ପ୍ରମୂଖ ଖବର
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଯାତ୍ରୀବାହି ବସ୍‌ ଓ ପାଇପ ବୋଝେଇ ଟ୍ରକ୍‌ ମଧ୍ୟରେ ଧକ୍କା,୪ ଆହତ

Published By : Harapriya Sethi | January 15, 2025 9:50 AM

ପାପଡାହାଣ୍ଡି,୧୫/୦୧: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଦେଇ ଯାଇଥିବା ୨୬ ନମ୍ବର ଜାତୀୟ ରାଜପଥରେ ଦୁଲପୁର ନିକଟରେ ଏକ ପାଇପ ବୋଝେଇ ଟ୍ରକ ଓ ବସ ମଧ୍ୟରେ ଧକ୍କା ହୋଇଥିଲା । ବସ୍‌ରେ ୨୬ ଜଣ ଯାତ୍ରୀ ଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କୁ ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ନବରଙ୍ଗପୁର ଜିଲ୍ଲାରେ ଏବଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି । 

ସୂଚନା ମୁତାବକ, ଡେଜି ନାମକ ଘରୋଇ ବସ ସମ୍ବଲପୁରରୁ ଦାମନଯୋଡି ଆସିବା ସମୟରେ ବିପରିତ ଦିଗରୁ ସମ୍ବଲପୁର ଯାଉଥିବା ପାଇପ ବୋଝେଇ ଟ୍ରକ୍‌ ସହ ଧକ୍କା ହୋଇଥିଲା । ବସ୍‌ଟି ଧକ୍କା ହୋଇ ରାସ୍ତା କଡ଼ ଖାତକୁ ଖସି ଓଲୋଟି ପଡିଥିଲା । ଏଥିରେ ବସର ଗୀତା ଭତରା, ବାସନ୍ତି ସେନାପତି, ଅନନ୍ତ ସେନାପତି ଓ ଦିପେନ୍ଦ୍ର ବେହେରା ଆହତ ହୋଇଥିଲେ । ଏହି ଦୁର୍ଘଟଣା ଫଳରେ ପାଇପ ବୋଝେଇ ଟ୍ରକ୍‌ର ପାର୍ଶ୍ୱରେ ବସ୍‌ ଧକ୍କା ଦେବା ଯୋଗୁଁ ପାଇପରେ ବନ୍ଧା ଯାଇଥିବା ବେଲ୍ଟ ଛିଡି ଯିବା ଯୋଗୁଁ ପାଇପ ଗୁଡିକ ଖସି ପଡ଼ିଥିଲା । ବସ୍‌ ଡ୍ରାଇଭର ଯାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ରାସ୍ତା କଡ଼ ଜମି ଭିତରେ ଥିବା ଖାଲରେ ଓଲୋଟି ପଡ଼ିଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପାପଡାହାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରହିଛି । ଜାତୀୟ ରାଜପଥ ଉପରେ ପାଇପ ଗୁଡିକ ପଡିରହିଛି । 





Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.