ପ୍ରମୂଖ ଖବର
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ମୋହନାରୁ ଆନ୍ଧ୍ର ପ୍ରଦେଶକୁ ଗୋରୁ ଚାଲାଣ; ମୁଖ୍ୟ ଅଭିଯୁକ୍ତ ଫେରାର୍, ଦଲାଲଙ୍କ ସମେତ ତିନି ଡ୍ରାଇଭର ଅଟକ

Published By : Harapriya Sethi | October 31, 2024 10:27 AM

ମୋହନା, ୩୧/୧୦: ମୋହନାରୁ ପଡ଼ୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶକୁ ଗୋରୁ ଚାଲାଣ ହେଉଥିବା ବେଳେ ମାଡ଼ି ବଲିଲେ ବଜରଙ୍ଗ ଦଳ କର୍ମୀ । କର୍ମୀ ମାନେ ତିନି ଗୋରୁ ବୋଝେଇ ଭ୍ୟାନ ଅଟକାଇ ଥିଲେ । ଉକ୍ତ ଗାଡିରୁ ପ୍ରାୟ ୬୭ ଟି ଗୋରୁ ଉଦ୍ଧାର ହୋଇଥିବାବେଳେ ଏଥିରେ ଦୁଇ ଗୋରୁ ଗୁରୁତର  ସହ ଗୋଟିଏ ବଳଦର ମୃତ୍ୟୁ ହୋଇଥିବା ଜଣାପଡିଛି । ଏଥିରେ ସମ୍ପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତ ମାନେ ଫେରାର ଥିବା ବେଳେ ୩ଟି ଗାଡ଼ି ଡ୍ରାଇଭର ଓ ଜଣେ ଦଲାଲିଙ୍କୁ ଅଟକ ରଖିଛି ପୋଲିସ । ୩ ଡ୍ରାଇଭର ହେଉଛନ୍ତି ତାମିଲନାଡୁର ଧାମିନପୁର ଗ୍ରାମର ଏମ୍. ବିଜୟ(୩୧), କ୍ରିଷ୍ଣାଗିରି ଗ୍ରାମର ଆର୍. ଶ୍ରୀନିବାସ(୩୫), ବାଙ୍ଗାଲୁରର ଏମ୍. ବସନ୍ତ (୩୨) ଙ୍କ ସମେତ ଖୋର୍ଦ୍ଧା ଜିଲ୍ଲା ଜଟଣୀର ଦଲାଲ ମୁଖତାର ଖାନ୍ (୪୨) ଅଟକ ରହିଛନ୍ତି । ଗଜପତି ଜିଲ୍ଲା ରାୟଗଡ ଥାନା ଅଧିନ ଜିରାଙ୍ଗ ଘାଟି ନିକଟରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ, ବୁଧବାର ସକାଳୁ ମୋହନା ଥାନା ଅଞ୍ଚଳରେ ବାହାର ରାଜ୍ୟ ନମ୍ବରର ତିନୋଟି ଭ୍ୟାନରେ ( TN 70 AK 6394, TN 24 BD 9920, KA 41 D 2385) ଗୋରୁ ଭର୍ତ୍ତି ହୋଇ ଯାଉଥିବା ବଜରଙ୍ଗ ଦଳ କର୍ମୀମାନେ ସୂଚନା ପାଇଥିଲେ l ଏହା ଉପରେ ତୀକ୍ଷ୍ଣ ନଜର ରଖି  ଉକ୍ତ ଭ୍ୟାନଗୁଡିକ ରାମଗିରି ଦେଇ ପାରଳାଖେମୁଣ୍ଡି ଅଭିମୁଖେ ଯାଉଥିବାବେଳେ ବଜରଙ୍ଗ ଦଳର କର୍ମୀମାନେ ଏହାକୁ ପିଛା କରି ଜିରାଙ୍ଗ ଘାଟି ନିକଟରେ ଅଟକାଇ ପୋଲିସକୁ ସୂଚନା ଦେଇଥିଲେ l ଏସଆଇ କୃଷ୍ଣ ଚନ୍ଦ୍ର ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ଗୋରୁ ବୋଝେଇ ଭ୍ୟାନଗୁଡିକୁ ଜବତ କରିବା ସହ ରାୟଗଡ ମିନି ଷ୍ଟାଡିୟମକୁ ନେଇ ସେଠାରେ ଗୋରୁଗୁଡିକୁ ସୁରକ୍ଷିତ ଭାବେ ଓଲ୍ହାଇ ସେମାନଙ୍କ ଖାଦ୍ୟ ପାଣିର ବ୍ୟବସ୍ଥା କରାଇଥିଲେ l ଅଗ୍ନିଶମ ବାହିନୀ ପହଞ୍ଚି ପାଣି ମାରି ଗୋରୁ ମାନଙ୍କ ଯତ୍ନ ନେଇଥିଲେ l ସମସ୍ତ ଗୋରୁର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିଥିଲେ l ଏଥିରେ ଦୁଇ ଗୋରୁ ଗୁରୁତର ହୋଇଥିବା ବେଳେ ଭ୍ୟାନ ଭିତରେ ଦଳାଚକଟା ଅବସ୍ଥାରେ ଗୋଟିଏ ବଳଦର ମୃତ୍ୟୁ ହୋଇଥିବା  ସହକାରୀ ପ୍ରାଣୀ ଚିକିତ୍ସକ ଡଃ. ଲିମା ମହାନ୍ତି କହିଛନ୍ତି l ଉକ୍ତ ଘଟଣାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ମାନେ ଫେରାର ଥିବା ବେଳେ ଉକ୍ତ ଗାଡ଼ିର ଡ୍ରାଇଭର ତାମିଲନାଡୁର ଧାମିନପୁର ଗ୍ରାମର ଏମ୍. ବିଜୟ(୩୧), କ୍ରିଷ୍ଣାଗିରି ଗ୍ରାମର ଆର୍. ଶ୍ରୀନିବାସ(୩୫), ବାଙ୍ଗାଲୁରର ଏମ୍. ବସନ୍ତ (୩୨) ଙ୍କ ସମେତ ଖୋର୍ଦ୍ଧା ଜିଲ୍ଲା ଜଟଣୀର ମୁଖତାର ଖାନ୍ (୪୨) ଅଟକ ରଖି ପୁଲିସ ପଚରାଉଚରା କରି ତଦନ୍ତ ଜାରି ରଖିଥିବା ଜଣାପଡିଛି। 

ଏନେଇ ବଜରଙ୍ଗ ଦଳ ଜିଲ୍ଲା ମିଳନ କେନ୍ଦ୍ର ପ୍ରମୁଖ ପବିତ୍ର ରଇତ ରାୟଗଡ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି l ଏଥିରେ ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦର କାର୍ଯ୍ୟକାରିଣୀ ସଭାପତି ଲୋକନାଥ ମିଶ୍ର, ଜିଲ୍ଲା ବଜରଙ୍ଗୀ ଦଳର ସଭାପତି ନାଗେଶ ମହାପାତ୍ର, ନଗର ସଭାପତି ରବୀନ ସାହୁକାର, ନଗର ଗୋସୁରକ୍ଷା ସଂଯୋଜକ ନୀଳାମ୍ବର ପ୍ରଧାନ, ସମ୍ପାଦକ କୁମାର ରେଡି, ଗିନି କୁମାର ରାଓ, ସଂଗ୍ରାମ ମହାରଣାଙ୍କ ସମେତ ପ୍ରମୁଖ ବହୁ କାର୍ଯ୍ୟକର୍ତ୍ତା ସାମିଲ ଥିଲେ l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.