ଭୁବନେଶ୍ୱର,୨୦/୦୮: ରାଜଧାନୀରେ କାର୍‌କୁ 'ଆମ ବସ୍' ସାଇଡ୍ ମାରିବାରୁ ତୁମୁଳକାଣ୍ଡ । ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ଆଗରେ ହାଇଡ୍ରାମା । ବସ୍ କାଚ ଭାଙ୍ଗିଦେଲେ କାର୍‌ ଚାଳକ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛି ।

ସୂଚନା ମୁତାବକ, ବୁଧବାର ଭୁବନେଶ୍ୱରରେ ନାଲ୍‌କୋ ଛକରୁ ଡମଣା ଛକକୁ ଯିବା ରାସ୍ତାରେ ଏହି ଘଟଣା ଘଟିଛି । ଏକ କାର୍‌କୁ 'ଆମ ବସ୍‌' ସାଇଡ୍‌ ମାରିଥିଲା । ଏଥିରେ ଉତ୍ୟକ୍ତ ହୋଇ କାର୍‌ ଡ୍ରାଇଭର 'ଆମ ବସ୍‌'ର କାଚ ଭାଙ୍ଗି ଦେଇଥିଲେ । ଯାହା ଫଳରେ ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ଆଗରେ ବସ୍‌ଟି ଅଟକି ରହିଥିଲା । ଏହି ଘଟଣା ପରେ ଉକ୍ତ ରାସ୍ତାରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଏ ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛି ।