ନୂଆଦିଲ୍ଲୀ: ଆଇପିଏଲର ୬୬ତମ ମ୍ୟାଚରେ ଚେନ୍ନାଇକୁ ଭେଟୁଛି ଗୁଜୁରାଟ । ଉଭୟ ଚଳିତବର୍ଷର ନିଜ ନିଜର ଅନ୍ତିମ ମ୍ୟାଚ ଖେଳୁଛନ୍ତି । ତେବେ ଏହି ମୁକାବିଲାରେ ଚେନ୍ନାଇ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି । ଋତୁରାଜ ଗାଏକ୍ବାଡ ଗିଲ୍ ବାହିନୀକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି । ଗୁଜରାଟ ଏହି ମ୍ୟାଚ ଜିତିଲେ ପଏଣ୍ଟ ତାଲିକା ପ୍ରଥମ ୨ ମଧ୍ୟରେ ସ୍ଥାନ ନିଶ୍ଚିତ କରିବ । ଯାହା ଫଳରେ ପ୍ଲେ-ଅଫର ପ୍ରଥମ କ୍ୱାଲିଫାୟର ଖେଳି ପରାଜିତ ହେଲେ ମଧ୍ୟ ଫାଇନାଲ୍ରେ ପହଞ୍ଚିବା ପାଇଁ ମଧ୍ୟ ଆଉ ଏକ ସୁଯୋଗ ମିଳି ପାରିବ । ଚେନ୍ନାଇ ୧୨ ପଏଣ୍ଟ ଅର୍ଜନ କରିସାରିଛି । ଅନ୍ତିମ ମ୍ୟାଚ ଜିତିଲେ ୧୪ ପଏଣ୍ଟ ସହ ପ୍ଲେ-ଅଫ୍ରେ ସ୍ଥାନ ହାସଲ କରିବାକୁ ଆଶା ରଖିବ । ଫଳରେ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ ।

ଗତ ମାସ ୨୬ ତାରିଖରେ ଉଭୟ ଦଳ ପରସ୍ପରକୁ ଭେଟିଥିଲେ ଓ ଗୁଜରାଟ ୮ ୱିକେଟ୍ରେ ଉକ୍ତ ମ୍ୟାଚ ଜିତିଥିଲା । ଏଥର ଚେନ୍ନାଇ ପ୍ରତିଶୋଧ ନେବାକୁ ଚେଷ୍ଠା କରିବ । ଗୁଜରାଟକୁ ହରାଇଲେ ମଧ୍ୟ ଚେନ୍ନାଇର ପ୍ଲେ-ଅଫ୍ ନିଶ୍ଚିତ ହୋଇ ପାରିବ ନାହିଁ । କାରଣ ରାଜସ୍ଥାନ ଓ ପଞ୍ଜାବ ଯଥାକ୍ରମେ ୧୪ ଓ ୧୩ ପଏଣ୍ଟ ଲେଖାଏଁ ଅର୍ଜନ କରି ସାରିଛନ୍ତି। ଉଭୟ ଦଳ ନିଜ ନିଜର ଅନ୍ତିମ ଲିଗ ମ୍ୟାଚ ପରାଜିତ ହେଲେ ଚେନ୍ନାଇର ପ୍ଲେ-ଅଫ୍ ନିଶ୍ଚିତ ହୋଇ ପାରିବ । ଆଜି ବିଜୟ ପରେ ମଧ୍ୟ ଚେନ୍ନାଇ ୨୪ ତାରିଖରେ ହେବାକୁ ଥିବା ଅନ୍ତିମ ଲିଗ୍ ମ୍ୟାଚର ଫଳାଫଳ ପର୍ଯ୍ୟନ୍ତ ଅପେକ୍ଷା କରିବ ।

ଏହାସହ ପଢ଼ନ୍ତୁ : Prasant Kishor: ଘର ଛାଡ଼ି ଆଶ୍ରମକୁ କାହିଁକି ସିଫ୍ଟହେଲେ ପି.କେ ?