ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଡାକ୍ତରଙ୍କ ବିନା ଘରେ ହେଲା ପ୍ରସବ, ହ୍ଵାଟସ୍‌ଆପ୍ର ଗ୍ରୁପ୍‌ରେ ଜ୍ଞାନ ଦେଲେ ୧୦୦୦ରୁ ଉର୍ଦ୍ଧ୍ଵ ମେମ୍ଵର

Published By : Rasmita Pradhan | November 22, 2024 12:06 PM

ଚେନ୍ନାଇ, ୨୨/୧୧ : ହ୍ଵାଟସ୍‌ଆପ୍‌ ଗ୍ରୁପରେ ଡେଲିଭରୀ। ଡାକ୍ତରଙ୍କ ପରାମର୍ଶ ବିନା ଘରେ ହେଲା ପ୍ରସବ। ହ୍ଵାଟସ୍‌ଆପ୍ ଗ୍ରୁପ୍ ମେମ୍ଵରମାନେ ଯେମିତି ପରାମର୍ଶ ଦେଲେ ସେମିତି ପ୍ରସବ କରାଇଲେ ଦମ୍ପତି। କଥାଟା ଅଡ଼ୁଆ ଲାଗୁଛି ନା, ହେଲେ ଏହା ସତ। ଚେନ୍ନାଇର କୁନ୍ଦ୍ରାଥୁରରେ ଏଭଳି ଏକ ଘଟଣା ଘଟିଛି। ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କଥାଟି ଏତେ ଆଗକୁ ବଢିଲା ଯେ ଶେଷରେ ପୋଲିସକୁ ମାମଲା ରୁଜୁ କରି ତଦନ୍ତ କରିବାକୁ ପଡ଼ିଲା। 

ସୂଚନାନୁଯାୟୀ, ଚେନ୍ନାଇର କୁନ୍ଦ୍ରାଥୁରରେ ରହୁଥିବା ୩୬ ବର୍ଷୀୟ ମନୋହର ଏବଂ ତାଙ୍କ ପତ୍ନୀ ସୁକନ୍ୟା 'ହୋମ୍ ବର୍ଥ ଏକ୍ସପିରିଏନ୍ସ' ନାମକ ଏକ ହ୍ଵାଟସଆପ୍‌ ଗ୍ରୁପର ମେମ୍ଵର ଅଛନ୍ତି। ଏହି ଗ୍ରୁପ୍‌ରେ ଘରେ ପ୍ରସବ କରାଇବା ପାଇଁ ପରାମର୍ଶ ଦିଆଯାଏ। ମନୋହର ଏବଂ ସୁକନ୍ୟା ମଧ୍ୟ ଡେଲିଭରି କରାଇବା ପାଇଁ ଏହି ଅନଲାଇନ୍ ପ୍ଲାଟଫର୍ମର ସାହାରା ନେଇଥିଲେ। ଯେତେବେଳେ ସୁକନ୍ୟା ଗର୍ଭବତୀ ହେଲେ ସେମାନେ ଡାକ୍ତରଙ୍କ ଠାରୁ ଚିକିତ୍ସା ନକରାଇବା ପାଇଁ ସ୍ଥିର କଲେ। ଏପରିକି ଗର୍ଭାବସ୍ଥା ସମୟରେ ସୁକନ୍ୟା କେବେବି ସ୍ଵାସ୍ଥ୍ୟ ଯାଂଚ୍ କରିନଥିଲେ। ନଭେମ୍ଵର ୧୭ରେ ସୁକନ୍ୟାଙ୍କର ପ୍ରସବ ପୀଡ଼ା ଆରମ୍ଭ ହୋଇଥିଲା। ଏହି ସମୟରେ ଦମ୍ପତି ଡାକ୍ତରଖାନା ଯିବା ବଦଳରେ ହ୍ଵାଟସଆପ୍ ଗ୍ରୁପ୍‌ର ସାହାରା ନେଇଥିଲେ। ଏହି ଗ୍ରୁପ୍‌ରେ ଥିବା ସଦସ୍ୟଙ୍କ ପରାମର୍ଶରେ ମନୋହର ନିଜେ ତାଙ୍କ ପତ୍ନୀଙ୍କ ପ୍ରସବ କରାଇଥିଲେ। ଛୁଆ ମଧ୍ୟ ଜନ୍ମ ହେଲା। ତେବେ ଏହି ଘଟଣାଟି ପରେ ସୋସିଆଲ୍ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଥିଲା।

ଏହି ଘଟଣା ପରେ ଜନସ୍ଵାସ୍ଥ୍ୟ ଅଧିକାରୀ କୁନ୍ଦ୍ରାଥୁର ଥାନାରେ ଦମ୍ପତିଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। 





Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.