ଦଶମନ୍ତପୁର,୯/୭ : କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପୋଡ଼ା ଗଡ ପଞ୍ଚାୟତ ଠାରୁ କିଛି ଦୂର ବଙ୍ଗଳା ଗୁଡା ଗାଁ ଛକ ନିକଟସ୍ଥ ଏକ ନାଳରେ ଭାରସାମ୍ୟ ହରାଇ ଏକ କାର ଖସି ପଡିଛି। ଏଥିରେ ବସିଥିବା ଦମ୍ପତି ଅଳ୍ପକେ ବର୍ତ୍ତି ଯାଇଛନ୍ତି।  

 ସୂଚନା ଅନୁସାରେ ଏହି ଦମ୍ପତି କୌଣସି କାମରେ ବଙ୍ଗଳାଗୁଡା ଗାଁ ଯାଇଥିଲେ।  କାମ ସାରି ନିଜ ଘରକୁ ଫେରୁ ଥିବା ବେଳେ  ବଙ୍ଗଳା ଗୁଡା ଗାଁ ଛକର  କୋରାପୁଟ ରାୟଗଡା ଜିଲ୍ଲାକୁ ସଂଯୋଗ କରୁଥିବା ୩୨୬ ନଂ ଜାତୀୟ ରାଜପଥ ପାର୍ଶ୍ବର ନାଳକୁ  କାର ଖସି ପଡି ଥିଲା। ଏଥିରେ ମହିଳା ସାମାନ୍ୟ ଆହତ ହୋଇ ଥିଲେ। ସାଙ୍ଗେ ସାଙ୍ଗେ ବଙ୍ଗଳା ଗୁଡା ଗାଁର କେତେକ ଯୁବକ ତୁରନ୍ତ ପୋଡା ଗଡ ଡାକ୍ତରଖାନା  ନେଇ ଭର୍ତ୍ତି କରିଥିଲେ। ସେହି ଭଳି କାରଟିକୁ ମଧ୍ୟ ନାଳରୁ ଉଦ୍ଧାର  କରିଥିଲେ।  । ଯୁବକମାନଙ୍କ ଏଭଳି କାମ କୁ ବିଭିନ୍ନ ମହଲ ରେ ପ୍ରଶଂସା କରିଛନ୍ତି ‌।