ନୂଆଦିଲ୍ଲୀ,୨୦/୧୨: ୩ ବର୍ଷ ତଳେ ଘଟିଥିଲା ଭୟଙ୍କର ହେଲିକପ୍ଟର କ୍ରାସ୍ । ଯାହା ସମଗ୍ର ଦେଶକୁ ଦୋହଲାଇ ଦେଇଥିଲା । ସ୍ତବ୍ଦ ହୋଇଯାଇଥିଲେ ଦେଶବାସୀ । ପ୍ରଥମ ଚିଫ୍ ଅଫ୍ ଜେନେରାଲ ବିପନ ରାୱତଙ୍କ ସମେତ ୧୪ ବୀରଙ୍କୁ ହରାଇଥିଲା ଦେଶ । ୨୦୨୧ ଡିସେମ୍ବର ୮ ତାରିଖରେ ବାୟୁସେନା ହେଲିକପ୍ଟର ଏନଆଇ୧୭ ଭି୫ ଦୁର୍ଘଟଣା ହୋଇଥିଲା । ଯେଉଁଥିରେ ପ୍ରଥମ ସିଡିଏସ ବିପିନ ରାୱତ ଓ ତାଙ୍କ ପତ୍ନୀଙ୍କ ସମେତ ୧୪ ଜଣଙ୍କ ଦେହାନ୍ତ ହୋଇଥିଲା । ୩ ବର୍ଷ ପରେ ଦୁର୍ଘଟଣାର କାରଣ ଜଣାପଡିଛି । ପ୍ରତିରକ୍ଷା ଷ୍ଟାଡିଙ୍ଗ୍ କମିଟି ଲୋକସଭାରେ ଦେଇଥିବା ରିପୋର୍ଟ ଅନୁସାରେ ପ୍ଲେନ କ୍ରାସର କାରଣ ଜଣାପଡିଛି । ଦୁର୍ଘଟଣାର କାରଣ ଯାନ୍ତ୍ରିକ ନୁହେଁ ମନୁଷ୍ୟକୃତ ବୋଲି ରିପୋର୍ଟରେ କୁହଯାଇଛି ।
୨୦୨୨ ଜାନୁଆରୀରେ ଭାରତୀୟ ବାୟୁସେନା ଦୁର୍ଘଟଣାର କାରଣ ଖରାପ ପାଣିପାଗ ପାଇଁ ହୋଇଥିବା କୁହାଯାଇଥିଲା । ଆଇଏଏଫ ପ୍ରାରମ୍ଭିକ ତଦନ୍ତ ପରେ ଦୁର୍ଘଟଣାର କାରଣ ଅଣଦେଖା, ଯାନ୍ତ୍ରିକ ତ୍ରୁଟି କିମ୍ବା ଯଡଯନ୍ତ୍ର ବୋଲି କୁହାଯାଇଥିଲା । ବର୍ତ୍ତମାନ ଲୋକସଭାରେ ପାର୍ଲାମେଣ୍ଟାରୀ ପ୍ୟାନେଲ ଷ୍ଟାଡିଙ୍ଗ କମିଟି ଦେଇଥିବା ରିପୋର୍ଟ ଅନୁସାରେ ଦୁର୍ଘଟଣାର କାରଣ ମନୁଷ୍ୟକୃତ ବୋଲି କହୁଯାଇଛି । କମିଟି ଦେଇଥିବା ରିପୋର୍ଟ ଅନୁସାରେ ୨୦୧୭ରୁ ୨୨ ମଧ୍ୟରେ ୩୪ଟି ବିମାନ ଦୁର୍ଘଟଣା ହୋଇଛି । ଦୁର୍ଘଟଣା ଏୟାରକ୍ରୁ, ସର୍ଭିସିଂ, ଟେକ୍ନିକାଲ ଓ ପକ୍ଷୀ ସହ ପିଟି ଦେବା ଭଳି କାରଣ ରହିଛି । କିଛି ଦୁର୍ଘଟଣାର ତଦନ୍ତ ଚାଲିଛି । ତେବେ ୨୦୨୧ ଡିସେମ୍ବର ୮ ତାରିଖରେ ହୋଇଥିଲା ସିଡିଏସ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାର କାରଣ ମନୁଷ୍ୟକୃତ (ଏୟାରକ୍ରୁ) ବୋଲି ରିପୋର୍ଟରେ କୁହାଯାଇଛି । ଦୁର୍ଘଟଣା ପାଇଁ ପାଇଲଟ ଦାୟୀ । ପାଣିପାଗ ହଠାତ୍ ବଦଳିବାରୁ ହେଲିକାପ୍ଟରକୁ ଉଠାଇ ପାରିନଥିଲେ ପାଇଲଟ ଫଳରେ କୁନ୍ନୁର ଏକ ପାହାଡରେ ପିଟି ହୋଇଥିଲା ହେଲିକପ୍ଟର ।
୨୦୨୧ ଡିସେମ୍ବର ୮ରେ ହୋଇଥିଲା ଦୁର୍ଘଟଣା- ସମୟ ପାଖାପାଖି ଅପରାହ୍ନ ୧ଟା । ଆସିଥିଲା ଦେଶକୁ ଦୋହଲାଇ ଦେବା ଭଳି ଖବର । ତାମିଲନାଡୁ କୁନ୍ନୁରରେ ବାୟୁସେନା ହେଲିକପ୍ଟର ଏମଆଇ୧୭ ଭି୫ ଦୁର୍ଘଟଣା ହୋଇଥିଲା । ଏଥିରେ ଦେଶର ପ୍ରଥମ ଚିଫ୍ ଅଫ୍ ଜେନେରାଲ ବିପିନ ରାୱତଙ୍କ ସମେତ ୧୪ଜଣଙ୍କ ନିଧନ ହୋଇଥିଲା । ସିଡିଏସଙ୍କ ପତ୍ନୀ ମଧୁଲିକା ରାୱତଙ୍କର ମଧ୍ୟ ଦେହାନ୍ତ ହୋଇଥିଲା । ପୂର୍ବାହ୍ନ ୧୧ଟାରେ ହେଲିକପ୍ଟର ଏୟାର ବେସରୁ ଉଡାଣ ଭରିଥିଲା । ୧୨ଟା୧୫ରେ ଲ୍ୟାଣ୍ଡ କରିବାର ଥିଲା ମାତ୍ର କିଛି ମିନିଟ ପୂର୍ବରୁ ଅର୍ଥାତ ୧୨ଟା୮ରେ ଦୁର୍ଘଟଣା ଘଟିଥିଲା । ଏଥିଲେ ସିଡିଏସ ବିପିନ ରାୱତ ଓ ତାଙ୍କ ପତ୍ନୀଙ୍କ ସମେତ ୧୩ ଜଣଙ୍କର ଦେହାନ୍ତ ହୋଇଥିଲା । ପରବର୍ତ୍ତୀ ସମୟରେ ଗ୍ରୁପ କ୍ୟାପ୍ଟେନ ବରୁଣ ସିଂ ଦୁର୍ଘଟଣାର ୮ ଦିନ ପରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ । ଦୁର୍ଘଟଣାରେ ଜଣେ ଓଡିଆ ବାୟୁସେନା ଅଧିକାରୀ ମଧ୍ୟ ଜୀବନ ହରାଇଥିଲେ ।