀକ୍ଷଣ କରିଛନ୍ତି ଓ ଏହାର ନିର୍ମାଣରେ ଅଭାବ ଦେଖିବାକୁ ମିଳିଛି। 

ଗଡକାରୀ କହିଛନ୍ତି, ଆମେ ସେହି ୪ ଠିକାଦାରଙ୍କ ନୋଟିସ ଜାରି କରି ତାଙ୍କୁ ବ୍ଲାକ ଲିଷ୍ଟ କରିଦେବୁ। କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।’ ମନ୍ତ୍ରୀ କହିଛନ୍ତି, ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍‌ ଓ୍ବେ ଦେଶର ସବୁଠାରୁ ଲମ୍ବା ସଡକ ଓ ଏହାର ନିର୍ମାଣ ସବୁଠାରୁ କମ୍ ସମୟରେ ହୋଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.