ପ୍ରମୂଖ ଖବର
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

CBSE ପରୀକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ, ବର୍ଷକୁ ୨ ଥର ବୋର୍ଡ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

Published By : Swapna Ray | February 19, 2025 3:16 PM

ନୂଆଦିଲ୍ଲୀ, ୧୯।୨: ସିବିଏସ୍ଇର ପରୀକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ । ଏଣିକି ବର୍ଷକୁ ଥରେ ନୁହେଁ ୨ ଥର ବୋର୍ଡ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ୨୦୨୬ରୁ ଲାଗୁ ହେବ ନୂଆ ନିୟମ । ଖୁବଶୀଘ୍ର ଜାରି ହେବ ଡ୍ରାପ୍ଟ । କୌଣସି ଛାତ୍ର ଅସୁସ୍ଥ ହେଲେ ପୁଣି ଥରେ ଦେଇପାରିବେ ପରୀକ୍ଷା । ବିଦେଶୀ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଚଳନ କରିବ ବିଶ୍ୱସ୍ତରୀୟ ପାଠ୍ୟକ୍ରମ । 

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଅର୍ଥାତ୍ ସିବିଏସ୍ଇ ନିଜର ପରୀକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛି । ୨୦୨୬-୧୭ ଶିକ୍ଷାବର୍ଷରୁ ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର କରାଯିବ ବୋଲି ସିବିଏସ୍ଇ ନିଷ୍ପତ୍ତି ନେଇଛି । ଯଦି କୌଣସି ଛାତ୍ର ଅସୁସ୍ଥ ହୁଅନ୍ତି କିମ୍ବା କୌଣସି କାରଣରୁ ସେ ପରୀକ୍ଷା ଦେଇପାରନ୍ତି, ତେବେ ସେ ପୁଣି ଥରେ ପରୀକ୍ଷା ଦେଇପାରିବେ । ଏହାର ଡ୍ରାଫ୍ଟ ଖୁବଶୀଘ୍ର ପ୍ରକାଶିତ ହେବ ବୋଲି କୁହାଯାଇଛି । ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ପ୍ରତି ଉଈଝଋ ଅଧିକାରୀ ଏବଂ ଜାତୀୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ, କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ, ଏବଂ ନବୋଦୟ ବିଦ୍ୟାଳୟ ସମିତିର ପ୍ରତିନିଧିମାନଙ୍କ ସହିତ ଏକ ବୈଠକ କରିଛନ୍ତି । ଆସନ୍ତା ସୋମବାର ଏହାକୁ ସାର୍ବଜନୀନ କରାଯିବ । 

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଚାପମୁକ୍ତ ଶିକ୍ଷା ପରିବେଶ ସୃଷ୍ଟି କରିବା ପାଇଁ ଏଭଳି ଆବଶ୍ୟକୀୟ ପଦକ୍ଷେପ ନିଆଯାଇଥିବା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ସେ କହିଥିଲେ, “ପରୀକ୍ଷା ସଂସ୍କାର ଏବଂ ପରିବର୍ତ୍ତନ ଏହି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହି ସଂସ୍କାରଗୁଡ଼ିକ ପରୀକ୍ଷା ସମ୍ବନ୍ଧୀୟ ଚାପ ହ୍ରାସ କରିବାରେ ସାହାଯ୍ୟ କରିବ ଏବଂ ଏକ ସନ୍ତୁଳିତ ମୂଲ୍ୟାଙ୍କନ ବ୍ୟବସ୍ଥା ସୁନିଶ୍ଚିତ କରିବ।” କହିରଖୁ କି, ୧୫ ଫେବୃଆରୀରୁ ସିବିଏସଇ ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଆରମ୍ଭ ହେଉଛି । ୪ ଏପ୍ରିଲରେ ଏହି ପରୀକ୍ଷା ଶେଷ ହେବ । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପରୀକ୍ଷା ବିରୋଧରେ ପେପର ଲିକ୍ ଭଳି ଗୁଜବ ପ୍ରସାର ସମ୍ପର୍କରେ ଏକ ନୋଟିସ୍ ଜାରି କରିଥିଲା । ବୋର୍ଡ ଏକ ନୋଟିସ ଜାରି କରି ଛାତ୍ରଛାତ୍ରୀମାନଙ୍କୁ ଏପରି ଗୁଜବ ବିରୁଦ୍ଧରେ ସତର୍କ ରହିବାକୁ କହିଥିଲେ । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.