ନୂଆଦିଲ୍ଲୀ : ଗୁପ୍ତଚର କାମ କରିବା ଅଭିଯୋଗରେ ସୋସିଆଲ ମିଡ଼ିଆ ଇନଫ୍ଲୁଏନ୍ସର ଜ୍ୟୋତି ମାଲହୋତ୍ରାଙ୍କୁ ଗିରଫ କରିଛି ହରିଆଣା ପୋଲିସ। ତାଙ୍କ ବାପା ହରିଶ ମାଲହୋତ୍ରା କହିଛନ୍ତି , ତାଙ୍କର ଝିଅ ୟୁଟ୍ୟୁବ୍ ଭିଡ଼ିଓ କରୁଥିଲ ଏବଂ ପାକିସ୍ତାନ ମଧ୍ୟ ଯାଇଥିଲେ। ସେ ପୋଲିସ ଦ୍ୱାରା ନିଆଯାଇଥିବା ଫୋନକୁ ଫେରେଇବା ନେଇ ଦାବି କରିଛନ୍ତି। ସେ କହିଛନ୍ତି ଯେ , ପୋଲିସ ଗତ ଗୁରୁବାର ପ୍ରଥମ ଥର ତାଙ୍କ ଘରକୁ ଆସିଥିଲା। ତାଙ୍କର ବ୍ୟାଙ୍କ କାଗଜପତ୍ର , ଫୋନ୍, ଲ୍ୟାପଟପ୍ ଓ ପାସପୋର୍ଟ ନେଇ ଯାଇଛି। ସେ କହିଛନ୍ତି, ତାଙ୍କର ଝିଅ ଦିଲ୍ଲୀ ଆସି ଥିଲା ଏବଂ ଗତ ଚାରି ପାଞ୍ଚ ଦିନ ହିସାରରେ ଥିଲା।
ହରିଶ ମାଲହୋତ୍ରା ଏଏନଆଇକୁ କହିଛନ୍ତି, ସେ ୟୁଟ୍ୟୁବ୍ ଭିଡ଼ିଓ କରୁଥିଲେ। ସେ ପାକିସ୍ତାନ ଓ ଅନ୍ୟ ସ୍ଥାନକୁ ଯାଉଥିଲେ । ସେ କେତେ ଥର ପାକିସ୍ତାନ ଯାଇଛନ୍ତି ପଚରା ଯିବାରେ ମାଲହୋତ୍ରା କହିଥିଲେ କି ତାଙ୍କୁ ଏହା ଜଣା ନାହିଁ।
ସେ କହିଛନ୍ତି ସେ ( ଜ୍ୟୋତି) ଆବଶ୍ୟତ ଅନୁମତି ପ୍ରାପ୍ତ କରିବା ପରେ ପାକିସ୍ତାନ ଯାଇ ଥିଲେ। ସେ କହିଛନ୍ତି , ଯଦି ତାଙ୍କର ସେଠାରେ ( ପାକିସ୍ତାନ) କିଛି ବନ୍ଧୁ ଅଛନ୍ତି , ସେ କଣ ତାଙ୍କୁ ଫୋନ କରି ପାରିବେ ନାହିଁ ? ମୋର କୌଣସି ଦାବି ନାହିଁ , କିନ୍ତୁ ଆମକୁ ଆମର ଫୋନ୍ ଦେଇ ଦିଅନ୍ତୁ। ଆମ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି। ହରିଆଣା ପୋଲିସ୍ ପାକିସ୍ତାନୀ ଏଜେନ୍ସି ପାଇଁ ଗୁପ୍ତଚର କରିବା ଅଭିଯୋଗରେ ହିସାରରୁ ଜ୍ୟୋତିଙ୍କୁ ଗିରଫ କରାଯାଇଛି। ଜ୍ୟୋତିଙ୍କୁ କଥିତ ଭାବେ ପାକିସ୍ତାନୀ ପକ୍ଷକୁ ସୂଚନା ଦେବା ପାଇଁ ପଚରାପଚରି କରାଯାଇଛି। ସେ ଦିଲ୍ଲୀରେ ଜଣେ ପାକିସ୍ତାନୀ ଅଧିକାରୀ ଅହସାନ-ଉର –ରହିମଙ୍କୁ ସାକ୍ଷାତ୍ କରିଛନ୍ତି , ଦୁଇ ଥର ପାକିସ୍ତାନ ଯାତ୍ରା କରିଛନ୍ତି ଏବଂ ସମ୍ୱେଦନଶୀଳ ସୂଚନା ସେୟାର କରିଛନ୍ତି।
ଜ୍ୟୋତିଙ୍କୁ କଥିତ ଭାବେ ସମ୍ୱେଦନଶୀଳ ସୂଚନା ସେୟାର କରିବା ଓ ଜଣେ ପାକିସ୍ତାନୀ ନାଗରିକଙ୍କ ସହ ଲଗାତାର ସଂପର୍କରେ ରହିବା ଅଭିଯୋଗରେ ଗିରଫ କରାଯାଇ ଥିଲା। ହିସାର ଡିଏସପି କମଲଜିତ କହିଛନ୍ତି ଯେ, ପୁଲିସ ମହିଳାଙ୍କୁ ୫ଦିନର ରିମାଣ୍ଡରେ ନେଇଛି। ତାଙ୍କ ଉପରେ ଅଫିସିଆଲ ସିକ୍ରେଟ୍ ଆକ୍ଟ ଓ ବିଏନଏସର ସମ୍ୱନ୍ଧିତ ଧାରା ଅନୁସାରେ, ମାମଲା ରୁଜୁ କରାଯାଇଛି। ଡିଏସପି କହିଛନ୍ତି ଯେ, ପୋଲିସକୁ ତାଙ୍କର ମୋବାଇଲ ଓ ଲ୍ୟାପଟପ୍ରୁ କିଛି ସଦିଗ୍ଧ ଜିନିଷ ମିଳିଛି। କମଲଜିତ୍ କହିଛନ୍ତି, କାଲି ଆମକୁ ମିଳିଥିବା ସୂଚନା ଆଧାରରେ ଆମେ ହରିଶ କୁମାରଙ୍କ ଝିଅ ଜ୍ୟୋତିଙ୍କୁ ଅଫିସିଆଲ ସିକ୍ରେଟ୍ ଆକ୍ଟ ଓ ବିଏନଏସ ୧୫୨ ଅନୁସାର ଗିରଫ କରିଛୁ। ତାଙ୍କର ମୋବାଇଲ ଓ ଲ୍ୟାପଟପ୍ ଜବତ କରିବା ପରେ ଆମକୁ କିଛି ସଦିଗ୍ଧ ଜିନିଷ ମିଳିଛି। ଆମେ ତାଙ୍କୁ ୫ଦିନର ରିମାଣ୍ଡରେ ନେଇଛୁ ଏବଂ ଆଗାମୀ ଯାଞ୍ଚ ଜାରି ରହିଛି। ସେ ଲଗାତାର ଜଣେ ପାକିସ୍ତାନୀ ନାଗରିକଙ୍କ ସଂପର୍କରେ ଥିଲେ।