ହରଭଙ୍ଗା, ୨୪/୭ : ବର୍ତ୍ତମାନ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଧଳପୁର -ଆଠମଲିକ ମହାନଦୀ ସେତୁ ସାଜିଛି ଗଞ୍ଜେଇ ମାଫିଆଙ୍କ ନିରାପଦ ରାସ୍ତା । କେତେବେଳେ ବୌଦ୍ଧରୁ ଗଞ୍ଜେଇ ରାପ୍ତାନୀ ହେଉଥିବାବେଳେ କେତେବେଳେ ଅନୁଗୋଳରୁ ଉକ୍ତ ସେତୁ ଦେଇ ଅନ୍ୟତ୍ର ସ୍ଥାନକୁ ହେଉଛି ଗଞ୍ଜେଇ ଚାଲାଣ । କିନ୍ତୁ ପୋଲିସ କି ଅବକାରୀ ବିଭାଗ ମାଆଫିଙ୍କୁ ଧରି ପାରୁନି କି ମାଫିଆଙ୍କ ଚାଲ୍ କାର୍ଯ୍ୟକୁ ଜାଣି ପାରୁନଥିବା ନେଇ ବିଭାଗର ସ୍ୱଛତା କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠୁଛି । ସେପଟେ ମହାନଦୀ ସେତୁ ଉପରେ ଆଲୋକିକରଣ ନ ଥିବାରୁ ଅସାମାଜିକ ଲୋକଙ୍କ ପାଦ୍ରୁଭବ ବଢ଼ୁଥିବା ନେଇ ସ୍ଥାନୀୟ ଲୋକଙ୍କ ଅଭିଯୋଗ ହେଉଛି ।
ଏହି ସେତୁ ରାସ୍ତା ଦେଇ ମାଫିଆମାନେ ଦୈନିକ ପୋଲିସ ଆଖିରେ ଧୂଳି ଛାଟି ପୋଲିସକୁ ଚକମା ଦେଖାଇ କାରବାର କରୁଥିବାବେଳେ ଗୁରୁବାର କିନ୍ତୁ ଯୋଜନା ଫେଲ ମାରିଥିବା ଭଳି ଏକ ଚିତ୍ର ସାମ୍ନାକୁ ଆସିଛି l ବିଶେଷ ସୂତ୍ରରୁ ଖବରପାଇ ଏକ ସୁଇଫ୍ଟ ଡିଜାର କାରକୁ ପିଛା କରିଥିଲା ଅନୁଗୁଳ ଜିଲ୍ଲା ଆଠମଲିକ ଅବକାରୀ ଟିମ୍ । ଏପଟେ କାର୍ ଚାଳକ ଜାଣିପାରି ଗାଡିକୁ ଦ୍ରୁତଗତିରେ ଆଣି ସେତୁ ଅପରପାର୍ଶ୍ଵ ନିକଟସ୍ଥ ସାକୁସିଙ୍ଗା ଗ୍ରାମ ମୁଣ୍ଡରେ ଚାଳକ ଗାଡି ଛାଡି ଜଙ୍ଗଲ ଭିତରକୁ ଦୌଡ଼ି ପଳାଇଥିଲା । ଏପଟେ ଘଟଣାଟି ହରଭଙ୍ଗା ଥାନା ଅଞ୍ଚଳରେ ଗଞ୍ଜେଇ କାର ଜବତ ହୋଇଥିବାରୁ ହରଭଙ୍ଗା ଅବକାରୀ ଟିମ୍ ଖବରପାଇ ଘଟଣାସ୍ଥଳରେ ପହଂଚି କାର୍ ଜବତ କରିଥିବା ଜଣାପଡିଛି । ଘଟଣା ସମ୍ପର୍କରେ ହରଭଙ୍ଗା ଅବକାରୀ ସବଇନ୍ସପେକ୍ଟର ରବୀନ୍ଦ୍ର ନାଥ ପ୍ରଧାନଙ୍କୁ ପଚାରିବାରୁ ଘଟଣାସ୍ଥଳରେ ପହଁଚି କାର ଜବତ କରାଯାଇଛି । ଚାଳକ ଫେରାର ଥିବାବେଳେ କାର୍ ଲକ ଥିବାରୁ କେତେ ପରିମାଣରେ ଗଞ୍ଜେଇ ଭର୍ତ୍ତି ଅଛି ଜାଣି ହେଉନାହିଁ ବୋଲି କହିଥିଲେ । ସେପଟେ ଉକ୍ତ ସେତୁ ଦେଇ ଦୈନିକ ଗଞ୍ଜେଇ କାରବାର ବୃଦ୍ଧି ପାଉଥିବାବେଳେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ କଡାକଡ଼ି ଯାଞ୍ଚ କଲେ ଅନେକ ମାଫିଆ ଜାଲରେ ପଡିବା ସୁନିଶ୍ଚିତ ବୋଲି ସାଧାରଣରେ ଏକ ପ୍ରକାର ମତ ପ୍ରକାଶ ପାଉଛି ।