ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ବିଶ୍ୱର ଏକମାତ୍ର ୧୦ ଷ୍ଟାର୍ ହୋଟେଲ, ଭିତରେ ଲାଗିଛି ୨୪ କ୍ୟାରେଟ୍ ଗୋଲ୍ଡ

Published By : Swapna Ray | January 31, 2025 10:55 AM

ବିଶ୍ୱରେ ଏକାଧିକ ବଡ଼ ବଡ଼ ଷ୍ଟାର ହୋଟେଲ ରହିଛି । ଯେଉଁଠାକୁ ଅଧିକାଂଶ ଧନୀ ବା କୋଟିପତି ଲୋକ ଯାଆନ୍ତି । ଏହି ଷ୍ଟାର ହୋଟେଲ ଭିତରୁ ଗୋଟିଏ ହୋଟେଲ ହେଉଛି ଦୁବାଇର ଜୁମେରାହ ବୁର୍ଜ ଏଆଇ ଆରବ୍ । ଏହି ହୋଟେଲର ବିଶେଷତା ହେଉଛି ଏହା ବିଶ୍ୱର ଏକମାତ୍ର ୧୦ ଷ୍ଟାର ହୋଟେଲ, ଯାହା ନିଜର ବିଳାସପୂର୍ଣ୍ଣ ବ୍ୟବସ୍ଥା ପାଇଁ ଖୁବ୍ ପରିଚିତ । ଅଫିସିଆଲି ଏହାକୁ ସେଭେନ୍ ଷ୍ଟାରର ସ୍ଥାନ ମିଳିଛି । କିନ୍ତୁ, ଏଠାକୁ ଆସୁଥିବା ଗ୍ରାହକମାନେ ଏହି ହୋଟେଲକୁ ୧୦ ଷ୍ଟାର ରେଟିଂ ଦେଇଥାନ୍ତି । ଏହି ଅଲ୍ଟ୍ରା ଲକଜରିୟସ୍ ହୋଟେଲକୁ ଏକ ଆର୍ଟିଫିସିଆଲ ଆଇଲାଣ୍ଡରେ ସ୍ଥାପନା କରାଯାଇଛି । ଗ୍ରାହକଙ୍କୁ ଏହାର ଡିଜାଇନ୍ ସବୁଠାରୁ ବେଶି ଆକର୍ଷିକ କରିଥାଏ । ଏହି ହୋଟେଲକୁ ଟମ୍ ୱାଇଟ୍ ୧୯୯୯ରେ ତିଆରି କରିଥିଲେ । ସେ ଏହାର ମୁଖ୍ୟ ଆର୍କିଟେକ୍ଚର ଥିଲେ । ଏହାକୁ ନିର୍ମାଣ କରିବାକୁ ୧ ଆରବ ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରାରେ ୮ ହଜାର ୩୩୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଏହାର ଉଚ୍ଚତା ୩୨୧ ମିଟର, ଯାହା ଦୁନିଆର ସବୁଠାରୁ ଉଚ୍ଚ ହୋଟେଲ ଭିତରୁ ଗୋଟିଏ । 

ତେବେ ଏହି ହୋଟେଲର ଉପର ଆଡ଼କୁ ୩୯ ପ୍ରତିଶତ ଅଂଶ ଲୋକଙ୍କ ରହଣୀ ପାଇଁ ଉପଯୋଗୀ ନୁହେଁ । ଏହି ହୋଟେଲ ଉପରେ ଏକ ହେଲିପ୍ୟାଡ୍ ମଧ୍ୟ ରହିଛି, ଯାହା ସ୍ଥଳଭାଗରୁ ୨୧୦ ମିଟର ଉପରେ ଅବସ୍ଥିତ । ଏହି ହୋଟେଲରେ ରହିବା ପାଇଁ ସାରା ବିଶ୍ୱରୁ ଅନେକ ଭିଆଇପି ଓ ବଡ଼ ବଡ଼ ବିଜନେସ୍ ମ୍ୟାନ୍ ଆସିଥାନ୍ତି । ହୋଟେଲ ଭିତରକୁ ୨୪ କ୍ୟାରେଟ୍ ଗୋଲ୍ଡ ଲିଫ୍‌ରେ ସଜାଯାଇଛି । ଏଥିରେ ୨୦୨ ଡୁପଲେକ୍ସ ସୁଇଟ୍ସ ରହିଛି, ଯାହା ଦେଖିବାକୁ ଖୁବ୍ ସୁନ୍ଦର । ଅଲ ଆରବ ଜୁମେରାହର ଗୋଟିଏ କୋଠରୀରେ ଗୋଟିଏ ରାତି ରହିବା ପାଇଁ ଗ୍ରାହକଙ୍କୁ ୨ ଲକ୍ଷରୁ ଆରମ୍ଭ କରି ୧୦ ଲକ୍ଷ ଟଙ୍କା ଦେବାକୁ ପଡ଼ିଥାଏ । ଏଠାକୁ ଆସୁଥିବା ଗ୍ରାହକମାନେ ହେଲିକପ୍ଟର ସେବା କିମ୍ୱା ରୋଲ୍ସ ରଏସ୍‌ରେ ହୋଟେଲରେ ପହଞ୍ଚିପାରିବେ ।   

ହୋଟେଲଟି ଅନେକ ବିଳାସପୂର୍ଣ୍ଣ ବ୍ୟବସ୍ଥା ପ୍ରଦାନ କରିଥାଏ । ଏହି ହୋଟେଲରେ ଫ୍ରି ୱାଇ-ଫାଇ, ପ୍ରାଇଭେଟ୍ ବିଚ୍, ଏକାଧିକ ସୁଇମିଂ ପୁଲ୍, ସ୍ପା, ଜିମ୍ ଓ ମସାଜ୍‌ର ବ୍ୟବସ୍ଥା ରହିଛି । ସ୍ପା ସୁବିଧାରେ ଶୋଇବା କକ୍ଷ, ଷ୍ଟିମ୍ ରୁମ୍ ଆଦି ରହିଛି । ଏଠାକାର ଖାଇବା ବ୍ୟବସ୍ଥା ମଧ୍ୟ ଉଚ୍ଚକୋଟିର, ଏହି ହୋଟେଲରେ ବିଶ୍ୱସ୍ତରୀୟ ୮ଟି ରେସ୍ତୋରାଁ ରହିଛି । ଏଠାରେ ଗ୍ରାହକଙ୍କ ସୁବିଧା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ରହିଛି । ଗ୍ରାହକଙ୍କୁ ୨୪ ଘଣ୍ଟାର ଷ୍ଟାଫ୍ ସର୍ଭିସ ମଧ୍ୟ ପ୍ରଦାନ କରାଯାଏ ।

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.