ଭୁବନେଶ୍ୱର, ୨୬/୦୧: ସାଧାରଣତନ୍ତ୍ର ଦିବସ ଓ ଉତ୍କର୍ଷ ଓଡ଼ିଶା ପାଇଁ ସହରରେ ଅପରାଧ ଏବଂ ଅପରାଧୀଙ୍କୁ ଦମନ କରିବା ପାଇଁ କମିଶନରେଟ୍ ପୋଲିସର କଡ଼ା ପଦକ୍ଷେପ । ରାଜଧାନୀରେ ସେଫ୍ ସିଟି ଡ୍ରାଇଭ୍ ଜରିଆରେ ଜୋରଦାର ହେଲା ପୋଲିସ କନଭେ ପେଟ୍ରୋଲିଂ । ସାଇରନ୍ ମାରିବା ସହ କାର୍କେଡ୍ କରି ବୁଲିଲେ ପେଟ୍ରୋଲିଂ ଟିମ୍ ।

ସବୁ ଥାନାର ମୁଖ୍ୟରାସ୍ତା ଓ ଗଳିକନ୍ଦିରେ ହେଲା ପାଟ୍ରୋଲିଂ। ପୋଲିସ କମିଶନରଙ୍କ ନିର୍ଦ୍ଦେଶରେ ଭୁବନେଶ୍ବର ଡିସିପି, ଆଡ଼ିସନାଲ୍ ଡିସିପି, ସମସ୍ତ ଜୋନ ଏସିପି ଏବଂ ଥାନା ଅଧିକାରୀଙ୍କ ସମେତ ବହୁ ପୋଲିସ ଓ ପିଶିଆର୍ କର୍ମଚାରୀ ନିୟୋଜିତ ହୋଇଥିଲେ । ସୁରୁଖୁରୁରେ ସାଧାରଣତନ୍ତ୍ର ଦିବସ ପାଳ ପାଇଁ ଏବଂ ଅପରାଧୀକ କାର୍ଯ୍ୟକଳାପକୁ ରୋକିବା ପାଇଁ ଏଭଳି ପଦକ୍ଷେପ ନେଇଛି କମିଶନରେଟ୍ ପୋଲିସ । ସେଥିପାଇଁ ଶନିବାର ରାତିରେ ରାଜରାସ୍ତ ସହ ସମସ୍ତ ଛୋଟ ବଡ଼ ଗଳିରେ କଡ଼ା କଡ଼ି ଚେକିଂ କରାଯାଇଛି ।