ନୂଆଦିଲ୍ଲୀ, ୨୬/୨ : କୁହାଯାଏ ଜ୍ବାଇଁ ହେଉଛନ୍ତି ପୁଅ ସମାନ । ସେଥିପାଇଁ ଶ୍ବଶୁର ଘରେ ଜ୍ବାଇଁକୁ ଅଧିକ ସମ୍ମାନ କରାଯାଏ । କିନ୍ତୁ ଜ୍ବାଇଁ ଯଦି ଶ୍ବଶୁରଘରେ ଲୁଟ୍ କରିବ ତାହେଲେ ଆଉ କିଏ ବା ଜଗିବ । ଶାଶୁ, ଶ୍ବଶୁର ଏବଂ ସ୍ତ୍ରୀଙ୍କୁ ନିଶା ଦେଇ ଲୁଟି ନେଇଥିବା ଘଟଣା ଏବେ ଉତ୍ତରପ୍ରଦେଶରୁ ଆସିଛି । ପୁଲିସ ଖବର ପାଇବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି । ଏହାସହ ଅଭିଯୁକ୍ତ ଜ୍ବାଇଁ ଫେରାର ଥିବାବେଳେ ତାକୁ ଖୋଜିବା ପାଇଁ ବିଭିନ୍ନ ସ୍ଥାନରେ ଛାନବିନ୍ ଚାଲିଛି ।
କହି ରଖୁଛୁ କି, ସନ୍ତୋଷ ବର୍ମା । ଯିଏକି ଜଣେ ଅଳଙ୍କାର ବ୍ୟବସାୟୀ । ନୂଆ ଗହଣା ବିକିବା ସହ ପୁରୁଣା ଗହଣା ମଧ୍ୟ ଲୋକେ ତାଙ୍କ ପାଖରେ ବନ୍ଧକ ରଖି ଟଙ୍କା ନିଅନ୍ତି । ତାଙ୍କ ପାଖରେ ବହୁ ପରିମାଣର ଅଳଙ୍କାର ଥିବାବେଳେ ଝିଅ ଭିନ୍ନକ୍ଷମ । ସେ କଥା କହି ପାରନ୍ତି ନାହିଁ ଏବଂ ଶୁଣି ପାରନ୍ତି ନାହିଁ । ଯେଉଁ କାରଣରୁ ବିବାହ କରାଇବାରେ ବହୁ ଅସୁବିଧା ହେଉଥିଲା । ମାତ୍ର କୌଶଲ ତାଙ୍କୁ ବିବାହ କରିଥିଲା । କିଛିଦିନ ଶ୍ବଶୁର ଘରେ ରହିବା ପରେ ସେ ଏକ ଖରାପ ପ୍ରକୃତିର ଲୋକ ହୋଇଥିବା ଜାଣିବା ପରେ ଶ୍ବଶୁର ଘର ଲୋକେ ଘରୁ ବାହାର କରି ଦେଇଥିଲେ ।
ପରେ ସେ ଭୁଲ୍ ମାଗି ପୁଣି ଘରକୁ ଫେରିଥିଲେ । ଆଉ ସେ ନିଜ ଯୋଜନାରେ ରହିଥିବା କାରଣରୁ ଘରକୁ ଫେରିଥିଲେ । ଶ୍ବଶୁର ଘର ଲୋକଙ୍କୁ ଭଲଭାବେ କଥା ବାର୍ତ୍ତା କରିବା ସହ ବିଶ୍ବାସ ଜନ୍ମାଇ କିଛିଦିନ ରହିବା ପରେ ରାତିରେ ଖାଦ୍ୟରେ ନିଶା ମେଡିସିନ୍ ଦେଇ ଘରେ ଥିବା ୪୦ କେଜିରୁ ଅଧିକ ରୂପା ଏବଂ ଅଧ କେଜିରୁ ସୁନା ଧରି ଛୁ ମାରିଛି କୌଶଲ । ପୁଲିସ ଖବର ପାଇ ତଦନ୍ତ କରିଥିବାବେଳେ ବିଭିନ୍ନ ସ୍ଥାନରେ ଧରିବା ପାଇଁ ଚଢ଼ାଉ କରାଯାଉଛି ।
ଏହାସହ ପଢ଼ନ୍ତୁ : ଟିମ୍ ଇଣ୍ଡିଆକୁ ଜିମ୍ବାଓ୍ବେ ଖେଳାଳିଙ୍କ ଚେତାବନି, କହିଲେ ଫସାଇବାକୁ କରିଛୁ ହୋମଓ୍ବାର୍କ