ମାଲକାନଗିରି, ୮/୨ (ଆପ୍ର ):. ଦୀର୍ଘ ବର୍ଷ ପରେ ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ର ଇଂରାଜୀ ନାମ ଉଚ୍ଚାରଣ ପରିବର୍ତ୍ତନ ହୋଇ ପୋଡ଼ିଆ ବଦଳ ରେ ‘ପଡ଼ିଆ ହୋଇଛି। ଦୀର୍ଘ ବର୍ଷ ଧରି ମାଲକାନଗିରି ଜିଲ୍ଲା ସୀମାବର୍ତ୍ତୀ ପଡିଆ ବ୍ଳକର ନାମ ଉଚ୍ଚାରଣ ଓ ଇଂରାଜୀରେ ଶବ୍ଦ ବର୍ଣ୍ଣନାବେଳେ ବାରମ୍ବାର ଦ୍ବନ୍ଦ୍ବ ସୃଷ୍ଟି ହେଉଥିଲା । ତେବେ ଏହାର ସ୍ଥାୟୀ ପ୍ରତିକାର ସ୍ବରୂପ ପଡିଆ ନାମ କରଣ ପାଇଁ ରାଜସ୍ୱ ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଂରେଜ ଙ୍କ ଅମଳ ରୁ ବିକୃତ ଇଂରାଜୀ ଶଦ୍ଧ ରେ ଲେଖା ଥିବା ଶଦ୍ଧ କୁ ସଂଶୋଧନ କରାଯିବା ସ୍ୱାଗତଯୋଗ୍ୟ।

ପୂର୍ବରୀ ଇଂରାଜୀ ଶଦ୍ଧ podia ବଦଳ ରେ ଏବେ padia ଲେଖିଲା ବେଳକୁ ସାଧାରଣ ଲୋକ ଙ୍କର ଆଧାର କାର୍ଡ, ପାନ କାର୍ଡ, ଭୋଟର କାର୍ଡ, ବ୍ୟାଙ୍କ ପାସବହି, ଜମି ଜମା କାଗଜପତ୍ର, ପିଲା ମାନଙ୍କ ସାର୍ଟିଫିକେଟ ଗୁଡିକ ଓ ବ୍ଲକ ପଞ୍ଚାୟତ କାର୍ଯ୍ୟାଳୟ ର ପୁର୍ବ ରେକର୍ଡ ସଂଶୋଧନ ହେବ କି ପୁର୍ବ ପରି ରହିବ ସେ ନେଇ ପଡିଆ ବ୍ଲକ ଅଞ୍ଚଳ ବାସୀ ଦ୍ଵନ୍ଦ ରେ ପଡିଛନ୍ତି। ରାଜସ୍ଵ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ଏହି ସରକାରୀ ସାର୍ବଜନୀନ ନୋଟିସ ଓ ସମ୍ପର୍କିତ ବିଜ୍ଞପ୍ତି ଅନୁଯାୟୀ, ସରକାରଙ୍କ ପକ୍ଷରୁ ସାତଟି ଜିଲ୍ଲାର ଇଂରାଜୀ ନାମ ସଂଶୋଧନ ଏବଂ ୧୧ଟି ଜିଲ୍ଲାରେ ବିସ୍ତାରିତ ୨୪ଟି ସ୍ଥାନର ସଠିକ ବର୍ଣନାକୁ ସଂଶୋଧନ କରାଯାଇଥିବା ଜଣାପଡ଼ିଛି। ଏହିକ୍ରମରେ ପଡିଆ ଗ୍ରାମର ଇଂରାଜୀ ସଂଶୋଧନ ସ୍ଵରୂପ ଓ ପଡିଆ ଶବ୍ଦରେ ବ୍ୟବହୃତ ଇଂରାଜୀ ‘ଓ’ ସ୍ଥାନରେ ‘ଏ’ ବ୍ୟବହୃତ କରିବାକୁ ବିଜ୍ଞପ୍ତିରେ ପ୍ରକାଶ ହୋଇଛି । ଯାହାଫଳରେ ବିଭିନ୍ନ ସମୟରେ ପଡିଆ ଗ୍ରାମର ନାମକୁ ଲେଖିବାରେ ଦେଖା ଯାଉଥିବା ଦ୍ବନ୍ଦ୍ବ ଦୂର ହୋଇଛି।