ନୂଆଦିଲ୍ଲୀ : ଅଧିନାୟକ ଋତୁରାଜ ଗାଏକ୍ବାଡଙ୍କ ଅର୍ଦ୍ଧଶତକ ବଳରେ ୭ ଓ୍ବିକେଟରେ ୧୫୮ ରନ କରିବାରେ ସକ୍ଷମ ହୋଇଛି ଚେନ୍ନାଇ ସୁପରକିଙ୍ଗ୍ସ । ଗୁଜୁରାଟ ଆଗରେ ୧୫୯ ରନର ବିଜୟ ଲକ୍ଷ୍ୟ । ଗାଏକ୍ବାଡ ଦଳ ପକ୍ଷରୁ ସର୍ବାଧିକ ୬୦ ବଲରୁ ୭୪ ରନ୍ କରିଛନ୍ତି । ସେପଟେ ରାବାଡା ଗୁଜୁରାଟ ପକ୍ଷରୁ ସର୍ବାଧିକ ୩ ଓ୍ବିକେଟ ଅକ୍ତିଆର କରିଛନ୍ତି ।

ଇନିଂସ ଆରମ୍ଭରୁ ଚେନ୍ନାଇର ବ୍ୟାଟିଂ ମନ୍ଥର ଥିଲା। ଏହାର କାରଣ ଥିଲା ଦଳର ପ୍ରାରମ୍ଭିକ ବ୍ୟାଟର ମାନେ କ୍ରିଜ୍‌ରେ ଅଧିକ ସମୟ ପର୍ଯ୍ୟନ୍ତ ତିଷ୍ଠି ପାରି ନଥିଲେ। ଦଳ ୮.୨ ଓଭରରେ ସ୍କୋର ୩୭ ରନ୍‌ରେ ୪ ଜଣ ଖେଳାଳିଙ୍କୁ ହରାଇଥିଲା। ଚେନ୍ନାଇ ଦଳର ସ୍କୋର ୨୧ ରନ୍‌ରେ ସଂଜୁ ସାମସନ, ୨୫ ରନ୍‌ରେ ଉର୍ଭିଲ ପଟେଲ (୪ ରନ୍‌), ୨୬ ରନ୍‌ରେ ସର୍ଫରାଜ ଖାନ (ଶୂନ୍ୟ ରନ୍‌) ଏବଂ ୩୭ ରନ୍‌ରେ ଡେୱାର୍ଲ୍ଡ ବ୍ରେଭିସ୍‌ (୨ ରନ୍‌) ଆଉଟ ହୋଇଥିଲେ। 

​​​​​​​

ତେବେ ଚେନ୍ନାଇ ପକ୍ଷରୁ ଶିଭମ ଦୁବେ ୨୨, କାର୍ତ୍ତିକ ଶର୍ମା ୧୯ ଏବଂ ଓଭରଟନ୍ ୧୮ ରନ କରିବାରେ ସକ୍ଷମ ହୋଇଥିଲେ । ଆଜି ପ୍ରଥମରୁ ଦଳ ଧିମା ଆରମ୍ଭ କରିଥିବାବେଳେ ଏତିକି ସ୍କୋରରେ ସନ୍ତୁଷ୍ଟ ହୋଇଛି ।

​​​​​​​

ସେପଟେ ଗୁଜୁରାଟ ପକ୍ଷରୁ ରାବାଡ଼ା ୩ ଓ୍ବିକେଟ ଅକ୍ତିଆର କରିଥିବାବେଳେ ବାକି ବୋଲରଙ୍କ ମଧ୍ୟରେ ଅର୍ଶଦ ଖାନ ୨, ସିରାଜ ଏବଂ ମାନବ ସୂତାର ଗୋଟିଏ ଲେଖାଏଁ ଓ୍ବିକେଟରେ ସନ୍ତୁଷ୍ଟ ହୋଇଛନ୍ତି । 

ଏହାସହ ପଢ଼ନ୍ତୁ : ପ୍ରେମ କରି ବାହା ହୋଇଥିଲେ, ସ୍ତ୍ରୀ ଏବଂ ଶାଶୁଙ୍କ ଜୀବନ ନେଇଗଲା