ନୂଆଦିଲ୍ଲୀ – ବିଦେଶମନ୍ତ୍ରୀ ଏସ୍ ଜୟଶଙ୍କରଙ୍କର ପ୍ରେସ୍ କନଫରେନ୍ସକୁ ଟେଲିକାଷ୍ଟ କରିବାର କିଛି ଘଣ୍ଟା ପରେ କାନାଡା ସରକାର ଅଷ୍ଟ୍ରେଲିଆ ଟୁଡେ ଆଉଟଲେଟ୍କୁ ବ୍ୟାନ୍ କରି ଦେଇଛନ୍ତି। ଏହି ସମୟରେ ଜୟଶଙ୍କର ଭାରତ-କାନାଡା କୂଟନୀତିକ ଗତିରୋଧ ଉପରେ ଟିପ୍ପଣୀ କରି ଥିଲେ। ଏହି ପ୍ରେସ୍ କନଫରେନ୍ସ ଅଷ୍ଟ୍ରେଲିଆ ଟୁଡେ ନିଜର ୟୁଟ୍ୟୁବ୍ ଚ୍ୟାନେଲରେ ଟେଲିକାଷ୍ଟ କରିଥିଲା।
ଅନ୍ୟପଟେ ଭାରତ ଉକ୍ତ ମାମଲାରେ କଡ଼ା ପ୍ରତିକ୍ରିୟା ବ୍ୟକ୍ତ କରି କହିଛି ଯେ, ସେ କାନାଡା ଦ୍ୱାରା ଆଉଟଲେଟ୍ ଉପରେ ପ୍ରତିବନ୍ଧକ ଲଗାଇବାର ପଦକ୍ଷେପକୁ ନେଇ ଆଶ୍ଚର୍ଯ୍ୟ ଓ ଏହି କଥା ଉପରେ ଜୋର୍ ଦେଇଛି ଯେ, ଏହା ଅଭିବ୍ୟକ୍ତିର ସ୍ୱାଧୀନତା ପ୍ରତି କାନାଡାର କପଟ ମନୋବୃତ୍ତିକୁ ଦର୍ଶାଉଛି। ଅଷ୍ଟ୍ରେଲିଆ ଟୁଡେ କ୍ୟାନବେରା (ଅଷ୍ଟ୍ରେଲିଆ)ରେ ଜୟଶଙ୍କର ଓ ଅଷ୍ଟ୍ରେଲିଆ ବିଦେଶମନ୍ତ୍ରୀ ପେନି ୱୋଙ୍ଗଙ୍କର ମିଳିତ ପ୍ରେସ୍ କନଫରେନ୍ସକୁ ପ୍ରସାରିତ କରାଯାଇ ଥିଲା।
ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ରଣଧୀର ଜାୟସୱାଲ ଦିଲ୍ଲୀରେ ମିଡ଼ିଆ ବ୍ରିଫିଂରେ କହିଛନ୍ତି କି , ଆମକୁ ଜଣାପଡିଛି ଯେ, ଏହି ଆଉଟଲେଟ୍ର ସୋସିଆଲ ମିଡ଼ିଆ ହ୍ୟାଣ୍ଡଲ ( ପେଜ)କୁ ବ୍ଲକ୍ କରି ଦିଆଯାଇଛି ଏବଂ କାନାଡାରେ ଏବେ ଏହା ଦର୍ଶକଙ୍କ ପାଇଁ ଉପଲବ୍ଧ ନାହିଁ। ଏହି ହ୍ୟାଣ୍ଡଲ ଏସ୍ ଜୟଶଙ୍କର ଓ ପେନି ୱୋଙ୍ଗଙ୍କ ପ୍ରେସ୍ କନଫରେନ୍ସକୁ ପ୍ରସାରିତ କରି ଥିଲା, ଏହାର ଏକ ଘଣ୍ଟା ବା କିଛି ଘଣ୍ଟା ପରେ ହିଁ ପ୍ରତିବନ୍ଧକ ଲଗାଯାଇଛି। ଏଥିରେ ଆମେ ଆଶ୍ଚର୍ଯ୍ୟ ଯେ, ଏହା ଆମକୁ ଅଜବ ଲାଗୁଛି । ସେ କହିଛନ୍ତି କି ପୁଣି ମଧ୍ୟ ମୁଁ ଏହା କହିବି କି ଏମିତି ଆକ୍ସନ ଅଭିବ୍ୟକ୍ତିର ସ୍ୱାଧୀନତା ପ୍ରତି କାନାଡାର କପଟତାକୁ ପୁଣି ଥରେ ଜାଗ୍ରତ କରିଥାଏ।
ରଣଧୀର ଜାୟସୱାଲ କହିଛନ୍ତି ଯେ ଆପଣ ଦେଖି ଥିବେ , ବିଦେଶ ମନ୍ତ୍ରୀ ଜୟଶଙ୍କର ସିଡନୀରେ ନିଜର ମିଡ଼ିଆ କାର୍ଯ୍ୟକ୍ରମରେ ୩ଟି କଥାକୁ ଦୋହରାଇ ଥିଲେ । ପ୍ରଥମ କଥା ଏହାକି କାନାଡା ଅଭିଯୋଗ କରିଛି ଏବଂ ବିନା କୌଣସି ବିଶେଷ ପ୍ରମାଣରେ ଏକ ପାଟର୍ନ ଡେଭଲପ୍ ହୋଇଗଲା । ଦ୍ୱିତୀୟ କଥା – ଯାହା ଉପରେ ସେମାନେ ଆଲୋକପାତ କରିଛନ୍ତି କାନାଡାରେ ଭାରତୀୟ କୂଟନୀତିଜ୍ଞଙ୍କୁ ନିରୀକ୍ଷଣ କରାଯାଉ ଥିଲା , ଯାହାକୁ ସେ ଅସ୍ୱୀକାର୍ଯ୍ୟ କହିଛନ୍ତି। ଜାୟସୱାଲ କହିଛନ୍ତି ,ବିଦେଶ ମନ୍ତ୍ରୀ ୩ୟ କଥା ଉପରେ ଆଲୋକପାତ କରିଛନ୍ତି ଯେ , କାନାଡାରେ ଭାରତ ବିରୋଧୀ ତତ୍ତ୍ୱକୁ ରାଜନୀତିକ ସ୍ଥାନ ଦିଆ ଯାଉ ଥିଲା , ଏଥିପାଇଁ ଆପଣ ନିଷ୍କର୍ଷ ବାହାର କରି ପାରିବେ ଯେ , ଅଷ୍ଟ୍ରେଲିଆ ଟୁଡେ ଚ୍ୟାନେଲକୁ କାନାଡା କାହିଁକି ବ୍ଲକ୍ କଲା।