ନୂଆଦିଲ୍ଲୀ,୨୭/୦୩; ଭୟଙ୍କର ଛାତିଥରା ଦୁର୍ଘଟଣା । ପିକ୍ ଅପ୍- ବସ୍ ମଧ୍ୟରେ ଧକ୍କା । ଚାଲିଗଲା ୧୦ ଜୀବନ । ୨୦ରୁ ଅଧିକ ଆହତ । ମଧ୍ୟପ୍ରଦେଶର ଛିଣ୍ଡୱାରାର ଏକ ପିକ ଅପ ଟ୍ରକ ଓ ବସ ମଧ୍ୟରେ ଦୁର୍ଘଟଣା ଘଟିଛି । ଏଥିରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଆହତ ମାନଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର ନେଇ ଜିଲ୍ଲାପାଳଙ୍କ ପକ୍ଷରୁ ସୂଚନା ମିଳିଛି । ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପାଇଁ ୪ ଲକ୍ଷ ଓ ଆହତଙ୍କ ପାଇଁ ୧ ଲକ୍ଷ ସହାୟତା ରାଶି ଘୋଷଣା କରିଛନ୍ତି ।
ଗୁରୁବାର ମଧ୍ୟପ୍ରଦେଶର ଛିନ୍ଦୱାଡା ଜିଲ୍ଲାରେ ଏହି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏକ ବସ୍ ଏକ ପିକଅପ୍ ଟ୍ରକ ସହିତ ଧକ୍କା ହେବା ପରେ ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିଲା । ଘଟଣାସ୍ଥଳେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି । କିଛି ଯାତ୍ରୀଙ୍କ ହାତ କଟି ଯାଇଛି । ଅନେକ କିଛି ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । କଲେକ୍ଟର ହରେନ୍ଦ୍ର ନାରାୟଣ ଏ ଖବର ନିଶ୍ଚିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଦୁର୍ଘଟଣାକୁ ନେଇ ଶୋକ ଦୁଃଖ ପ୍ରକାଶ କରିଛନ୍ତି ଏବଂ ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ମୃତକଙ୍କ ପରିବାରକୁ ୪ ଲକ୍ଷ ଓ ଆହତଙ୍କ ପାଇଁ ୧ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା ହୋଇଛି ।
आज शाम को छिंदवाड़ा-नागपुर रोड पर हुई सड़क दुर्घटना हृदय विदारक है। प्रभावित परिवारों के प्रति मेरी संवेदनाएं हैं। परमपिता परमात्मा से प्रार्थना है कि सभी दिवंगतों की आत्मा को शांति प्रदान करें। घायलों के शीघ्र स्वास्थ्य लाभ के लिए कामना करता हूँ।
— Dr Mohan Yadav (@DrMohanYadav51) March 26, 2026
मैंने संबंधित अधिकारियों को…
ଏହା ବି ପଢନ୍ତୁ...ଆନ୍ଧ୍ରପ୍ରଦେଶରେ ଭୟଙ୍କର ସଡ଼କ ଦୁର୍ଘଟଣା; ବସକୁ ଧକ୍କା ଦେଲା ଟ୍ରକ୍, ୧୦ ଜୀବନ୍ତ ଦଗ୍ଧ
ପୁଲିସର ସୂଚନା ଅନୁଯାୟୀ, ଘଟଣାଟି ସନ୍ଧ୍ୟା ପ୍ରାୟ ସାଢ଼େ ୬ଟାରେ ଉମରାନଲା ଅଞ୍ଚଳରେ ଘଟିଥିଲା । ବସଟି ୪୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଛିନ୍ଦୱାଡ଼ାରୁ ଉମରାନଲା ଅଭିମୁଖେ ଯାତ୍ରା କରୁଥିଲା । ସୂଚନା ଅନୁଯାୟୀ, ଅଧିକାଂଶ ଯାତ୍ରୀ ଚୌରାଇ ତହସିଲରେ ଆୟୋଜିତ ଏକ ଲାଭାର୍ଥୀ ସମ୍ମିଳନୀରୁ ଫେରୁଥିଲେ, ଯେଉଁଥିରେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ମଧ୍ୟ ଯୋଗ ଦେଇଥିଲେ । ଦୁର୍ଘଟଣାର ପ୍ରକୃତ କାରଣ ବର୍ତ୍ତମାନ ସ୍ପଷ୍ଟ ହୋଇନାହଁ। ଘଟଣା ପରେ ପୁଲିସ ଏବଂ ଡାକ୍ତରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ । ସମସ୍ତ ଆହତଙ୍କୁ ପ୍ରାଥମିକ ଚିକିତ୍ସା ଦିଆଯାଇଥିଲା ଏବଂ ପରେ ଜିଲ୍ଲା ହସ୍ପିଟାଲକୁ ପଠାଯାଇଛି। ମୃତକଙ୍କ ନାମ ବସ୍ ଡ୍ରାଇଭର କମଲ (୫୪), ପିକଅପ୍ ଡ୍ରାଇଭର ରବି ଧାରେ (୪୦), ଭଗବତୀ (୪୫), ଦୌଲତ (୪୦), ସକୁନ ଯାଦବ (୪୫), ରାମଦାସ (୪୦), ରମେଶ (୩୫), ସିଆ ବାଇ (୪୦), ବଂଶ (୭) ଏବଂ ଅନ୍ୟ ଜଣେ ବୋଲି ଚିହ୍ନଟ କରାଯାଇଥିଲା । ଆହତମାନଙ୍କୁ ୬ଟି ଆମ୍ବୁଲାନ୍ସରେ ଜିଲ୍ଲା ହସ୍ପିଟାଲକୁ ପଠାଯାଇଥିବା ସୂଚନା ମିଳିଛି ।