ଭୁବନେଶ୍ଵର, ୦୮/୦୧ : ଲୁଟ୍ କରି କ୍ୟାବ୍ ଡ୍ରାଇଭର୍ ଗିରଫ। ଥାଇଲ୍ୟାଣ୍ଡ ଫେରନ୍ତାଙ୍କ ଠାରୁ ଲୁଟ୍ କରି ବନ୍ଧା ହେଲେ କ୍ୟାବ୍ ଡ୍ରାଇଭର୍। ଚନ୍ଦ୍ରଶେଖର ଥାନା ପୁଲିସ ଡ୍ରାଇଭର୍ ଙ୍କୁ ଗିରଫ କରିଛି। ଏହା ସହ ତାଙ୍କ ଠାରୁ ଲୁଟ୍ ହୋଇଥିବା ୨୦ ଲକ୍ଷ ଟଙ୍କାର ହୀରା, ସୁନା ଓ ବିଦେଶୀ ମୁଦ୍ରା ଜବତ ହୋଇଛି।

ସୂଚନାନୁଯାୟୀ, ବୁଧବାର ରାତିରେ ଜଣେ ଥାଇଲ୍ୟାଣ୍ଡ ଫେରନ୍ତା କଟକ ସିଡିଏକୁ କ୍ୟାବ୍ ବୁକ୍ କରି ଯିବା ବେଳେ ଲୁଟ୍ ର ଶିକାର ହୋଇଥିଲେ। କ୍ୟାବ୍ ଡ୍ରାଇଭର ନାଗା ପରମାଣିକ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଗାଡି ଖରାପ ହୋଇଥିବା କହି ବିଦେଶ ଫେରନ୍ତାଙ୍କୁ କ୍ୟାବରୁ ଓହ୍ଲାଇ ଦେଇଥିଲେ। ସୁଯୋଗ ଦେଖି କ୍ୟାବ୍ ଡ୍ରାଇଭର୍ ସବୁ ଅଳଙ୍କାର ଧରି ଚମ୍ପଟ୍ ମାରିଥିଲେ। ଏନେଇ ସୂଚନା ପାଇବା ପରେ ଚନ୍ଦ୍ରଶେଖର ଥାନା ପୁଲିସ ୮ ଘଣ୍ଟା ଭିତରେ କ୍ୟାବ୍ ଡ୍ରାଇଭରଙ୍କୁ ଗିରଫ କରିଛି। ତାଙ୍କ ଠାରୁ ଲୁଟ୍ ହୋଇଥିବା ୨୦ ଲକ୍ଷ ଟଙ୍କାର ହୀରା, ସୁନା ଓ ବିଦେଶୀ ମୁଦ୍ରା ଜବତ ହୋଇଛି। କ୍ୟାବ୍ ଡ୍ରାଇଭରଙ୍କ ନାମରେ ପୂର୍ବରୁ ୪ଟି ମାମଲା ରହିଛି।

ଏହି ଖବରଟିକୁ ପଢନ୍ତୁ- ଓମସାର ଆନ୍ଦୋଳନ ସ୍ଥଗିତ : ଓହରିଲା ଡାକ୍ତର ସଂଘ