ପ୍ରମୂଖ ଖବର
  • ରାଜଧାନୀରେ ଧରାପଡ଼ିଲେ ନକଲି DSP, ୨ଲକ୍ଷରୁ ଅଧିକ ନକଲି ଟଙ୍କା ସହ ପୋଲିସ ୟୁନିଫର୍ମ ଜବତ
  • ||
  • ବିଧାନସଭା ବଜେଟ୍ ଅଧିବେଶନ: ଆଜି ବି ଚାଲିପାରିଲାନି ପ୍ରଶ୍ନକାଳ, ୧୨ଟା ୯ ମିନିଟ୍ ଯାଏ ଗୃହ ମଲତବୀ
  • ||
  • ଗଞ୍ଜାମ : ପାହାଡ଼ ତଳୁ ନରକଙ୍କାଳ ଉଦ୍ଧାର ଘଟଣା: ମିଳିଲା ନାବାଳିକାଙ୍କ ପରିଚୟ, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଉଦଳା : ବନ କର୍ମଚାରୀଙ୍କୁ ଶିକାରୀଙ୍କ ଗୁଳିମାଡ଼: ୪ ଶିକାରୀ ଗିରଫ
  • ||
  • ଆମେରିକାର ଏକଚାଟିଆ ନୀତିକୁ କରାଯିବନି ବରଦାସ୍ତ: ୟୁରୋପର ଦୀର୍ଘମିଆଦୀ ରଣନୀତି, ଅସ୍ତ୍ର ଭଣ୍ଡାର ୩୦% ବଢ଼ାଯିବ
  • ||
  • ଦୁଇ ଦିନର ବିରତି ପରେ ସରଗରମ ହେବ ବିଧାନସଭା, ନାରୀ ନିର୍ଯାତନା ପ୍ରସଙ୍ଗରେ କମ୍ପିବ ଗୃହ
  • ||
  • ଆଇପିଏଲ୍‌ ୨୦୨୫: ଆଜି କ୍ୟାପିଟାଲ୍ସ- ସୁପରଜାଏଣ୍ଟ୍‌ସ ଫାଇଟ୍, ପୁରୁଣା ଦଳ, ନୂଆ ପ୍ରତିଦ୍ୱନ୍ଦ୍ୱୀ ମଧ୍ୟରେ ହେବ ଟକ୍କର
  • ||
  • ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଆଜି କଣ୍ଟିଲୋରେ ମହାପ୍ରଭୁ ଶ୍ରୀନୀଳମାଧବଙ୍କୁ କରିବେ ଦର୍ଶନ
  • ||
  • ସୋମବାର ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା, ମଙ୍ଗଳବାରଠାରୁ ବଢ଼ିବ ତାତି
  • ||

ଆଇସିସି ଚାମ୍ପିଅନ୍ସ ଟ୍ରଫି: ନୂଆ ପିଚରେ ଭାରତ-ପାକ୍‌ ଲଢ଼େଇ, ଭିଆଇପି ବକ୍ସ ଟିକେଟ୍‌ ବିକ୍ରି କରି ଦେବାକୁ କହିଲେ ପିସିବି ଅଧ୍ୟକ୍ଷ

Published By : Prameya | February 18, 2025 2:35 PM

ଦୁବାଇ,୧୮/୦୨:  ଆଉ ଦିନକ ପରେ  ଆଇସିସି ଚାମ୍ପିଅନ୍ସ ଟ୍ରଫି । ପାକିସ୍ତାନ ଏବଂ ୟୁଏଇରେ ଖେଳାଯିବ ଏହି ‘ମିନି ବିଶ୍ୱକପ୍‌’ । ସୁରକ୍ଷା ଦୃଷ୍ଟିରୁ  ଭାରତୀୟ ଦଳ ପାକିସ୍ତାନ ଗସ୍ତ କରୁ ନଥିବାରୁ  ଦୁବାଇରେ ସବୁ ମ୍ୟାଚ୍‌ ଖେଳିବ । ଆସନ୍ତା ୨୦  ତାରିଖରେ ବାଂଲାଦେଶ ବିପକ୍ଷରେ ଅଭିଯାନ ଆରମ୍ଭ  କରିବ । ପୁଣି ୨୩ ତାରିଖରେ ଟୁର୍ଣ୍ଣାମେଣ୍ଟର ସବୁଠୁ  ବଡ଼ ମ୍ୟାଚ୍‌ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ । 

ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଚାମ୍ପିଅନ୍ସ  ଟ୍ରଫି ପାଇଁ ନୂଆ ଦୁଇଟି ପିଚ ପ୍ରସ୍ତୁତ କରାଯାଇଛି ।  ଭାରତ ତା’ର ସମସ୍ତ ମ୍ୟାଚ୍‌ ଏହି ପିଚରେ ଖେଳିବ ବୋଲି ପିଟିଆଇ ରିପୋର୍ଟରୁ ଜଣାପଡ଼ିଛି । 

ଗତ କିଛି ମାସ ହେଲା ଦୁବାଇ ଷ୍ଟାଡିୟମରେ ନିୟମିତ କ୍ରିକେଟ୍‌ ଖେଳାଯାଇ ଆସୁଛି । ପ୍ରଥମେ ଗତ ବର୍ଷ ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌, ୧୯ ବର୍ଷରୁ  କମ୍‌ ଏସିଆ କପ୍‌ ଏବଂ ଇଣ୍ଟରନ୍ୟାସନାଲ ଲିଗ୍‌  (ଆଇଏଲ୍‌) ଟି-ଟ୍ୱେଣ୍ଟି-୨୦୨୫ ଏଠାରେ ଆୟୋଜିତ  ହୋଇଥିଲା । ବିଶେଷ କରି ଲିଗର ୧୫ଟି ମ୍ୟାଚ୍‌  ଦୁବାଇ ପିଚ୍‌ରେ ଖେଳାଯାଇଥିଲା । ଷ୍ଟାଡିୟମରେ  ମୋଟ୍‌ ୧୦ଟି ପିଚ ରହିଛି । ଲିଗରେ ସେଥିରୁ ୮ଟି  ପିଚ ବ୍ୟବହାର କରାଯାଇଥିଲା । ଯେଉଁ ଦୁଇଟି ପିଚ୍‌  ବ୍ୟବହାର କରାଯାଇ ନଥିଲା, ତାହାକୁ ଚାମ୍ପିଅନ୍ସ ଟ୍ରଫି  ପାଇଁ ପ୍ରସ୍ତୁତ କରାଯାଇଛି । ଭାରତ ୨୦ ତାରିଖରେ  ବାଂଲାଦେଶ, ୨୩ରେ ପାକିସ୍ତାନକୁ ଏବଂ ମାର୍ଚ୍ଚ ୨ରେ  ନ୍ୟୁଜିଲାଣ୍ଡକୁ ଏହି ନୂଆ ପିଚରେ ଭେଟିବ । କେବଳ  ଗ୍ରୁପ୍‌ ପର୍ଯ୍ୟାୟ ନୁହେଁ, ଯଦି ଭାରତ ସେମି ଫାଇନାଲ  ଏବଂ ଫାଇନାଲକୁ ଉନ୍ନୀତ ହୁଏ, ତେବେ ଏହି ମ୍ୟାଚ  ଗୁଡ଼ିକ ମଧ୍ୟ ଦୁବାଇରେ ଖେଳାଯିବ ।

୧୯୯୬ ପରେ ପାକିସ୍ତାନରେ  ଆଇସିସି ଟୁର୍ଣ୍ଣାମେଣ୍ଟ 

ଆତଙ୍କବାଦୀ କାର୍ଯ୍ୟକଳାପ ଏବଂ ଆର୍ଥିକ  ଦୂରବସ୍ଥା ଯୋଗୁ ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି)  ଦୀର୍ଘ ବର୍ଷ ଧରି ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜନ  କରିପାରି ନାହିଁ । ଶେଷ ଥର ପାକିସ୍ତାନରେ ୧୯୯୬  ବିଶ୍ୱକପ୍‌ ଖେଳାଯାଇଥିଲା । ଦୀର୍ଘ ବର୍ଷ ପରେ ୨୦୨୫  ଚାମ୍ପିଅନ୍ସ ଟ୍ରଫି ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି । 

ସାମା ଟିଭିର ରିପୋର୍ଟରୁ ଜଣା ପଡ଼ିଛି ଯେ,  ଆସନ୍ତା ୨୩ ତାରିଖ ଭାରତ-ପାକିସ୍ତାନ ମ୍ୟାଚ୍‌ରେ  ପିସିବି ଅଧ୍ୟକ୍ଷ ନକଭିଙ୍କୁ ଭିଆଇପି ବକ୍ସରେ ବସିବାକୁ  ଆଇସିସି ପକ୍ଷରୁ ପ୍ରସ୍ତାବ ଦିଆଯାଇ ଥିଲା । କିନ୍ତୁ ନକଭି  ବକ୍ସର ସମସ୍ତ ଟିକେଟ୍‌ ବିକ୍ରି କରିଦେବାକୁ କହିଥିଲେ ।  ଯାହାର ଅର୍ଥ ୩.୫ କୋଟି ଟଙ୍କା ହେବ ବୋଲି ଆକଳନ  କରାଯାଉଛି । ସେ ସାଧାରଣ ଏନକ୍ଲୋଜରରେ ବସି  ମ୍ୟାଚ୍‌ ଦେଖିବେ ବୋଲି ନିଷ୍ପତ୍ତି ନେଇଛନ୍ତି।  

କରାଚି, ଲାହୋର ଓ ରାୱଲପିଣ୍ଡି ଷ୍ଟାଡିୟମର  ପୁନରୁଦ୍ଧାର ପାଇଁ ପିସିବି ୧୮ ବିଲିୟନ ପାକ୍‌ ମୁଦ୍ରା  ଖର୍ଚ୍ଚ କରିଛି । ଦୀର୍ଘ ବର୍ଷ ହେଲା ଷ୍ଟାଡିୟମ ଗୁଡ଼ିକ  ପୁନରୁଦ୍ଧାର ନ ହୋଇ ପଡ଼ି ରହିଥିଲା । ଚାମ୍ପିଅନ୍ସ  ଟ୍ରଫି ପାଇଁ ପିସିବି ଏହି ଷ୍ଟାଡିୟମ ଗୁଡ଼ିକ ନୂଆ ରୂପ  ଦେଇଛି । ବିଳମ୍ବିତ କାର୍ଯ୍ୟ ପାଇଁ ମଧ୍ୟ ପିସିବିକୁ  ସମାଲୋଚିତ ହେବାକୁ ପଡ଼ିଥିଲା ।  

ପାକ୍‌ ଷ୍ଟାଡିୟମରେ ଉଡ଼ିବନି ତ୍ରିରଙ୍ଗା 

ପାକିସ୍ତାନର ୩ ଷ୍ଟାଡିୟମ କରାଚି, ଲାହୋର ଏବଂ  ରାୱଲପିଣ୍ଡି ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତ ହୋଇ ସାରିଛି ।  ୧୯ ତାରିଖରେ ଆୟୋଜକ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ  ମଧ୍ୟରେ କରାଚି ଷ୍ଟାଡିୟମରେ ଉଦ୍‌ଘାଟନୀ ମ୍ୟାଚ୍‌  ଖେଳାଯିବ । ପ୍ରତ୍ୟେକ ଷ୍ଟାଡିୟମରେ ଟୁର୍ଣ୍ଣାମେଣ୍ଟରେ  ଭାଗ ନେଇଥିବା ସମସ୍ତ ଦେଶର ପତାକା ଲଗା ଯାଇଛି ।  କିନ୍ତୁ ଭାରତୀୟ ପତାକା ଲଗାଯାଇ ନାହିଁ ।  ଏନେଇ ସୋସିଆଲ ମିଡିଆରେ ପ୍ରଶଂସକ ଘୋର ନିନ୍ଦା କରିଥିଲେ । ଏହାପରେ ପିସିବି ନିରବତା  ଭଙ୍ଗ କରି ଏହାର କାରଣ ଦର୍ଶାଇଛି । ପିସିବି ପକ୍ଷରୁ  କୁହାଯାଇଛି ଯେ, ଭାରତୀୟ ଦଳ ପାକିସ୍ତାନ ଆସି  ମ୍ୟାଚ ଖେଳିବ ନାହିଁ । ତେଣୁ ଭାରତର ପତାକାକୁ  ଆମେ ଷ୍ଟାଡିୟମରେ ଲଗାଇ ନାହୁଁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.