ନୂଆଦିଲ୍ଲୀ,୨୧/୦୨; ଗୁଜରାଟର ଭଲସାଡ ଜିଲ୍ଲାର କପରାଡା ଅଞ୍ଚଳର କୁମ୍ଭ ଘାଟ ନିକଟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ଏକ ଇକୋ କାର ଏବଂ ଏକ ଟ୍ରକ ମଧ୍ୟରେ ଭୟଙ୍କର ଧକ୍କା ଯୋଗୁଁ ଏହି ଦୁର୍ଘଟଣା ଘଟିଛି । ଜଣେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଏହି ଦୁର୍ଘଟଣା ପାଇଁ ଆଖପାଖ ଅଞ୍ଚଳରେ ଶୋକ ଆତଙ୍କ ଖେଳିଯାଇଛି ।

ଭାଲସାଡ ଜିଲ୍ଲାରେ ଘଟିଥିବା ଏହି ମର୍ମନ୍ତୁଦ ଦୁର୍ଘଟଣାରେ ମୃତକମାନେ ଆମ୍ବା ଜଙ୍ଗଲ ଅଞ୍ଚଳର ବାସିନ୍ଦା ବୋଲି ଜଣାପଡିଛି । ସେମାନେ ଗୋଟିଏ ପରିବାରର ବୋଲି କୁହାଯାଉଛି ଏବଂ ଏକ କାରରେ ଯାତ୍ରା କରୁଥିଲେ । କାରରେ ଥିବା ଲୋକମାନେ କପରାଡାରୁ ନାନାପୋଡା ଯାଉଥିବା ସମୟରେ କୁମ୍ଭଘାଟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିଲା । ଧକ୍କା ଏତେ ଜୋରଦାର ଥିଲା ଯେ, କାରଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଚୁନା ହୋଇଯାଇଛି । ସାମ୍ନାକୁ ଆସିଥିବା ଫଟୋ ଏବଂ ଭିଡିଓରେ କାରର ଧ୍ୱଂସାବଶେଷ ଦେଖିବାକୁ ମିଳିଛି । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଏହା ବି ପଢନ୍ତୁ...ଓୟୋରୁ ଯୁବକଙ୍କ ମୃତଦେହ ମିିଳିବା ଘଟଣା: ମୃତ୍ୟୁ ପଛରେ ଲୁଚିଛି କିଛି ରହସ୍ୟ, ହସ୍ପିଟାଲ୍ରୁ କାହିଁକି ଫେରାର ହେଲେ ପ୍ରେମିକା

ଚାଲିଗଲା ୭ ଜୀବନ- କାରରେ ଥିବା ଲୋକମାନେ ଗୋଟିଏ ପରିବାରର । ସୋମାନେ ନାନାପୋଡା ଅଭିମୁଖେ ଯାତ୍ରା କରୁଥିଲେ । କିନ୍ତୁ କୁମ୍ଭଘାଟରେ ଏକ ଟ୍ରକ୍ ସହିତ ଧକ୍କା ହେବା ଫଳରେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିଲା । ଘଟଣାସ୍ଥଳରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ଜଣେ ଗୁରୁତର ଆହତ ହୋଇଛନ୍ତି । ଘଟଣାସ୍ଥଳର କିଛି ଲୋକ ଏବଂ ପୁଲିସ ସହାୟତାରେ ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ସେ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି । ଏହି ଦୁର୍ଘଟଣା ରାସ୍ତାରେ ଏକ ବଡ଼ ଟ୍ରାଫିକ୍ ଜାମ୍ ସୃଷ୍ଟି କରିଥିଲା । ପରବର୍ତ୍ତୀ ସମୟରେ ଯାନବାହନ ଚଳାଚଳ ସ୍ୱଭାବିକ ହୋଇଥିଲା ।