ପ୍ରମୂଖ ଖବର
  • ଶେରଗଡ଼ : ଚୁଡି ଦୋକାନରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • କିଟ୍‌ ଛାତ୍ରୀ ମୃତ୍ୟୁ ଘଟଣା: ରିମାଣ୍ଡରେ ଆସିବ ଅଭିଯୁକ୍ତ ପୁରୁଷ ବନ୍ଧୁ
  • ||
  • କୂଅରୁ ମିଳିଲା ବଲାଙ୍ଗୀର : ୱାର୍ଡ଼ ମେମ୍ବରଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • କିଟ୍ ଛାତ୍ରୀ ମୃତ୍ୟୁ ମାମଲା: ପୋଲିସକୁ ମିଲିଲା ସୁଇସାଇଡ୍‌ ନୋଟ୍‌
  • ||
  • AIIMSରେ ସିବିଆଇ ରେଡ୍‌, ନିଯୁକ୍ତି ସ୍କାମ୍‌ର ଚାଲିଛି ତାନାଘନା
  • ||
  • ବିରୋଧୀଙ୍କ ହଟ୍ଟଗୋଳରେ ଧୋଇଗଲା ପ୍ରଶ୍ନକାଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
  • ||
  • କଟକ : ପରକୀୟା ପ୍ରୀତିକୁ ନେଇ ହତ୍ୟା, ଶାବଳରେ ପିଟି ପିଟି ୬୨ ବର୍ଷିୟ ବୃଦ୍ଧଙ୍କୁ ହତ୍ୟା କଲା ସ୍ୱାମୀ
  • ||
  • ବୋରିଗୁମ୍ମା : ରାସ୍ତା ମଝିରେ ଥିବା ଟ୍ରକ୍‌କୁ ପିଟିଲା ବାଇକ୍‌, ୨ ମୃତ
  • ||
  • ବାଲେଶ୍ୱର : ଭାରସାମ୍ୟ ହରାଇ ବରଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ, ୫ ଆହତ
  • ||
  • କଟକ : ଦେହରେ ଡିଜେଲ ଢାଳି ନିଜକୁ ଜାଳିଦେଲା ନାବାଳକ, କାରଣ ଅସ୍ପଷ୍ଟ
  • ||

ଧାନ ପେଡା ମେସିନ, ଟ୍ରାକ୍ଟର ସହ ଜଳିଗଲା ୭୦ ବସ୍ତା ଧାନ

Published By : Prameya | January 7, 2025 11:04 PM

ଖଲ୍ଲିକୋଟ ,୭।୧ : ଧାନ ପେଡୁଥିବା ବେଳେ ଅଘଟଣ। ସର୍ଟ ସର୍କିଟରୁ ନିଆଁ ଲାଗି ଧାନ ପେଡା ମେସିନ,  ଟ୍ରାକ୍ଟର ସହିତ ଜଳିଗଲା ପ୍ରାୟ ୭୦ ବସ୍ତା ଧାନ।ଗତ କିଛି ଦିନ ତଳେ ଲଗାଣ ବର୍ଷାରୁ ଯାହା ବଞ୍ଚିଥିଲା ଏବେ ନିଆଁ ଲାଗି ସମ୍ପୂର୍ଣ୍ଣ ଧାନ ପୋଡି ଯାଇଛି।

 ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଆଇତିପୁର ପଂଚାୟତର ବଡ଼କ୍ଷେତା ବିରକୃଷ୍ଣ ଶରଣପୁର ଗ୍ରାମର ଗୌରୀ କୁମାର ମିଶ୍ର ଓ ପୁଅ ମନୋରଞ୍ଜନ ମିଶ୍ର  ନିଜର ପ୍ରାୟ ୨୦ ଭରଣ ଜମିରେ ଧାନ ଚାଷ କରିଥିଲେ। ଆଜି ଟ୍ରାକ୍ଟର ଯୋଗେ ଧାନ ପେଡା ମେସିନକୁ ବିଲ ମଧ୍ୟକୁ ଆଣି ଧାନ ପେଡୁଥିଲେ। ତେବେ ଧାନ ପେଡୁଥିବା ସମୟରେ ହଠାତ ମେସିନରେ ନିଆଁ ଲାଗି ଯାଇଥିଲା। ଚାହୁଁ ଚାହୁଁ ନିଆଁ ହୁତ ହୁତୁ ଜଳି ଚାରିଆଡେ ବ୍ୟାପି ଯାଇଥିଲା। ଧାନ ପେଡା ମେସିନ, ଟ୍ରାକ୍ଟର ସହିତ ଧାନ ଗଦା ଜଳି ଯାଇଥିଲା। ପ୍ରାୟ ୭୦ ବସ୍ତା ଧାନ ଜଳି ପୋଡି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିବା ଗୌରୀ କୁମାର ମିଶ୍ର କହିଛନ୍ତି। ଖବର ପାଇ ଗ୍ରାମବାସୀ ପହଞ୍ଚି ପାଣି ପକାଇ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ।  ପରେ ଖଲ୍ଲିକୋଟ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.