ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

IPL 2025: ସ୍ଲୋ ଓଭର ରେଟ୍‌ ଲାଗି ଅଧିନାୟକଙ୍କ ଉପରେ ଲାଗିବନି ବ୍ୟାନ୍‌, ନୂଆ ବ୍ୟବସ୍ଥା କଲା ବିସିସିଆଇ

Published By : Tapas Panda | March 20, 2025 7:49 PM

ମୁମ୍ବାଇ: IPL 2025 ପୂର୍ବରୁ ଅନେକ ନିୟମ ପରିବର୍ତ୍ତନ ହୋଇଛି । ବିସିସିଆଇ ବଲ୍‌ରେ ଲାଳ ଲଗାଇବା ଉପରେ ଲାଗିଥିବା ପ୍ରତିବନ୍ଧକକୁ ଉଠାଇ ଦେଇଛି । ଏହା ସହିତ, ଅନ୍ୟାନ୍ୟ ନିୟମ ମଧ୍ୟ ପରିବର୍ତ୍ତନ ହୋଇଛି । ସ୍ଲୋ ଓଭର ରେଟ୍ ନିୟମକୁ ନେଇ ବଡ଼ ଅପଡେଟ୍‌ ସାମ୍ନାକୁ ଆସିଛି । ଏକ ରିପୋର୍ଟ ଅନୁଯାୟୀ, ଏବେ କୌଣସି ଅଧିନାୟକଙ୍କୁ ସ୍ଲୋ ଓଭର ରେଟ୍ ଯୋଗୁଁ ବାସନ୍ଦ କରାଯିବ ନାହିଁ । ଏଥିପାଇଁ ଅଲଗା ଦଣ୍ଡ ବ୍ୟବସ୍ଥା କରାଯାଇଛି ।

ଗତ ସିଜିନ୍‌ର ଶେଷ ମ୍ୟାଚ୍‌ରେ ସ୍ଲୋ ଓଭର ରେଟ୍‌ ଲାଗି ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଗୋଟିଏ ମ୍ୟାଚ୍ ପାଇଁ ବାସନ୍ଦ କରାଯାଇଛି । ଏହି କାରଣରୁ ପାଣ୍ଡ୍ୟା IPL 2025ର ପ୍ରଥମ ମ୍ୟାଚ୍ ଖେଳିପାରିବେ ନାହିଁ । 

ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ସ୍ଲୋ ଓଭର ରେଟ୍ ସମ୍ବନ୍ଧୀୟ ନିୟମ ଉଲ୍ଲଂଘନ କରିଥିଲା। କିନ୍ତୁ ଏବେ କୌଣସି ଅଧିନାୟକଙ୍କୁ ଏଥିପାଇଁ ମ୍ୟାଚରୁ ବାସନ୍ଦ କରାଯିବ ନାହିଁ । କ୍ରିକବଜର ଏକ ରିପୋର୍ଟ ଅନୁଯାୟୀ, ବିସିସିଆଇ ସ୍ଲୋ ଓଭର ରେଟ୍ ପାଇଁ ନିୟମ ପରିବର୍ତ୍ତନ କରିଛି । ଏବେ ଜଣେ ଅଧିନାୟକଙ୍କୁ ମ୍ୟାଚ୍‌ରୁ ବାସନ୍ଦ କରିବା ପରିବର୍ତ୍ତେ ତାଙ୍କ ଆକାଉଣ୍ଟରେ ଡିମେରିଟ୍ ପଏଣ୍ଟ ଯୋଡାଯିବ । 

ଲେବଲ୍ ୧ରେ ଭୁଲ କଲେ ଅଧିନାୟକଙ୍କୁ ଡିମେରିଟ୍ ପଏଣ୍ଟ ସହିତ ତାଙ୍କ ମ୍ୟାଚ୍ ଫି’ର ୨୫ ରୁ ୭୫ ପ୍ରତିଶତ ଜରିମାନା କରାଯିବ । ଲେବଲ୍‌ ୨ ଲାଗି ୪ ଡିମେରିଟ୍ ପଏଣ୍ଟ ଯୋଡାଯିବ । ଅଧିନାୟକ ୪ ଡିମେରିଟ୍ ପଏଣ୍ଟ ପାଇବା ପରେ, ତାଙ୍କୁ ତାଙ୍କ ମ୍ୟାଚ୍ ଫି’ର ୧୦୦ ପ୍ରତିଶତ ଜରିମାନା ଦେବାକୁ ପଡ଼ିପାରେ । ବିସିସିଆଇ ଅନେକ ନିୟମର ପରିବର୍ତ୍ତନ କରିଥିଲେ ସୁଦ୍ଧା ଇମ୍ପାକ୍ଟ ପ୍ଲେୟାର ନିୟମ ଲାଗୁ ହେବ। ଦଳଗୁଡ଼ିକ ଏହାକୁ ବ୍ୟବହାର କରିପାରିବେ । 

ସୂଚନାଯୋଗ୍ୟ, IPL 2025  ମାର୍ଚ୍ଚ ୨୨ରୁ ଆରମ୍ଭ ହେବ । ସିଜିନର ପ୍ରଥମ ମ୍ୟାଚ୍ କୋଲକାତା ନାଇଟ୍ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ । ସିଜିନର ଶେଷ ମ୍ୟାଚ୍ ମେ’ ୨୫ରେ କୋଲକାତାର ଇଡେନ ଗାର୍ଡେନରେ ଖେଳାଯିବ । ଦ୍ୱିତୀୟ କ୍ୱାଲିଫାୟର ମଧ୍ୟ ସମାନ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.