ବେଲବାହାଳୀ/ରାମଚନ୍ଦ୍ରପୁର,୦୬/୧୦: ଘଷିପୁରା ବିଧାୟକ ବଦ୍ରୀନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ରଙ୍କ ଗାଡି ଦୁଘଟଣାଗ୍ରସ୍ତ ହୋଇଛି । ସେ ଆହତ ଆବସ୍ଥାରେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ଦେବାଶିଷଙ୍କୁ ଆନନ୍ଦପୁର ମେଡ଼ିକାଲରେ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଛି ।
ସୂଚନା ମୁତାବକ, ରାମଚନ୍ଦ୍ରପୁର ଥାନା ନହଙ୍ଗିଛକ ନିକଟରେ ଏକ ପୋଲରେ ମାଡ଼ ହୋଇ ବିଲ ଭିତରକୁ ଗାଡିଟି ଓଲଟି ପଡ଼ିଥିଲା । ଯାହା ଫଳରେ ଦେବାଶିଷ ପାତ୍ର ଆହତ ହୋଇଥିବା ଜଣାପଡିଛି । ତାଙ୍କୁ ତୁରନ୍ତ ଆନନ୍ଦପୁର ମେଡିକାଲକୁ ନିଆଯାଇ ଚିକିତ୍ସିତ କରାଯାଇଛି । ପରେ ଗାଡିଟିକୁ ରାସ୍ତା ତଳୁ କ୍ରେନ ସାହାଯ୍ୟରେ ଉଠାଯାଇ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ଏସମ୍ପର୍କରେ ଖବର ପାଇ ଦେବାଶିଷଙ୍କୁ ଆନନ୍ଦପୁର ମେଡକାଲରେ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଛି । ତାଙ୍କର ଆସୁ ଆରୋଗ୍ୟ କାମନା କରି କର୍ମୀମାନେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।