ପ୍ରମୂଖ ଖବର
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ରାଜଧାନୀରେ ଗଡ଼ିଲା ରଥ; ଜନ୍ମବେଦୀରେ ଚତୁର୍ଦ୍ଧାମୂର୍ତି, ହୋ ଭକତେ ହୋରେ କମ୍ପିଲା ଭୁବନେଶ୍ୱର

Published By : Bijay Swain | June 27, 2025 6:21 PM

ଭୁବନେଶ୍ୱର, ୨୭/୬: ସକାଳୁ ସକାଳୁ ମେଘୁଆ ପାଗ ସହ ରଥ ଦାଣ୍ଡ ବେଶ ମନୋରମ ଦିଶୁଥିଲା । ନିର୍ଦ୍ଧାରିତ ସମୟରେ ଶ୍ରୀଜୀଉଙ୍କ ପହଂଡି ହୋଇଥିଲା । ହରିବୋଲ, ହୁଳହୁଳି ସହ ଶଙ୍ଖ କାହାଳୀର ମାଙ୍ଗଳିକ ଧ୍ବନି ସାଙ୍ଗକୁ ଘଣ୍ଟଘଣ୍ଟାର ନିନାଦରେ ଉଚ୍ଛୁଳୁଥିଲା ଦାଣ୍ଡ। ପ୍ରଭୁ ଆସୁଛନ୍ତି ବୋଲି ଭକ୍ତମାନେ ଅଶ୍ରୁ ଆଖିରେ ଚାହିଁ ବସିଥିଲେ । ଶେଷରେ ରଥାରୁଢ଼ ଭଗବାନ ଓ ଭକ୍ତଙ୍କ ମିଳନ ହୋଇଛି । ସନ୍ଧ୍ୟା ସୁଦ୍ଧା ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ରଥ ଗଡିଛି । ଭକତେ ହୋରେ କମ୍ପିଛି ଭୁବନେଶ୍ୱର । 

ରାଜଧାନୀରେ ଆୟୋଜିତ ଘୋଷଯାତ୍ରା ଅବସରରେ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା ଇସ୍କନ୍‌। ଅପରାହ୍ନ ସାଢେ ୩ଟା ବେଳକୁ ରଥଟଣା ଆରମ୍ଭ ହୋଇଥିଲା। ରଥ ଇସ୍କନ୍‌ରୁ ବାହାରି ସିଆର୍‌ପି ଛକ-ଷ୍ଟିୱାର୍ଟ ସ୍କୁଲ୍‌ ଛକ-୮ ନମ୍ବର ଡିଏଭି ଛକ ଦେଇ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଥିଲା। ସେହିପରି ଜାଗମରା ଧର୍ମବିହାର ଜଗନ୍ନାଥ ମନ୍ଦିର ପକ୍ଷରୁ ରଥଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସରିଛି | ରଥ ଗଣ୍ଡମୁଣ୍ଡାସ୍ଥିତ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡ଼ିବା ବେଳେ ରାସ୍ତାର ଉଭୟ ପାର୍ଶ୍ବ ଲୋକାରଣ୍ୟ ହୋଇଥିଲା। ରଥ ଫେରିବା ପରେ ମନ୍ଦିର ନିକଟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ | ସେହିପରି ୟୁନିଟ-୮, ୟୁନିଟ-୫, ଉତ୍କଳ ବିଶ୍ୱବିଦ୍ୟାଳୟ, ସହିଦ ନଗର, ୟୁନିଟ-୧, କୋଳଥିଆ, ଘାଟିକିଆ, ପୁରୁଣା ଭୁବନେଶ୍ୱର ଓ ଉତ୍ତର ଭୁବନେଶ୍ୱରରେ ସୁରୁଖୁରୁରେ ରଥଯାତ୍ରା ସମ୍ପନ୍ନ ହୋଇଛି |

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.