ଭୁବନେଶ୍ୱର ୦୬/୦୪: ମହାପୁଣ୍ୟ ମାସ ହେଉଛି ବୈଶାଖ । ବାରମାସ ମଧ୍ୟରେ ବୈଶାଖ ଅଦ୍ୱିତୀୟ ବୋଲି କହନ୍ତି ସ୍କନ୍ଦ ପୁରାଣ । ଏହି ମାସରେ ତୁଳସୀ ପୂଜନର ବିଶେଷ ମହତ୍ତ୍ୱ ରହିଛି । ପ୍ରତ୍ୟେହ ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ ପୂର୍ବକ ତୁଳସୀ ଚଉରାରେ ଜଳ ଅର୍ପଣ କରି ଦୀପ ଜଳାଇବା ଦ୍ୱାରା ସ୍ୱୟଂ ନାରାୟଣ ପ୍ରସନ୍ନ ହୋଇଥାନ୍ତି । ଏତଦ୍ବ୍ୟତୀତ ବୈଶାଖରେ ଆଉ କେତୋଟି ସାମାନ୍ୟ ଉପାୟ ଦ୍ୱାରା ପୂଣ୍ୟ ଅର୍ଜନ ହୋଇଥାଏ ।

ଉପାୟ: ବୈଶାଖରେ ଜଳ ଦାନ ସବୁଠୁ ଶ୍ରେଷ୍ଠ ଦାନ ଅଟେ । ମାଠିଆ ଭର୍ତ୍ତି ଜଳ ଦାନ କରିବା ସହ ତୃଷାର୍ତ୍ତଙ୍କ ପାଇଁ ଜଳ ଦାନ ବ୍ୟବସ୍ଥା କରିବା ଭଲ । ଏହା ପିତୃପୁରଷଙ୍କୁ ସନ୍ତୁଷ୍ଟ କରେ।

  • ପଶୁପକ୍ଷୀଙ୍କ ପାଇଁ ମଧ୍ୟ ଜଳର ବ୍ୟବସ୍ଥା କଲେ ବିଷ୍ଣୁ ବା ନାରାୟଣଙ୍କ କୃପା ପ୍ରାପ୍ତ ହୋଇଥାଏ ।
  • ବୈଶାଖରେ ଜଳର ସଦୁପଯୋଗ ସବୁଠୁ ବଡ଼ ପୁଣ୍ୟ କାମ । ଜଳକଷ୍ଟରୁ ନିଜକୁ ତଥା ଅନ୍ୟମାନଙ୍କୁ ରକ୍ଷା କରିବାକୁ ହେଲେ ଅକାରଣରେ ଜଳ ନଷ୍ଟ କରିବା ଅନୁଚିତ ।
  • ବୈଶାଖରେ ଶରୀର ଥଣ୍ଡା ରଖିବା ପାଇଁ ମୌସୁମୀ, ତରଭୁଳ, ଖରଭୁଜ, ବେଲ, କାକୁଡ଼ି ଇତ୍ୟାଦି ଫଳ ଖିଆଯାଏ । ଯେଉଁମାନଙ୍କ ନିକଟରେ ଏସବୁ ଖାଇବା ପାଇଁ ଅର୍ଥାଭାବ ରହିଛି ସେମାନଙ୍କୁ ଏପ୍ରକାର ଫଳ ଦାନ କଲେ ଘରେ ସୁଖସମୃଦ୍ଧି ବଢ଼ିଥାଏ ।
  • ବୈଶାଖରେ ଛତୁଆ ସେବନ ଦ୍ୱାରା ସ୍ୱାସ୍ଥ୍ୟ ଭଲ ରହେ । ଚାହିଁଲେ ଗରିବ ବ୍ୟକ୍ତିଙ୍କୁ ଛତୁଆ ମଧ୍ୟ ଦାନ କରିପାରିବେ । ଏହି ଖାଦ୍ୟ ଦାନ ଦ୍ୱାରା ଧନ ବୃଦ୍ଧି ହୋଇଥାଏ ।
  • ବୈଶାଖରେ ଆଉ ଏକ ମହତ ଦାନ ହେଲା ଛତା,ଚପଲ । ଖରା କଷ୍ଟରୁ ରକ୍ଷା କରିବା ଲାଗି ଅଭାବୀ ଲୋକଙ୍କୁ ଏହି ଦୁଇଟି ଜିନିଷ ଦାନ କଲେ ରାହୁ-କେତୁଙ୍କ ଗ୍ରହ ଦୋଷ କଟିବା ସହିତ ଭ୍ରମ ଦୋଷ ଦୂର ହୋଇଯାଏ ।

ଅଧିକ ପଢ଼ନ୍ତୁ :-  ଭୁଲରେ ବି ଦାନ କରନ୍ତୁନି ଏହି ସବୁ ଜିନିଷ, ପୂଣ୍ୟ ବଦଳରେ ହୋଇପାରେ ଏପରି କ୍ଷତି