ଲଣ୍ଡନ, ୨୩/୦୬: ବିଶ୍ୱର ଦୁଇ ନମ୍ବର ଖେଳାଳି ସ୍ପେନର କାର୍ଲୋସ ଅଲ୍‌କାରାଜ ଦ୍ୱିତୀୟ ଥର କୁଇନ୍ସ କ୍ଲବ୍‌ ଟେନିସ୍‌ ଚାମ୍ପିଅନ୍‌  ହେବାର ସୌଭାଗ୍ୟ ଲାଭ କରିଛନ୍ତି ।  ପୁରୁଷ ବର୍ଗ ଫାଇନାଲ୍‌ରେ ସେ  ୭-୫, ୬-୭ (୫-୭), ୬-୨  ସେଟ୍‌ରେ ଚେକ୍‌ ଗଣରାଜ୍ୟର ଜିରି ଲେହେକାଙ୍କୁ ପରାଜିତ କରିଥିଲେ ।  ଏହି ମ୍ୟାଚ୍‌ ଜିତିବା ପାଇଁ ତାଙ୍କୁ  ୨ଘଣ୍ଟା ୧୦ମିନିଟ୍‌ ଲାଗିଥିଲା ।  

ଅଲ୍‌କାରାଜ ୨୦୨୩ରେ କୁଇନ୍ସ କ୍ଲବ୍‌  ଟାଇଟଲ୍‌ ଜିତିଥିଲେ । ଫାଇନାଲ୍‌ରେ ସେ  ଅଷ୍ଟ୍ରେଲିଆର ଆଲେକ୍ସ ଡି’ ମିନାଉରଙ୍କୁ  ହରାଇଥିଲେ । ଚଳିତ ସିଜନରେ ଅଲ୍‌କାରାଜ  ପଞ୍ଚମ ଟାଇଟଲ୍‌ ଜିତିଛନ୍ତି । ସେ  ରୋଟ୍ଟରଡାମ ଓପନ, ମଣ୍ଟୋ-କାର୍ଲୋ  ମାଷ୍ଟର୍ସ, ଇଟାଲିଆନ ଓପନ, ଫ୍ରେଞ୍ଚ ଓପନ  ଏବଂ କୁଇନ୍ସ କ୍ଲବ୍‌ ଚାମ୍ପିଅନ୍‌ ହୋଇଛନ୍ତି ।  ବର୍ତ୍ତମାନ ଟେନିସ୍‌ ଖେଳୁଥିବା ଖେଳାଳିଙ୍କ  ମଧ୍ୟ ପଞ୍ଚମ ଖେଳାଳି ଭାବେ ସେ ୪ରୁ  ଊଦ୍ଧ୍ୱର୍ ଗ୍ରାସ୍‌ କୋର୍ଟ ଟାଇଟଲ ଜିତିବାରେ  ସଫଳ ହୋଇଛନ୍ତି । ସର୍ବିୟା ତାରକା  ନୋଭାକ ଜୋକୋଭିକ୍‌ ସର୍ବାଧିକ ୮ଟି  ଟାଇଟଲ ଜିତିଛନ୍ତି