ପ୍ରମୂଖ ଖବର
  • କଟକ : ଶୈଳବାଳା ମହିଳା ମହାବିଦ୍ୟାଳୟରେ ଅଘଟଣ , ନିର୍ମାଣାଧୀନ କୋଠାରୁ ପଡି ଶ୍ରମିକ ମୃତ
  • ||
  • କଟକ : ମାହାଙ୍ଗା ବ୍ଲକ ଖନ୍ଦୋଳ ଗ୍ରାମରେ ବନ୍ଦ ଘରୁ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର
  • ||
  • ବେଙ୍ଗାଲୁରୁ ଦଳାଚକଟା ଘଟଣା; KSCA ସମ୍ପାଦକ ଏ. ଶଙ୍କର ଓ କୋଷାଧ୍ୟକ୍ଷ ଏଇ ଜୟରାମଙ୍କ ଇସ୍ତଫା
  • ||
  • ମିଠି ନଦୀ ଦୁର୍ନୀତି ମାମଲା: ଅଭିନେତା ଡିନୋ ମୋରିଆଙ୍କୁ ଇଡି ସମନ୍
  • ||
  • ସରଣ୍ଡା ଜଙ୍ଗଲରୁ ୧ କୁଇଣ୍ଟାଲ ବିସ୍ଫୋରକ ଜବତ, ସର୍ଚ୍ଚ ଅପରେସନ୍‌ ଜାରି
  • ||
  • ଫୁଲବାଣୀ : ଫୁଲବାଣୀ ମେଡିକାଲ କଲେଜ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ଚଳିତ ଶିକ୍ଷା ବର୍ଷରୁ ଆରମ୍ଭ ହେବ ପାଠପଢା
  • ||
  • French Open 2025: 'ବୋଧ ହୁଏ ଏହା ମୋର ଶେଷ ମ୍ୟାଚ ଥିଲା', ଫ୍ରେଞ୍ଚ ଓପନ୍ ହାରିବା ପରେ ଅବସର ନେଲେ କି ନୋଭାକ ?
  • ||
  • ଭଦ୍ରକ : ଜାତିଆଣ ବିବାଦରୁ କଙ୍ଗାରୁ କୋର୍ଟ, ଗାଁରୁ ନିଆଁପାଣି ବନ୍ଦ ଚିନ୍ତାରେ ଚାଲିଗଲା ଜୀବନ !
  • ||
  • ବରଗଡ଼ ପଞ୍ଚାୟତ କଲେଜ ପଛପଟୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଚାନ୍ଦବାଲି : ରୋଗୀଙ୍କ ମୁହଁରୁ ଅକ୍ସିଜେନ କାଢିନେବାରୁ ମୃତ୍ୟୁ ଅଭିଯୋଗ, ଚାନ୍ଦବାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା
  • ||
  • ଶନିବାର ମୁଖ୍ୟମନ୍ତ୍ରୀଙ୍କ ଫୁଲବାଣୀ ଗସ୍ତ : ୪୨ ପ୍ରକଳ୍ପର ଉଦ୍‌ଘାଟନ ସହ ୬୫ ନୂଆ ପ୍ରକଳ୍ପର କରିବେ ଶିଳାନ୍ୟାସ
  • ||
  • 'ଅପରେସନ୍ ସିନ୍ଦୂର ପାକ୍ ସହ ଡିଲ ଥିଲା'; ଟିଏମ୍‌ସି ବିଧାୟକଙ୍କ ବୟାନକୁ ନେଇ ବିବାଦ, ଦୂରରେ ରହିଲା ଦଳ
  • ||
  • ଯୋଗେଶ ଗୌଡ଼ା ହତ୍ୟା ମାମଲା; କଂଗ୍ରେସ ବିଧାୟକ ବିନୟ କୁଲକର୍ଣ୍ଣିଙ୍କୁ ସୁପ୍ରିମ ଝଟକା, ଜାମିନ ଆବେଦନ ଖାରଜ
  • ||
  • କଟକ : ରାସ୍ତାରେ ପଡ଼ିଛି ମାନସିକ ବିକାରଗ୍ରସ୍ତ ମହିଳାଙ୍କ ମୃତଦେହ, ଅଜଣା ଗାଡ଼ି ଧକ୍କା ଦେଇଥିବା ସନ୍ଦେହ
  • ||
  • ଇଂଲଣ୍ଡରେ କେଏଲ ରାହୁଲଙ୍କ ବିସ୍ଫୋରକ ଶତକ, ଭାରତ ଏ'- ୩୧୯/୭
  • ||
  • କଟକ : ହୋଟେଲ ଭିତରକୁ ମାଡିଗଲା ଟ୍ରେଲର, ଜଣେ ମୃତ
  • ||
  • ଦେବଗଡ଼ : ଅଜଣା ଗାଡ଼ି ଧକ୍କାରେ ଚାଷୀ ସହ ବଳଦ ମୃତ
  • ||
  • ଆହୁରି ୫ ଦିନ ଅସହ୍ୟ ଗୁଳୁଗୁଳି, ଉପକୂଳବର୍ତ୍ତୀ ୧୧ ଜିଲ୍ଲାରେ କଲବଲ କରିବ ତାତି, ୧୦ ଯାଏ ନିସ୍ତାର ନାହିଁ
  • ||

ନର୍ସିଂହୋମ୍‌ରେ ମହିଳାଙ୍କ ମଳ ନଳୀ କାଟିଦେବା ଘଟଣା; ପୁଲିସର ଚିଠି ପରେ ତଦନ୍ତ କରିବ ସିଡିଏମଓ ଅନୁଧ୍ୟାନ କମିଟି

Published By : Harapriya Sethi | June 7, 2025 2:35 PM

କଟକ, ୦୭/୦୬: କଟକ ରାଣୀହାଟର ଏକ ଘରୋଇ ନର୍ସିଂହୋମରେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର କରାଯାଇ ଜଣେ ଯବାନଙ୍କ ପତ୍ନୀଙ୍କ ମଳ ନଳୀ କାଟି ଦିଆଯାଇଥିଲା।‌ ଏହି ଘଟଣା 'ପ୍ରମେୟ'ରେ ପ୍ରକାଶ ପାଇବା ପରେ ପୁଲିସ ଓ ଜିଲ୍ଲା ପ୍ରଶାସନ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନେବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଶୁକ୍ରବାର ପୁଲିସ ଏସିପିଙ୍କ ନିର୍ଦ୍ଦେଶରେ ନର୍ସିଂହୋମରୁ ଜରୁରୀ କାଗଜପତ୍ର ଜବତ କରାଯାଇଥିଲା। ସିଡିଏମଓଙ୍କୁ ତଦନ୍ତ କରିବାକୁ ପୁଲିସ ଚିଠି ଲେଖିଥିଲା। ଶନିବାର ସିଡିଏମଓ କାର୍ଯ୍ୟାଳୟ ତରଫରୁ ଘଟଣାର ଅନୁଧ୍ୟାନ ପାଇଁ ଏକ କମିଟି ଗଠିତ ହୋଇଛି। ପ୍ରାଥମିକ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।‌ ନୋଡାଲ ଅଫିସର ଓ ଡିଲିଂ କ୍ଲର୍କ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ରିପୋର୍ଟ ଦେବେ। ଏଭଳି ସମ୍ବେଦନଶୀଳ ଘଟଣାକୁ ନେଇ ଘରୋଇ ନର୍ସିଂହୋମ କର୍ତ୍ତୃପକ୍ଷ ଅଡ଼ୁଆରେ ପଡ଼ିଛି ।

 ସୂଚନାଯୋଗ୍ୟ ଯେ, ଦୀପ୍ତିମୟୀ ୧୧ ସପ୍ତାହର ଗର୍ଭବତୀ  ଥିବା ଜାଣିବାକୁ ପାଇବା ପରେ ପୂର୍ବରୁ ଦୁଇଟି ସନ୍ତାନ  ଥିବାରୁ ପରିବାରର ସହମତିରେ ଗର୍ଭପାତ କରିବାକୁ କଟକ  ରାଣୀହାଟର ଏକ ଘରୋଇ ନର୍ସିଂହୋମ୍‌କୁ ଆସିଥିଲେ ।  ତାଙ୍କର ଗର୍ଭପାତ  କରାଯାଇଥିଲା ଏବଂ  ଦୀପ୍ତିମୟୀ ଡିସ୍‌ଚାର୍ଜ  ବି ହୋଇଥିଲେ । କିନ୍ତୁ  ଘରକୁ ଯିବା ପରେ   ପେଟରେ ଯନ୍ତ୍ରଣା  ଅନୁଭବ କଲେ ଏବଂ  ପେଟ ଫୁଲିବାକୁ ଲାଗିଲା । ଯାବତୀୟ ଟେଷ୍ଟ୍‌ କରିବା ପରେ ତାଙ୍କୁ କୁହାଯାଇଥିଲା, ଗର୍ଭପାତ  ପରେ କୌଣସି ଅଂଶ ରହିଯାଇଥିବାରୁ ଏଭଳି ସମସ୍ୟା  ଉପୁଜିଛି । ପୁଣି ଅପରେସନ୍‌ କରାଯାଇଥିଲା । ତଥାପି ଦୀପ୍ତିମୟୀଙ୍କ ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ଆସିନଥିଲା ।  ପରିବାର ଲୋକେ ଚିନ୍ତାରେ ପଡିଯାଇଥିଲେ । ସ୍ୱାମୀ ସମର  କୁମାର ସାମଲ ଛୁଟି ନେଇ କଟକରେ ପହଞ୍ଚିଥିଲେ ।  ଏସ୍‌ସିବିର ଜଣେ ସର୍ଜନଙ୍କୁ ସାକ୍ଷାତ କରିବାରୁ ସେ ମଳ  ନଳୀରେ ସଂକ୍ରମଣ ହୋଇଥିବା କହିଥିଲେ । ସ୍ୱାସ୍ଥ୍ୟାବସ୍ଥା  ବିଗିଡି ଚାଲିଥିବାରୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ  ହସ୍ପିଟାଲରେ ଦୀପ୍ତିମୟୀଙ୍କୁ ଭର୍ତ୍ତି କରାଯାଇଥିଲା । ସେଠାରେ  ଡାକ୍ତର ଯାଞ୍ଚ୍‌ କରି ଦେଖିଥିଲେ ଯେ, ଦୀପ୍ତିମୟୀଙ୍କ ମଳ ନଳୀ ପ୍ରାୟ ୩ ସେଣ୍ଟିମିଟର କଟିଯାଇଥିବା ଜଣାପଡିଥିଲା । ତେବେ ଦୀପ୍ତିମୟୀଙ୍କ ଅଭିଯୋଗ ମୁତାବକ,  ଭୁବନେଶ୍ୱରର ଘରୋଇ ହସ୍‌ପିଟାଲକୁ ସ୍ଥାନାନ୍ତର  ହେବାକୁ ପରିବାର ଲୋକେ ଚାହୁଥିବା ବେଳେ ନର୍ସିଂହୋମ୍‌  ତରଫରୁ ତାଙ୍କୁ ଡିସ୍‌ଚାର୍ଜ ପେପର୍‌ କିମ୍ବା ହସ୍‌ପିଟାଲ ବିଲ୍‌  ଦିଆଯାଇଥିଲା । ମଗାଯିବାରେ କୁହାଯାଇଥିଲା, ‘ଆଗେ  ରୋଗୀଙ୍କୁ ବଞ୍ଚାଅ, ପରେ ସବୁ କଥାବାର୍ତ୍ତା’ । କେବଳ ଏତିକି   ନୁହେଁ, ଚିକିତ୍ସା ତଥା ଅସ୍ତ୍ରୋପଚାରରେ ତ୍ରୁଟି ଧରାଯିବା ପରେ  ନର୍ସିଂହୋମ୍‌ କର୍ତ୍ତୃପକ୍ଷ ଭୁବନେଶ୍ୱର ଘରୋଇ ହସ୍‌ପିଟାଲ ଯାଇ  ଦୀପ୍ତିମୟୀଙ୍କ ପରିବାରକୁ ଭେଟି ଘଟଣାର ସମାଧାନ ଚାହିଥିବା ଦୀପ୍ତିମୟୀ ଅଭିଯୋଗ ଆଣିଛନ୍ତି । ଏ ବାବଦରେ ଦୀପ୍ତିମୟୀଙ୍କ  ପକ୍ଷରୁ ମଙ୍ଗଳାବାଗ୍‌ ଥାନାରେ ଏତଲା ଦିଆଯିବା ପରେ ପୁଲିସ୍‌   ନର୍ସିଂହୋମ୍‌କୁ ଯାଇ ସେଠାରୁ ଜରୁରି କାଗଜପତ୍ର ଜବତ  କରିଥିବା ଏସିପି ଗିରିଜା ଶଙ୍କର ଚକ୍ରବର୍ତ୍ତୀ ପ୍ରକାଶ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.