ଭୁବନେଶ୍ବର,୬/୧୨ : ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ବସିଥିବା କ୍ୟାବିନେଟ୍ ବୈଠକରେ ୬ଟି ପ୍ରସ୍ତାବରେ ବାଜିଛି ମୋହର । ମୁଖ୍ୟମନ୍ତ୍ରୀ ରେଶମ ବିକାଶ ଯୋଜନା, ମୁଖ୍ୟମନ୍ତ୍ରୀ ବୟନଶିଳ୍ପ ବିକାଶ ଯୋଜନାକୁ ଆରମ୍ଭ କରିଛନ୍ତି ରାଜ୍ୟ ସରକାର ।
ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ, ସ୍ବାସ୍ଥ୍ୟ, ଆଇନ, ବୟନ ଶିଳ୍ପ ଓ ହସ୍ତତନ୍ତ୍ର, ଉଚ୍ଚଶିକ୍ଷା ବିଭାଗ ଭଳି ବିଭାଗ ଉପରେ ନିଆ ଯାଇଛି ନିଷ୍ପତ୍ତି । ଗୃହରେ ଏ ନେଇ ସୂଚନା ଦେଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ।