ନୂଆଦିଲ୍ଲୀ,୨୨।୩: ଚନ୍ଦ୍ରଯାନ-୩ ଏବେ ଚନ୍ଦ୍ରପୃଷ୍ଠରେ ବରଫ ଓ ପାଣି ଖୋଜିବା ଦିଗରେ ହାସଲ କରିଛି ଗୁରୁତ୍ବପୂର୍ଣ୍ଣ ଉପଲବ୍ଧି। ଚନ୍ଦ୍ର ପୃଷ୍ଠରେ ଥର୍ମୋ ଫିଜିକାଲ ଏକ୍ସପେରିମେଣ୍ଟ (ChaSTE ) ଦ୍ବାରା ପାଣି ଓ ବରଫର ସନ୍ଧାନରେ ଗ୍ରହଣ କରିଛି ଗୁରୁତ୍ବପୂର୍ଣ୍ଣ ଭୂମିକା। ବିକ୍ରମ ଲ୍ୟାଣ୍ଡ ଦ୍ବାରା କରାଯାଇଥିଲା ଏହି ରିସର୍ଚ୍ଚରେ ଚନ୍ଦ୍ରର ଉଚ୍ଚ ଆକ୍ଷାଂଶ ଥିବା ମାଟି (ରେଗୋଲିଥ୍)ଠାରୁ ଅସାଧରଣ ଇନ୍-ସିଟୁ ତାପମାତ୍ରା ମାପ ପ୍ରଦାନ କରିଛି, ଯାହାଫଳରେ ଚନ୍ଦ୍ରର ଉତପ୍ତ ବାତାବରଣ ସହ ପାଣି ଓ ବରଫ ଜମା ହେବାର ସମ୍ଭାବନା ମଧ୍ୟ ରହିଛି। 

ଇସ୍ରୋର ଭୌତିକ ଅନୁସନ୍ଧାନ ପ୍ରୟୋଗଶାଳା(ପିଆରଏଲ)ର ଦୁର୍ଗା ପ୍ରସାଦ କହିଛନ୍ତି, ପାଣି ଓ ବରଫ ବିଷୟରେ ଜାଣିବା, ଚନ୍ଦ୍ରରେ ମଣିଷର ଜୀବନର ସମ୍ଭାବନା ଓ ନିଆଁର ସନ୍ଧାନ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ। ଚନ୍ଦ୍ରରେ ତାପମାତ୍ରା ନା କେବଳ ପାଣି ଓ ବରଫକୁ ନିର୍ଦ୍ଧାରିତ କରିଥାଏ, ବଂର ଏହା ଅନ୍ୟ ବୈଜ୍ଞାନିକ ଓ ଅନ୍ବେଷଣ ଦିଗକୁ ମଧ୍ ପ୍ରଭାବିତ କରିଥାଏ।’

ଚନ୍ଦ୍ରଯାନ-୩ ମିଶନ୍‌ରୁ ମିଳିଥିବା ନୂତନ ସୂଚନା ଅନୁସାରେ, ନେଚର କମ୍ୟୁନିକେସନ୍‌ ଆର୍ଥ ଆଣ୍ଡ ଏନ୍‌ଭାଓରମେଣ୍ଟ ପତ୍ରିକାରେ ପ୍ରକାଶିତ କରାଯାଇଛି। ChaSTE ପକ୍ଷରୁ ଚନ୍ଦ୍ରର ଦକ୍ଷିଣ ମେରୁ ଥିବା କ୍ଷେତ୍ରରେ 355K (୮୨ ଡିଗ୍ରୀ ସେଲସିୟସ୍) ପର୍ଯ୍ୟନ୍ତ ତାପମାତ୍ରା ମପାଯାଇଛି, ଯାହାକି ଆପେକ୍ଷିତ 330K (୫୭ ଡିଗ୍ରୀ ସେଲସିୟସ୍) ରୁ 25K ଅଧିକ ଥିଲା।