ନୂଆଦିଲ୍ଲୀ,୬।୧୨: ଯାତ୍ରୀଙ୍କ ଚାହିଦା ବୃଦ୍ଧିକୁ ଦୃଷ୍ଟିରେ ରଖି, କେନ୍ଦ୍ରୀୟ ରେଳବାଇ ୧୪ଟି ସ୍ୱତନ୍ତ୍ର ଟ୍ରେନ୍ ଘୋଷଣା କରିଛି। ଏହି ଟ୍ରେନ୍ଗୁଡ଼ିକ ଲକ୍ଷ୍ନୌ, ନାଗପୁର, ବେଙ୍ଗାଲୁରୁ, ଗୋରଖପୁର, ମାଡଗାଓଁ ଏବଂ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟର ପ୍ରମୁଖ ସହର ମଧ୍ୟରେ ଚଳାଚଳ କରିବ। ଏହି ଟ୍ରେନ୍ଗୁଡ଼ିକରେ ସବୁ କ୍ଲାସର କୋଚ୍ ରହିବ, ଯାହା ସମସ୍ତ ବର୍ଗର ଯାତ୍ରୀଙ୍କ ପାଇଁ ଯାତ୍ରା ସୁବିଧା ସୁନିଶ୍ଚିତ କରିବ।

ସେଣ୍ଟ୍ରାଲ ରେଲଓ୍ବେ କହିଛି, ବର୍ଦ୍ଧିତ ଯାତ୍ରୀ ଚାହିଦା, ପର୍ବପର୍ବାଣୀ, ଗ୍ରୀଷ୍ମ ଏବଂ ଶୀତକାଳୀନ ଛୁଟିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଭିଡ଼ କମାଇବା ପାଇଁ ଏହି ଟ୍ରେନ୍ ଗୁଡ଼ିକ ପରିଚାଳିତ ହେଉଛି। ଦୂରଗାମୀ ଯାତ୍ରାକୁ ସହଜ କରିବା ପାଇଁ ବିଭିନ୍ନ ରୁଟରେ ଅନ୍-ଡିମାଣ୍ଡ ସ୍ପେଶାଲ ଟ୍ରେନ୍ ଯୋଜନା କରାଯାଇଛି। ଏହି ସ୍ୱତନ୍ତ୍ର ଟ୍ରେନ୍ ଗୁଡ଼ିକରେ ସମସ୍ତ ପ୍ରକାରର କୋଚ୍ – ଏସି ଫ୍ଲାଷ୍ଟ କ୍ଲାସ -,ଏସି ୨ଟିୟର, ଏସି-୩ ଟିୟର, ସ୍ଲିପର କ୍ଳାସ ଏବଂ ଜେନେରାଲ କ୍ଲାସ ପ୍ରଦାନ କରାଯିବ, ଯାହା ସମସ୍ତ ପ୍ରକାରର ଯାତ୍ରୀଙ୍କ ପାଇଁ ଉତ୍ତମ ବିକଳ୍ପ ପ୍ରଦାନ କରିବ।

ସ୍ପେଶାଲ ଟ୍ରେନ୍ କେଉଁ ରୁଟ୍‌ରେ, କେଉଁ ସମୟରେ ଚାଲିବ ?

-ଲୋକମାନ୍ୟ ତିଳକ ଟର୍ମିନସରୁ ଲକ୍ଷ୍ନୌ: ୬ ଡିସେମ୍ବର ମଧ୍ୟାହ୍ନ ୧୨ଟା ୧୫ ମିନିଟ୍।

-ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍ ମୁମୁମ୍ବାଇରୁ ହଜରତ ନିଜାମୁଦ୍ଧିନ୍(ଦିଲ୍ଲୀ): ୬ ଡିସେମ୍ବର ସନ୍ଧ୍ୟା ୫ଟା ୧୫ ମିନିଟ୍।

-ପୁଣେରୁ ବେଙ୍ଗାଲୁର: ୬ ଡିସେମ୍ବର ସନ୍ଧ୍ୟା ୭ଟା

-ନାଗପୁରରରୁ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍ ମୁମ୍ବାଇ : ୬ ଡିସେମ୍ବର ରାତି ୧୦ଟା ୧୦ ମିନିଟ୍।

- ଲୋକମାନ୍ୟ ତିଳକ ଟର୍ମିନସରୁ ମାଡ଼ଗାଓଁ:୭ ଡିସେମ୍ବରସାକଳ୧୧ଟା୧୦ମିନିଟ୍।

- ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍ ମୁମ୍ବାଇରୁ ନାଗପୁର : ୭ ଡିସେମ୍ବର ମଧ୍ୟାହ୍ନ ୩ଟା୩୦ମିନିଟ୍।

- ଲୋକମାନ୍ୟ ତିଳକ ଟର୍ମିନସରୁ ହାଇଦ୍ରାବାଦ: ୭ ଡିସେମ୍ବର ସନ୍ଧ୍ୟା ୫ଟା ୨୦ ମିନିଟ୍।

-ପୁଣେରୁ ହଜରତ ନିଜାମୁଦ୍ଧିନ୍(ଦିଲ୍ଲୀ): ୭ ଡିସେମ୍ବର ରାତି ୮ଟା ୨୦ ମିନିଟ୍।

ରେଲଓ୍ବେ ଏହା ମଧ୍ୟ କହିଛି ଯେ, ଯାତ୍ରୀଙ୍କ ଆବଶ୍ୟକତା ଅନୁସାରେ, ଆହୁରି ସ୍ପେଶାଲ ଟ୍ରେନ୍ ପ୍ଲାନ୍ କରାଯାଉଛି। ଖୁବ୍ ଶୀଘ୍ର ସୂଚନା ପ୍ରଦାନ କରାଯିବ।