ଭୁବନେଶ୍ୱର,୦୪/୦୪: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ  (ସିବିଏସଇ) ପକ୍ଷରୁ ଚଳିତ  ଶିକ୍ଷାବର୍ଷରୁ ନୂଆ ସିଲାବସ ଘୋଷଣା  କରାଯାଇଛି। ନୂଆ ସିଲାବସ୍‌ କେବଳ  ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଲାଗୁ  କରାଯିବ । ପାଠ୍ୟକ୍ରମର ଢାଞ୍ଚାକୁ  ଭିନ୍ନ କରିବା ଓ ଦକ୍ଷତାସମ୍ପନ୍ନ ଶିକ୍ଷା ସୁଯୋଗକୁ ବ୍ୟାପକ କରିବା ଏହାର  ଲକ୍ଷ୍ୟ ରଖାଯାଇଛି । ସିବିଏସ୍‌ଇ ଦଶମ  ଶ୍ରେଣୀ ପିଲାଙ୍କ ପାଇଁ ଉକ୍ତ ସିଲାବସ୍‌ରେ  ୩ଟି ଦକ୍ଷତା ସମ୍ପନ୍ନ ବିଷୟ  ମଧ୍ୟରୁ ଗୋଟିଏକୁ ବାଧ୍ୟତାମୂଳକ  କରାଯାଇଛି । 

ସେଥିରେ କମ୍ପ୍ୟୁଟର ଆପ୍ଲିକେସନ, ସୂଚନା ପ୍ରଯୁକ୍ତିବିଦ୍ୟା  କିମ୍ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ  ରହିଛି । ସେହିପରି ଇଂରାଜୀ ଓ  ହିନ୍ଦୀରୁ ଗୋଟିଏକୁ ଭାଷା ବିଷୟ  ଭାବେ ଚୟନ କରିବାକୁ ପଡ଼ିବ ।