ଭୁବନେଶ୍ଵର, ୧୧/୦୬ : ସପିଂ ମଲ୍ କିମ୍ଵା ଅନଲାଇନ୍ ସାଇଟ୍ସରେ ପ୍ରାଇସ୍ ଟ୍ୟାଗ୍ ଚେକ୍ କରି ଜିନିଷ କିଣନ୍ତି ସମସ୍ତେ। ଏଥିପାଇଁ କମ୍ପାନୀମାନେ ସମସ୍ତ ଛୋଟ-ବଡ଼ ଜିନିଷରେ ୯୯, ୧୯୯ କିମ୍ଵା ୪୯୯ ଭଳି ପ୍ରାଇସ୍ ଟ୍ୟାଗ୍ ପକାନ୍ତି। ତେବେ ଆପଣ କେବେ ଭାବିଛନ୍ତି କି ? କମ୍ପାନୀମାନେ ୧୦୦, ୨୦୦ କିମ୍ଵା ୫୦୦ ଟଙ୍କା ବଦଳରେ ଏଭଳି ଅଛିଣ୍ଡିଆ ଅଙ୍କ କାହିଁକି ପକାନ୍ତି। ଏଭଳି ଅଡ୍ ପ୍ରାଇସ୍ ଟ୍ୟାଗ୍ ପଛରେ କଣ ରହିଛି ବିଜନେସ୍ ଷ୍ଟ୍ରାଟେଜି ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର... 

ଏଭଳି ପ୍ରାଇସ୍ ଟ୍ୟାଗ୍ ଲେଖିବା ପଛରେ ହେଉଛି ମନୋବିଜ୍ଞାନର ଖେଳ। ବଡ଼ ବଡ଼ କମ୍ପାନୀମାନେ ମାତ୍ର ୧ ଟଙ୍କା ତଫାତ୍ ରଖି ଗ୍ରାହକଙ୍କ ସହ ଖେଳନ୍ତି ଏବଂ ଜିନିଷ କିଣିବା ପାଇଁ ପ୍ରେରିତ କରନ୍ତି। ହେଲେ ଆପଣ ଭାବୁଥିବେ ଏହା କେମିତି ସମ୍ଭବ ? ଏହାର ଉତ୍ତର ହେଲା ଆମେ ସବୁବେଳେ ବାମରୁ ଡାହାଣକୁ ପଢୁ। ଯେତେବେଳେ ଆମେ ୪୯୯ ଦେଖନ୍ତି, ସେତେବେଳେ ଆମ ମୁଣ୍ଡକୁ ପ୍ରଥମେ ୪ ଆସେ। ଆମେ ଜିନିଷର ଦାମ୍ ୪୦୦ ଟଙ୍କା ଆଖପାଖ ଭାବିନେଉ। ଏହା ୫୦୦ ଟଙ୍କାରୁ ମାତ୍ର ଟଙ୍କାଟିଏ କମ୍ ହୋଇଥିଲେ ବି ଆମେ ଭ୍ରମିତ ହୋଇଯାଇ। କାରଣ ଆମ ମୁଣ୍ଡରେ ୪ ଫିକ୍ସ ଥାଏ ଓ ଏହା ଆମକୁ ୫୦୦ ତୁଳନାରେ ଶସ୍ତା ଲାଗେ। 

ମାର୍କେଟିଂ ଭାଷାରେ ଏହାକୁ ଚାର୍ମ ପ୍ରାଇସିଂ କୁହାଯାଏ। କମ୍ପାନୀମାନେ ଜାଣିଛନ୍ତି ଯେ, ୫୦୦ କିମ୍ଵା ୧୦୦୦ ଭଳି ରାଉଣ୍ଡ ପ୍ରାଇସ୍ ଟ୍ୟାଗ୍ ଗ୍ରାହକଙ୍କୁ ମହଙ୍ଗା ଲାଗେ। ହେଲେ ପ୍ରାଇସ୍ ର ଶେଷ ଡିଜିଟ୍ ୯୯ ଥିଲେ ଗ୍ରାହକଙ୍କୁ ଏହା ବଜେଟ୍ ଫ୍ରେଣ୍ଡଲି ଜିନିଷ ଲାଗେ। ବିଶେଷଜ୍ଞଙ୍କ ଅନୁଯାୟୀ, କୌନସି ଜିନିଷର ଦାମ୍ ୭୯୩ କିମ୍ଵା ୯୯ ଭଳି ଅଡ୍ ନମ୍ଵର ଥିଲେ ଗ୍ରାହକଙ୍କୁ ଏହା ଉଚିତ୍ ଦାମ୍ ଲାଗେ। ହେଲେ ରାଉଣ୍ଡ୍ ଫିଗର ଥିଲେ କମ୍ପାନୀ ଠକୁଥିବା ଲାଗେ। 

ଏହି ୧ ଟଙ୍କା ଖୁବ୍ ଛୋଟ ଆମାଉଣ୍ଟ ହୋଇଥିଲେ ବି ଗ୍ରାହକଙ୍କ ମନନୋବିଜ୍ଞାନ ଉପରେ ଖୁବ୍ ପ୍ରଭାବ ପକାଏ। ଏମିତି ବହୁ ଗ୍ରାହକ ଅଛନ୍ତି ଏହି ୧ ଟଙ୍କା ଫେରାଇ ନିଅନ୍ତି ନାହିଁ। ଯାହାଦ୍ଵାରା କମ୍ପାନୀ ଆକାଉଣ୍ଟରେ ବିନା ଟ୍ୟାକ୍ସରେ ହଜା ହଜାର ଟଙ୍କାର ଅତିରିକ୍ତ ଲାଭ ସିଧାସଳଖ ଡିପୋଜିଟ୍ ହୁଏ।  

ଆହୁରି ପଢନ୍ତୁ- ଓଠରେ ଲଗାଉଥିବା ଲିପଷ୍ଟିକ୍ ଭେଜ୍ ନା ନନଭେଜ୍, ଜାଣନ୍ତୁ...

ଦେଶରେ ଦେଖାଦେବ ଜଳ ଓ ଶକ୍ତି ସଙ୍କଟ,୧୩୦ କୋଟି ଲୋକଙ୍କ ପାଣି ଶୋଷିଦେବ AI ...!​​​​​​​