ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ଜିରି ଲେହେକାଙ୍କୁ ପରାସ୍ତ କରି ଅଲ୍‌କାରାଜ କୁଇନ୍ସ କ୍ଲବ୍‌ ଟେନିସ୍‌ ଚାମ୍ପିଅନ୍‌, ଦ୍ୱିତୀୟ ଥର ହାସଲ କଲେ ଟାଇଟଲ୍

Published By : Prameya | June 23, 2025 2:44 PM

ଲଣ୍ଡନ, ୨୩/୦୬: ବିଶ୍ୱର ଦୁଇ ନମ୍ବର ଖେଳାଳି ସ୍ପେନର କାର୍ଲୋସ ଅଲ୍‌କାରାଜ ଦ୍ୱିତୀୟ ଥର କୁଇନ୍ସ କ୍ଲବ୍‌ ଟେନିସ୍‌ ଚାମ୍ପିଅନ୍‌  ହେବାର ସୌଭାଗ୍ୟ ଲାଭ କରିଛନ୍ତି ।  ପୁରୁଷ ବର୍ଗ ଫାଇନାଲ୍‌ରେ ସେ  ୭-୫, ୬-୭ (୫-୭), ୬-୨  ସେଟ୍‌ରେ ଚେକ୍‌ ଗଣରାଜ୍ୟର ଜିରି ଲେହେକାଙ୍କୁ ପରାଜିତ କରିଥିଲେ ।  ଏହି ମ୍ୟାଚ୍‌ ଜିତିବା ପାଇଁ ତାଙ୍କୁ  ୨ଘଣ୍ଟା ୧୦ମିନିଟ୍‌ ଲାଗିଥିଲା ।  

ଅଲ୍‌କାରାଜ ୨୦୨୩ରେ କୁଇନ୍ସ କ୍ଲବ୍‌  ଟାଇଟଲ୍‌ ଜିତିଥିଲେ । ଫାଇନାଲ୍‌ରେ ସେ  ଅଷ୍ଟ୍ରେଲିଆର ଆଲେକ୍ସ ଡି’ ମିନାଉରଙ୍କୁ  ହରାଇଥିଲେ । ଚଳିତ ସିଜନରେ ଅଲ୍‌କାରାଜ  ପଞ୍ଚମ ଟାଇଟଲ୍‌ ଜିତିଛନ୍ତି । ସେ  ରୋଟ୍ଟରଡାମ ଓପନ, ମଣ୍ଟୋ-କାର୍ଲୋ  ମାଷ୍ଟର୍ସ, ଇଟାଲିଆନ ଓପନ, ଫ୍ରେଞ୍ଚ ଓପନ  ଏବଂ କୁଇନ୍ସ କ୍ଲବ୍‌ ଚାମ୍ପିଅନ୍‌ ହୋଇଛନ୍ତି ।  ବର୍ତ୍ତମାନ ଟେନିସ୍‌ ଖେଳୁଥିବା ଖେଳାଳିଙ୍କ  ମଧ୍ୟ ପଞ୍ଚମ ଖେଳାଳି ଭାବେ ସେ ୪ରୁ  ଊଦ୍ଧ୍ୱର୍ ଗ୍ରାସ୍‌ କୋର୍ଟ ଟାଇଟଲ ଜିତିବାରେ  ସଫଳ ହୋଇଛନ୍ତି । ସର୍ବିୟା ତାରକା  ନୋଭାକ ଜୋକୋଭିକ୍‌ ସର୍ବାଧିକ ୮ଟି  ଟାଇଟଲ ଜିତିଛନ୍ତି

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.