ପ୍ରମୂଖ ଖବର
  • ବାରିପଦା : ପୂର୍ବ ଶତ୍ରୁତା ଓ ଛେଳି ଚୋରିକୁ ନେଇ ପୁଅକୁ ଗୁଳି, ମାଆକୁ ଛୁରାମାଡ
  • ||
  • ଯାତ୍ରା କଳିରେ ପଡିଲା ଯବନିକା, ୫ ବର୍ଷ ରହିବି ବର୍ଷେ ପରେ ମଞ୍ଚରେ ଚଢିବି କହିଲେ ପୀୟୂଷ
  • ||
  • ମହାକାଶକୁ ଉଡ଼ାଣ ଭରିବେ ଶୁଭାଂଶୁ ଶୁକ୍ଳା; ୬ ଥର ଘୁଞ୍ଚିଲା ପରେ ଆସନ୍ତାକାଲି ଲଞ୍ଚ ହେବ ଆକ୍ସିଓମ୍‌-୪ ମିଶନ୍
  • ||
  • ଗଞ୍ଜାମ: ୨ ଦଳିତଙ୍କୁ ଲଣ୍ଡା କରି ଆଣ୍ଠେଇ ଚଲାଇବା ମାମଲା, ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟି
  • ||
  • ବୁଧବାର BMC କର୍ପୋରେସନ ବୈଠକ: ଏକାଧିକ ପ୍ରସ୍ତାବରେ ବାଜିବ ମୋହର, ଉଠିବ ଜଳବନ୍ଦୀ ଓ ଡେଙ୍ଗୁ ପ୍ରସଙ୍ଗ
  • ||
  • ପାଟନାରେ ପୂର୍ବାଞ୍ଚଳ ଶକ୍ତି ମନ୍ତ୍ରୀ ସମ୍ମିଳନୀ, ଆଜି ଯୋଗ ଦେବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ
  • ||
  • ମହାପ୍ରଭୁଙ୍କୁ ଲାଗି ହେବା ପୂର୍ବରୁ ଦଶମୂଳ ମୋଦକ ଚୋରି, ମାରା ମହୌଷଧି ଶ୍ରୀଜିଉଙ୍କୁ ଲାଗି ହେଲା କିପରି ?
  • ||
  • ଗୋପାଳପୁର ଗଣଦୁଷ୍କର୍ମ ମାମଲା, ୬ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ
  • ||
  • କେନ୍ଦୁଝର: ଟ୍ରକ୍ ପଛରେ ପିଟିହେଲା କନ୍ୟାଯାତ୍ରୀ ବସ୍, ଜଣେ ମୃତ ୧୩ ଗୁରୁତର
  • ||
  • ଇରାନ୍-ଇସ୍ରାଏଲ୍ ଯୁଦ୍ଧ ନେଇ ଟ୍ରମ୍ପ୍‌ଙ୍କ ବଡ଼ ଘୋଷଣା, ୧୨ ଦିନ ପରେ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ଘୋଷଣା
  • ||
  • ଘୂର୍ଣ୍ଣିବଳୟ ପ୍ରଭାବରେ ଲଗାଣ ବର୍ଷା: ସପ୍ତାହେ ଯାଏ ପ୍ରବଳ ଛେଚିବ,୨୫ରେ ୩ଟି,୨୬ରେ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ନୂଆ ଢାଞ୍ଚାରେ ବସିବ କ୍ୟାବିନେଟ ବୈଠକ : ବଢ଼ିବ ମନ୍ତ୍ରୀଙ୍କ ଗୁରୁତ୍ୱ, ଅଫିସରଙ୍କ କ୍ଷମତାକୁ କରାଯିବ ଗୌଣ

Published By : Rasmita Pradhan | May 28, 2025 8:00 AM

ଭୁବନେଶ୍ୱର,୨୮/୦୫ : ବୁଧବାର ନୂଆ ଢାଞ୍ଚାରେ କ୍ୟାବିନେଟ ବୈଠକ ବସିବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅପରାହ୍ନ ୫ଟାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ । ସରକାରଙ୍କ ନିଷ୍ପତ୍ତି ଅନୁସାରେ ଏଥର ବୈଠକ ଭିନ୍ନ ଢଙ୍ଗରେ ବସିବ। କ୍ୟାବିନେଟ ବୈଠକରେ ମନ୍ତ୍ରୀମାନଙ୍କର ଗୁରୁତ୍ୱ ବଢ଼ିବ । ଅଫିସରମାନଙ୍କ କ୍ଷମତାକୁ ଗୌଣ କରାଯିବ। 

ମୁଖ୍ୟ ଶାସନ ସଚିବଙ୍କୁ ଛାଡ଼ିଲେ ଅନ୍ୟ କୌଣସି ସଚିବ ବୈଠକ ଗୃହରେ ଉପସ୍ଥିତ ରହିବେ ନାହିଁ । ଆବଶ୍ୟକ ପଡ଼ିଲେ ହିଁ ସଚିବଙ୍କୁ କ୍ୟାବିନେଟ କକ୍ଷକୁ ଡକାଯିବ । ବିଭାଗର ପ୍ରସ୍ତାବ, ନିଷ୍ପତ୍ତି ଓ ଏହାର ଉଦ୍ଦେଶ୍ୟ ନେଇ ମନ୍ତ୍ରୀ ଉପସ୍ଥାପନ ରଖିବେ। ଆବଶ୍ୟକସ୍ଥଳରେ ପଚାରିଲେ ହିଁ ସଚିବ ଉତ୍ତର ରଖିବେ। ପୂର୍ବ ସରକାର ସମୟରେ ଶାସନ ବ୍ୟବସ୍ଥାରେ ମନ୍ତ୍ରୀଙ୍କ ତୁଳନାରେ ଅଫିସରଙ୍କ ଗୁରୁତ୍ୱ ଅଧିକ ଥିଲା । ମାତ୍ର ରାଜ୍ୟରେ ସରକାର ବଦଳିବା ପରେ ଢାଞ୍ଚା ବଦଳୁଛି । ମୋହନ ସରକାରରେ ଅଫିସରଙ୍କ ତୁଳନାରେ ନିର୍ବାଚିତ ଜନପ୍ରତିନିଧି ଭାବେ ମନ୍ତ୍ରୀ ଓ ବିଧାୟକଙ୍କ ଗୁରୁତ୍ୱ ବଢ଼ିଛି । ଦିନ କେଇଟା ପରେ ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି ହେବ । ତେଣୁ କ୍ୟାବିନେଟରେ କିଛି ବଡ଼ ନିଷ୍ପତ୍ତି ନେଇପାରନ୍ତି ମୋହନ ସରକାର ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.