ନୂଆଦିଲ୍ଲୀ : ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ଯୋଗୁଁ ତୈଳ ଓ ଗ୍ୟାସର ବିଶ୍ୱସ୍ତରର ପରିବହନ ବାଧାପ୍ରାପ୍ତ ହୋଇଛି। ଯେଉଁଥିରେ ବିଶ୍ୱର ଅନେକ ଦେଶ ଇନ୍ଧନ ସମସ୍ୟାରେ ପଡ଼ିଛନ୍ତି। ଭାରତକୁ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି। ଏହି ସ୍ଥିତିରୁ ବର୍ତ୍ତିବା ପାଇଁ କେନ୍ଦ୍ର ସରକାର ଅନେକ ପଦକ୍ଷେପ ନେଇଛନ୍ତି। ଏହି କ୍ରମରେ ସରକାର ଏବେ ପ୍ରତ୍ୟେକ ଘରକୁ କିରୋସିନର ପରିବହନ ସୁଗମ କରିବା ପାଇଁ ପେଟ୍ରୋଲିୟମ ସୁରକ୍ଷା ଓ ଲାଇସେନ୍ସିଂ ନିୟମରେ ଅସ୍ଥାୟୀ ରୂପେ କୋହଳ କରି ଦେଇଛନ୍ତି।
କେନ୍ଦ୍ର ସରକାରଙ୍କ ୨୯ ମାର୍ଚ୍ଚରେ ଜାରି ଗେଜେଟ୍ ବିଜ୍ଞପ୍ତି ଅନୁସାରେ ,ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ୨୧ ଟି ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟରେ ସାର୍ବଜନିକ ବିତରଣ ପ୍ରଣାଳୀ(ପିଡିଏସ) ଅନୁସାରେ ୬୦ ଦିନ ପାଇଁ ସୁପିରିୟର କିରୋସିନ ଅଏଲ (ଏସକେଓ)ର ଆଡ୍-ହକ୍ ସପ୍ଲାଇର ଅନୁମତି ଦେଇଛନ୍ତି,ଯାହାକି ସାଧାରଣ ଲୋକଙ୍କୁ ଇନ୍ଧନର ହ୍ରାସର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ଏଥିରେ ଦିଲ୍ଲୀ , ହରିଆଣା , ଉତ୍ତର ପ୍ରଦେଶ ଓ ଗୁଜରାଟ ମଧ୍ୟ ଅନ୍ତର୍ଭୁକ୍ତ।
ଉକ୍ତ ପରିବର୍ତ୍ତନ ଅନୁସାରେ, ସାର୍ବଜନିକ କ୍ଷେତ୍ରର ଅଏଲ ମାର୍କେଟିଂ କମ୍ପାନୀଗୁଡ଼ିକ ଦ୍ୱାରା ପରିଚାଳିଚ ବଛା ବଛା ପେଟ୍ରୋଲ ପମ୍ପକୁ କିରୋସିନ ଷ୍ଟୋର ଓ ବିତରଣ କରିବାର ଅନୁମତି ଦିଆଯାଇଛି। ପ୍ରତ୍ୟେକ ମନୋନୀତ ଆଉଟଲେଟ୍ ସର୍ବାଧିକ ଭାବେ ୫ହଜାର ଲିଟର ଯାଏ କିରୋସିନ ରଖି ପାରିବେ ଏବଂ ପ୍ରତି ଜିଲ୍ଲାରେ ସର୍ବାଧିକ ଦୁଇଟି ପେଟ୍ରୋଲ ପମ୍ପକୁ ଏଥିପାଇଁ ନାମିତ କରାଯିବ।
ବିଜ୍ଞପ୍ତିରେ ଏହା ମଧ୍ୟ କୁହାଯାଇଛି ଯେ, କିରୋସିନର ଷ୍ଟୋରେଜ , ଟ୍ରାନ୍ସପୋର୍ଟେସନ ଓ ଡିଷ୍ଟ୍ରିବ୍ୟୁସନ ସହ ଜଡ଼ି ଡିଲର ଓ ଗାଡ଼ିକୁ ପେଟ୍ରୋଲିୟମ ରୁମ୍ , ୨୦୦୨ର କିଛି ଲାଇସେନ୍ସିଂ ପ୍ରାବଧାନରୁ ଛାଡ଼ କରାଯାଇଛି ,ଯାହାକି ସପ୍ଲାଇ ଚେନ୍କୁ ଗତିଶୀଳ କରାଯାଇ ପାରିବ ଏବଂ ଶେଷ ଯାଏ ବଣ୍ଟନ ସୁନିଶ୍ଚିତ ହୋଇ ପାରିବ। ହେଲେ ସରକାର ସ୍ପଷ୍ଟ କରିଛନ୍ତି ଯେ, କିରୋସିନର ଯୋଗାଣ କେବଳ ଘରୋଇ ଉପଭୋଗ-ଯେମିତି ଖାଦ୍ୟ ରୋଷେଇ କରିବା ଏବଂ ଆଲୋକ ପାଇଁ ହିଁ କରାଯିବ ,ଯାହାକି ଦୁରୁପଯୋଗକୁ ରୋକାଯାଇ ପାରିବ।
ଆହିରୁ ମଧ୍ୟ ପଢନ୍ତୁ : ନାଳର ଗ୍ୟାସରୁ ତିଆରି କଲେ ଚା ଓ ଖାଦ୍ୟ ! ଗାଜିଆବାଦରେ ବ୍ୟକ୍ତିଙ୍କ ନିଆରା ପ୍ରୟାସ