ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଚୈତ୍ର ନବରାତ୍ରିରେ ୯ଟି ମନ୍ତ୍ରପାଠ ସହ କରନ୍ତୁ ମାଆଙ୍କ ଆରାଧନା, ସୁଖ ଶାନ୍ତିରେ ଭରିଯିବ ଜୀବନ

Published By : Harapriya Sethi | March 26, 2025 2:51 PM

ଚଳିତ ବର୍ଷ ଚୈତ୍ର ନବରାତ୍ରି ମାର୍ଚ୍ଚ ୩୦ତାରିଖ (ରବିବାର)ରୁ ଆରମ୍ଭ ହେଉଛି । ନବରାତ୍ରି ସମୟରେ ମାଆ ଦୁର୍ଗାଙ୍କ ନଅଟି ରୂପକୁ ନଅ ଦିନ ଧରି ପୂଜା କରିଥାନ୍ତି ଭକ୍ତଗଣ । ନବରାତ୍ରିରେ ଦେବୀ ଦୁର୍ଗାଙ୍କ ପୂଜା କରିବା ସମୟରେ, ଠିକ୍ ଦିନରେ ଠିକ୍ ମନ୍ତ୍ର ଜପ କରାଯିବା ଉଚିତ । ଏପରି କରିଲେ ହିଁ ପୂଜାର  ବିଶେଷ ଫଳ ପ୍ରାପ୍ତ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଦେବୀ ଦୁର୍ଗାଙ୍କ ନଅଟି ରୂପର ନଅଟି ମନ୍ତ୍ର।

ନବରାତ୍ରିର ପ୍ରଥମ ଦିନରେ ମାଆ ଶୈଳପୁତ୍ରୀଙ୍କ ମନ୍ତ୍ର -

"ବନ୍ଦେ ବାଂଞ୍ଛିତଲାଭାୟ ଚନ୍ଦ୍ରାର୍ଧକୃତଶେଖରମ୍ । ବୃଷାରୁଢାଂ ଶୁଳଧରାଂ ଶୈଳପୁତ୍ରୀଂ ଯଶସ୍ୱୀନିଂ । ପୁନେନ୍ଦୁ ନିଭାଂ ଗୌରୀ ମୂଳାଧାର ସ୍ଥିତାଂ ପ୍ରଥମ ଦୁର୍ଗା ତ୍ରିନେତ୍ରାଂ ।"

ନବରାତ୍ରିର ଦ୍ୱିତୀୟ ଦିନରେ ମାଆ ବ୍ରହ୍ମଚାରିଣୀଙ୍କ ମନ୍ତ୍ର -

"ଯା ଦେବୀ ସର୍ବଭୂତେଷୁ ମାଆ ବ୍ରହ୍ମଚାରିଣୀ ରୂପେଣ ସଂସ୍ଥିତା। ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋନମଃ । 

ନବରାତ୍ରିର ତୃତୀୟ ଦିନରେ ମାଆ ଚନ୍ଦ୍ରଘଣ୍ଟାଙ୍କ ମନ୍ତ୍ର -  

"ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋନମଃ । ପିଣ୍ଡଜ ପ୍ରବରାରୁଢା ଚଣ୍ଡକୋପାସ୍ତ୍ରକର୍ଯ୍ୟୁତା ପ୍ରସାଦଂ ତନୁତେ ମହାୟଂ ଚନ୍ଦ୍ରଘଣ୍ଟେତି ବିଶ୍ରୁତା ।"

ନବରାତ୍ରିର ଚତୁର୍ଥ ଦିନରେ ମାଆ କୁଷ୍ମାଣ୍ଡାଙ୍କ ମନ୍ତ୍ର -

"ଯା ଦେବୀ ସର୍ବଭୂତେଷୁ ମାଆ କୁଷ୍ମାଣ୍ଡା ରୂପେଣ ସଂସ୍ଥିତା । ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋନମଃ ।"

ନବରାତ୍ରିର ପଞ୍ଚମ ଦିନରେ ମାଆ ସ୍କନ୍ଦମାତାଙ୍କ ମନ୍ତ୍ର -

"ଯା ଦେବୀ ସର୍ବଭୂତେଷୁ ମାଆ ସ୍କନ୍ଦମାତା ରୂପେଣ ସଂସ୍ଥିତା । ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋନମଃ ।"

ନବରାତ୍ରିର ଷଷ୍ଠ ଦିନରେ ମାଆ କାତ୍ୟାୟନୀଙ୍କ ମନ୍ତ୍ର -

"ଓମ୍ କ୍ଲୀମ୍ କାତ୍ୟାୟନୀ ମହାମାୟେ ମହାଯୋଗିନ୍ୟଧୀଶ୍ୱରୀ। ନନ୍ଦ ଗୋପ ସୁତଂ ଦେବି ପତିଂ ମେଂ କୁରୁତେ ନମଃ କ୍ଲୀମ୍‌ ଓମ୍‌ ।"

ନବରାତ୍ରିର ସପ୍ତମ ଦିନରେ ମାଆ କାଳରାତ୍ରିଙ୍କ ମନ୍ତ୍ର -

"ଓମ୍ କାଲାରାତ୍ର୍ୟୈ ନମଃ" 

ଜୟ ତ୍ୱଂ ଦେବୀ ଚାମୁଣ୍ଡେ ଜୟ ଭୂତାର୍ତ୍ତେ ହରିଣୀ । ଜୟ ସର୍ବଗତେ ଦେବୀ କାଳରାତ୍ରି ନମୋସ୍ତୁତେ । ଓମ୍‌ ଏଂ ଶର୍ବାପ୍ରଶମନଂ ତ୍ରୈଲୋକସ୍ୟା ଅଖିଳେଶ୍ୱରୀ । ଏବମେବ ତ୍ୱଥା କାର୍ଯ୍ୟସ୍ମଦ୍‌ ବୈରିବିନାଶନମ୍‌ ନମୋ ଶେଂ ଏଂ ଓମ୍ । 

ନବରାତ୍ରିର ଅଷ୍ଟମ ଦିନରେ ମା ମହାଗୌରୀଙ୍କ ମନ୍ତ୍ର -

"ଶ୍ୱେତ ବୃଷେ ସମାରୁଢ଼ା ଶ୍ୱେତମ୍ବରାଧରା ଶୁଚିଃ। ମହାଗୌରୀ ଶୁଭମ୍ ଦଦ୍ଦ୍ୟାନ୍‌ମହାଦେବ ପ୍ରମୋଦଦା । " 

ନବରାତ୍ରିର ନବମ ଦିନରେ ମାଆ ସିଦ୍ଧିଦାତ୍ରୀ ମନ୍ତ୍ର -

"ହ୍ରୀମ୍ କ୍ଲୀମ୍ ଐମ୍ ସିଦ୍ଧୟେ ନମଃ:" 

ଚୈତ୍ର ନବରାତ୍ରିରେ ମାଆଙ୍କୁ ସ୍ୱଚ୍ଛ ମନରେ ପୂଜା କରିବା ଏବଂ ମନ୍ତ୍ର ଜପ କରିବା ଦ୍ୱାରା, ମାଆ ଦୁର୍ଗାଙ୍କ ଆଶୀର୍ବାଦ ମିଳିଥାଏ । ମାଆ ତାଙ୍କ ଭକ୍ତମାନଙ୍କର ସମସ୍ତ ଇଚ୍ଛା ପୂରଣ କରନ୍ତି । ଏପରି କରିବା ଦ୍ୱାରା ଆପଣଙ୍କ ଜୀବନରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ ଏବଂ ଆପଣଙ୍କ ପରିବାରରେ ସମସ୍ତଙ୍କ ଉନ୍ନତି ହେବା ସହ ସାମଗ୍ରିକ କଲ୍ୟାଣ ହୋଇଥାଏ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.