ନୂଆଦିଲ୍ଲୀ, ୪।୪: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଚଳିତ ବର୍ଷର ଦଶମ ଶ୍ରେଣୀ ପରୀକ୍ଷା ଫଳ ଖୁବ୍ଶୀଘ୍ର ଘୋଷଣା କରାଯାଇପାରେ । ଯଦିଓ ବୋର୍ଡ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରାଯାଇ ନାହିଁ, ତଥାପି ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଅପେକ୍ଷାର ଅନ୍ତ ଖୁବ୍ କମ୍ ସମୟ ମଧ୍ୟରେ ଘଟିବାକୁ ଯାଉଛି । ଫଳାଫଳ ପ୍ରକାଶ ପାଇବା ପରେ ପରୀକ୍ଷାର୍ଥୀମାନେ ବୋର୍ଡର ଅଫିସିଆଲ୍ ୱେବସାଇଟ୍ ସମେତ ବିଭିନ୍ନ ପ୍ଲାଟଫର୍ମରେ ନିଜର ସ୍କୋରକାର୍ଡ ଯାଞ୍ଚ କରିପାରିବେ ।

ଛାତ୍ରଛାତ୍ରୀମାନେ କିଛି ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ନିଜର ଫଳାଫଳ ଦେଖିପାରିବେ । ସେଗୁଡ଼ିକ ହେଲା:

cbse.gov.in

cbseresults.nic.in

results.cbse.nic.in

digilocker.gov.in

ୱେବସାଇଟ୍ ବ୍ୟତୀତ ଡିଜିଲକର ମୋବାଇଲ୍ ଆପ୍, ଉମଙ୍ଗ ଆପ୍ ଏବଂ ଏସଏମଏସ୍ ମାଧ୍ୟମରେ ମଧ୍ୟ ରେଜଲ୍ଟ ଜାଣିହେବ । ଏଥିପାଇଁ ଛାତ୍ରଛାତ୍ରୀଙ୍କୁ ନିଜର ରୋଲ୍ ନମ୍ବର, ସ୍କୁଲ୍ ନମ୍ବର ଏବଂ ଆଡମିଟ୍ କାର୍ଡ ଆଇଡି ବ୍ୟବହାର କରିବାକୁ ପଡ଼ିବ ।

ଏହା ବି ପଢ଼ନ୍ତୁ... କେରଳରେ ଶଶି ଥରୁରଙ୍କ ଉପରକୁ ଆକ୍ରମଣ : ଡ୍ରାଇଭର୍ ଓ ସୁରକ୍ଷାକର୍ମୀ ଆହତ, ଅଳ୍ପକେ ବର୍ତ୍ତିଲେ ସାଂସଦ

ଡିଜିଲକରରେ ରେଜଲ୍ଟ ଦେଖିବାର ସହଜ ଉପାୟ:

ପ୍ରଥମେ ଡିଜିଲକରର ଅଧିକାରିକ ୱେବସାଇଟ୍ digilocker.gov.in କୁ ଯାଆନ୍ତୁ । ଏହାପରେ 'Login' ଲିଙ୍କ୍ ଉପରେ କ୍ଲିକ୍ କରି ନିଜର ପଞ୍ଜିକୃତ ବିବରଣୀ ପ୍ରଦାନ କରନ୍ତୁ । ଆକାଉଣ୍ଟ୍ ଖୋଲିବା ପରେ 'Class X Result' ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ । ନିଜର ଆବଶ୍ୟକୀୟ ତଥ୍ୟ ଯେପରିକି ରୋଲ୍ ନମ୍ବର ଦେଇ ସବମିଟ୍ କରନ୍ତୁ । ଏବେ ଆପଣଙ୍କର ରେଜଲ୍ଟ ସ୍କ୍ରିନ୍ରେ ଦେଖାଯିବ, ଏହାକୁ ଡାଉନଲୋଡ୍ କରି ପ୍ରିଣ୍ଟ୍ ଆଉଟ୍ ବାହାର କରି ରଖନ୍ତୁ ।

ଚଳିତ ବର୍ଷ CBSE ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଫେବୃଆରୀ ୧୭ରୁ ଆରମ୍ଭ ହୋଇ ମାର୍ଚ୍ଚ ୧୧ ରେ ଶେଷ ହୋଇଥିଲା । ସକାଳ ୧୦:୩୦ ରୁ ଦିନ ୧:୩୦ ପର୍ଯ୍ୟନ୍ତ ଗୋଟିଏ ସିଫ୍ଟରେ ପରୀକ୍ଷା କରାଯାଇଥିଲା । ସୂଚନାଯୋଗ୍ୟ ଯେ, ଏହି ବର୍ଷ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ପାଖାପାଖି ୪୪ ଲକ୍ଷ ଛାତ୍ରଛାତ୍ରୀ ପଞ୍ଜିକରଣ କରିଥିଲେ । ବୋର୍ଡ ସାଧାରଣତଃ ମେ ମାସର ଦ୍ୱିତୀୟ ସପ୍ତାହରେ ଫଳାଫଳ ଘୋଷଣା କରିଥାଏ । ୨୦୨୫ ମେ ୧୩ ତାରିଖରେ ପ୍ରକାଶ ପାଇଥିଲା । ୨୦୨୪ ମେ ୧୩ ତାରିଖରେ ଘୋଷଣା ହୋଇଥିଲା । ୨୦୨୩ ମେ ୧୨ ତାରିଖରେ ଫଳାଫଳ ଆସିଥିଲା । ଏହି ଟ୍ରେଣ୍ଡକୁ ଦେଖିଲେ ଚଳିତ ବର୍ଷ ମଧ୍ୟ ମେ ମାସ ମଧ୍ୟଭାଗ ସୁଦ୍ଧା ରେଜଲ୍ଟ ପ୍ରକାଶ ପାଇବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ଛାତ୍ରଛାତ୍ରୀମାନେ ନିୟମିତ ଭାବେ ବୋର୍ଡର ଅଫିସିଆଲ୍ ୱେବସାଇଟ୍ ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି ।