ପ୍ରମୂଖ ଖବର
  • ପହଲଗାମ ଆକ୍ରମଣରେ ଟିଆରଏଫର ସଂପୃକ୍ତି ନେଇ ପ୍ରମାଣ ମାଗିଲା ପାକିସ୍ତାନ
  • ||
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ଟ୍ରୁଡୋଙ୍କ ଉପରେ ଭୟଙ୍କର ସଙ୍କଟ: ଦଳୀୟ ସାଂସଦ ମାଗିଲେ ପଦରୁ ଇସ୍ତଫା, ଦେଲେ ୪ ଦିନର ଡେଡଲାଇନ୍

Published By : Harapriya Biswal | October 24, 2024 1:50 PM

ନୂଆଦିଲ୍ଲୀ,୨୪।୧୦: ଭାରତ ସହ ବିବାଦ ପରେ ଏବେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋଙ୍କ ଆସନ ଟଳମଳ। ନିଜ ଦଳର ଅର୍ଥାତ ଲିବରାଲ ପାର୍ଟିର ସାଂସଦମାନେ ତାଙ୍କର ଇସ୍ତଫା ଦାବି କରିଛନ୍ତି । ଏହା ସହ ତାଙ୍କୁ ପଦ ଛାଡିବାକୁ ୪ ଦିନର ଦେଇଛନ୍ତି ଡେଡଲାଇନ ।  ଦଳର ଅସନ୍ତୁଷ୍ଟ ସାଂସଦମାନେ ଅକ୍ଟୋବର ୨୮ ସୁଦ୍ଧା ଇସ୍ତଫା ନ ଦେଲେ ବିଦ୍ରୋହର ସାମ୍ନା କରିବାକୁ ପଡ଼ିବ ବୋଲି ଚେତାବନୀ ଦେଇଛନ୍ତି।

ଗତକାଲି ଟ୍ରୁଡୋ ଏବଂ ତାଙ୍କ ଲିବେରାଲ ପାର୍ଟିର ସାଂସଦମାନଙ୍କ ସହ ଏକ ରୁଦ୍ଧ ଦ୍ୱାର ବୈଠକ ବସିଥିଲା। ଏଥିରେ କ୍ୟାବିନେଟର ସଦସ୍ୟ ନଥିବା ୨୦ ଜଣ ସାଂସଦ ତାଙ୍କୁ ଇସ୍ତଫା ଦେବାକୁ କହିଥିଲେ। ଆସନ୍ତା ନିର୍ବାଚନରେ ଦଳର ପରାଜୟ ଆଶଙ୍କା କରି ସେମାନେ ଟ୍ରୁଡୋଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି କହିଛନ୍ତି। ଏହି ବୈଠକ ତିନି ଘଣ୍ଟା ଧରି ଚାଲିଥିଲା। ଟ୍ରୁଡୋ ଏଥିରେ ତାଙ୍କ ନିଷ୍ପତ୍ତି ଶୁଣାଇନଥିଲେ ମଧ୍ୟ ହସୁଥିବା ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି। 

ବୈଠକ ପରେ ଟ୍ରୁଡୋ କହିଛନ୍ତି ଯେ, ଲିବେରାଲମାନେ ଏକତ୍ରିତ ଏବଂ ଶକ୍ତିଶାଳୀ। ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଲିବେରାଲ ପାର୍ଟିର ୧୫୩ ଜଣ ସାଂସଦଙ୍କ ମଧ୍ୟରୁ ୨୪ ଜଣ ଏକ ଚିଠିରେ ଦସ୍ତଖତ କରି ଟ୍ରୁଡୋଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଆହ୍ୱାନ କରିବା ସହ ଆସନ୍ତା ନିର୍ବାଚନ ନ ଲଢିବାକୁ କହିଛନ୍ତି। ଟ୍ରୁଡୋ ଗତ ୧୦ ବର୍ଷ ଧରି କାନାଡାର ପ୍ରଧାନମନ୍ତ୍ରୀ ରହି ଆସିଛନ୍ତି। ଗତ ବର୍ଷଠାରୁ ଭାରତ ସହ ତିକ୍ତତା ମଧ୍ୟରେ ତାଙ୍କୁ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିଛି। 

ସବୁଠାରୁ ଖାସ୍ କଥା ଏହା ଯେ, ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜାର ହତ୍ୟା ପ୍ରସଙ୍ଗରେ ଭାରତର ସମ୍ପର୍କ କାନାଡା ସହ ତିକ୍ତତା ଭରା ରହିଛି।ଏଥିପାଇଁ  ଟ୍ରୁଡୋ ଭାରତକୁ ଦାୟୀ କରିଥିଲେ। ଏହା ସହ  ହାଇକମିଶନର ସଞ୍ଜୟ କୁମାର ବର୍ମାଙ୍କୁ ପର୍ସନ ଅଫ୍ ଇଣ୍ଟରେଷ୍ଟ ମନ୍ତବ୍ୟ ଦେବା ଏବେ ତାଙ୍କୁ ଭାରି ପଡିଛି। ତେବେ ନିକଟରେ ସେ ଏହି ଅଭିଯୋଗ କୌଣସି ଠୋସ୍ ପ୍ରମାଣରେ ନୁହେଁ, ବରଂ ସାମାନ୍ୟ ଗୁଇନ୍ଦା ସୂତ୍ର ଆଧାରରେ କରିଥିବା କହିଥିଲେ। ଏହାର କିଛି ଦିନ ପରେ ତାଙ୍କ ବିରୁଦ୍ଧରେ ଦଳୀୟ ସାଂସଦମାନେ ବିଦ୍ରୋହ ଆରମ୍ଭ କରି ଦେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.