ନୀଳଗିରି,୭/୬(ଆ.ପ୍ର): ନୀଳଗିରି ନିର୍ବାଚନ ମଣ୍ଡଳୀର ବାହାନଗା ବ୍ଲକ ଚକ ଜଗନ୍ନାଥପୁର ପଞ୍ଚାୟତର  ସରପଞ୍ଚ   ଜୟଶ୍ରୀ ସେଠୀ ବିଜେପିରେ ସାମିଲ ହୋଇଛନ୍ତି। ତାଙ୍କ ସହ  ୱାର୍ଡ ସଭ୍ୟ ଓ ସଭ୍ୟା ସାମିଲ ହୋଇଛନ୍ତି।  ୱାର୍ଡ ନଂ ୧୨ ଭାରତୀ ବିନ୍ଧାଣି, ୱାର୍ଡ ନଂ ୧୧ ବାସନ୍ତୀ ସିଂ, ୱାର୍ଡ ନଂ ୪ କମଳାକାନ୍ତ ଜେନା, ୱାର୍ଡ ନଂ ୯ ବ୍ରଜ ମୋହନ ପାଢ଼ୀ ତଥା ବରିଷ୍ଠ କାର୍ଯ୍ୟ କର୍ତ୍ତା କୃତିନାଥ ରାଉତ, ପ୍ରଭାକର ରାଉତ, ନିରଞ୍ଜନ ବେହେରା, ବିଜୟ କୁମାର ରାହୁଳ, ପ୍ରଶାନ୍ତ ମହାପାତ୍ର, ସ୍ମୃତି ରଞ୍ଜନ ଦାସ, ବିଶ୍ଵନାଥ ପଲେଇ, କରୁଣାକର ବିନ୍ଧାଣି, ବ୍ରଜ ସିଂ, ଦୁର୍ଗା ସିଂ ପ୍ରମୁଖ ବିଜେପିରେ ସାମିଲ ହୋଇଛନ୍ତି।

ବିଧାୟକଙ୍କ ଫାର୍ମ ହାଉସ ରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ବିଜେଡି ଛାଡି  ବିଜେପିରେ ଯୋଗଦାନ କରିଛନ୍ତି।ବିଧାୟକ ସନ୍ତୋଷ ଖଟୁଆ ସମସ୍ତଙ୍କୁ ଦଳୀୟ ଉତ୍ତରୀୟ ଦେଇ ସ୍ୱାଗତ କରିଥିବା ବେଳେ ଆଗାମୀ ଦିନରେ ଏହି ପାଞ୍ଚାୟତ ରେ ବିଜେପି ତାର ଶକ୍ତି ବୃଦ୍ଧି କରିବ ବୋଲି କହିଥିଲେ। ଉକ୍ତ ମିଶ୍ରଣ ପର୍ବ ରେ ବାହାନଗା ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ମିଶ୍ର, ବିଧାୟକ ପ୍ରତିନିଧି ପ୍ରଫୁଲ୍ଲ ସାମନ୍ତରାୟ, ଲକ୍ଷ୍ମୀଧର ଜେନା, ନିରଂଜନ ମହାଳିକ, ମଧୁସୂଦନ ବାରିକ ଓ ମନୋଜ କୁମାର ପାଣ୍ଡିଆ ପ୍ରମୁଖ ଉପସ୍ଥିତ ଥିଲେ।