ପ୍ରମୂଖ ଖବର
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ହିମାଚଳରେ ଗଞ୍ଜେଇ ଚାଷକୁ ଅନୁମତି, ସର୍ତ୍ତ ରଖିଲେ ସୁଖୁ ସରକାର

Published By : Tapas Panda | January 24, 2025 11:05 PM

ଶିମଲା: ହିମାଚଳ ପ୍ରଦେଶରେ ଗଞ୍ଜେଇ ଚାଷ ଲାଗି ସରକାର ଅନୁମତି ଦେଇଛନ୍ତି । ଶୁକ୍ରବାର ଆୟୋଜିତ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଗଞ୍ଜେଇ ଚାଷକୁ ଅନୁମତି ମିଳିଛି । ଏଥିପାଇଁ ହର୍ଟିକଲ୍ଚର ୟୁନିଭର୍ସିଟି ଏବଂ ପାଲମର କୃଷି ବିଶ୍ବବିଦ୍ୟାଳୟକୁ ୬ ମାସ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ହିମାଚଳ ପ୍ରଦେଶରେ ଚାଷ ହେବାକୁ ଥିବା ଗଞ୍ଜେଇ ଔଷଧ ଏବଂ ଶିଳ୍ପ ଲାଗି ବ୍ୟବହୃତ ହେବ । 

୨୬ ଏପ୍ରିଲ ୨୦୨୩ରେ ରାଜ୍ୟ ସରକାର ଗଞ୍ଜେଇ ଚାଷକୁ ଆଇନସମ୍ମତ କରିବାକୁ ୧୦ ଜଣିଆ କମିଟି ଗଠନ କରିଥିଲେ । ନିୟନ୍ତ୍ରିତ ପରିବେଶରେ ଶିଳ୍ପ,ବିଜ୍ଞାନ ଏବଂ ଔଷଧୀୟ ଉଦ୍ଦେଶ୍ୟରେ ଗଞ୍ଜେଇ ଚାଷକୁ ଅନୁମତି ଦେବା ଉପରେ ୧୦ ସଦସ୍ୟ ବିଶିଷ୍ଟ କମିଟି ରିପୋର୍ଟ ଉପସ୍ଥାପନ କରିଛି । ରାଜସ୍ୱ ମନ୍ତ୍ରୀ ଜଗତ ସିଂ ନେଗିଙ୍କ ନେତୃତ୍ୱରେ ଗଠିତ କମିଟି ଗଞ୍ଜେଇ ଚାଷକୁ ବୈଧ କରିବା ଲାଗି ଗୁରୁତ୍ୱପୂର୍ଣ୍ଣ ସୁପାରିଶ କରିଥିଲେ । 

ହିମାଚଳ ପ୍ରଦେଶର ସୁଖବିନ୍ଦର ସିଂହ ସୁଖୁ ସରକାର ଗଞ୍ଜେଇ ଚାଷକୁ ଅନୁମତି ଦେବା ପରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ସୂଚନାଯୋଗ୍ୟ, ଉତ୍ତରାଖଣ୍ଡ ଏବଂ ମଧ୍ୟ ପ୍ରଦେଶରେ ଗଞ୍ଜେଇ ଚାଷ ଆଇନସମ୍ମତ ଥିଲା । ଏବେ ଏହି ତାଲିକାରେ ଯୋଡ଼ି ହୋଇଛି ହିମାଚଳ ପ୍ରଦେଶ । ଯଦିଓ ହିମାଚଳ ସରକାର ଗଞ୍ଜେଇ ଚାଷକୁ ଅନୁମତି ଦେଇଛନ୍ତି କିନ୍ତୁ ଏଥିପାଇଁ ସର୍ତ୍ତ ରଖିଛନ୍ତି । କେବଳ ଔଷଧ ଏବଂ ଶିଳ୍ପ କ୍ଷେତ୍ରରେ ବ୍ୟବହାର ପାଇଁ ଏହି ଗଞ୍ଜେଇର ବ୍ୟବହାର କରାଯିବ । ‌ 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.