ନୂଆଦିଲ୍ଲୀ :  ରୁଷ୍ – ୟୁକ୍ରେନ୍‌ ମଧ୍ୟରେ ଲାଗି ରହିଥିବା ଯୁଦ୍ଧକୁ ବନ୍ଦ କରିବାକୁ ବିଶ୍ୱ ସ୍ତରରେ ଜୋରସୋରରେ ଉଦ୍ୟମ ଅବ୍ୟାହତ ରହିଛି। ଏହି ମଧ୍ୟରେ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି ଏକ ବଡ଼ ଦାବି କରିଛନ୍ତି। ୟୁକ୍ରେନର ଚେରନୋବିଲ ନ୍ୟୁକ୍ଲିୟର ପ୍ଲାଣ୍ଟରେ ରୁଷ୍ ଡ୍ରୋନ୍‌ରେ ହମଲା କରିଛି। ହେଲେ ରେଡିଏସନର ସ୍ତର ସାମାନ୍ୟ ଥିବା କୁହାଯାଇଛି। ଆଇଏଇଏ କହିଛି ଯେ, ଏହି ହମଲାରେ ପ୍ଲାଣ୍ଟରେ ନିଆଁ ଲାଗି ଯାଇଛି।

ୟୁକ୍ରେନୀ ରାଷ୍ଟ୍ରପତି ଭ୍ଲାଦିମିର ଜେଲେନସ୍କିଙ୍କ କହିବାନୁସାରେ, ଗତକାଲି ଗୁରୁବାର ରାତିରେ ଚେରନୋବିଲରେ ନଷ୍ଟ ହୋଇ ଯାଇ ଥିବା ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ଉପରେ ରୁଷୀୟ ଡ୍ରୋନ୍ ହମଲା କରିଥିଲା। ୟୁକ୍ରେନର ଷ୍ଟେଟ୍‌ ଏମର୍ଜେନ୍ସି ସର୍ଭିସ୍‌ ପରେ କହିଛି ଯେ, ଲିକେଜ୍‌ ସ୍ତର ସାଧାରଣ ସୀମା ଭିତରେ ରହିଛି।  

ଏହାସହ ମଧ୍ୟ ପଢିପାରିବେ :   ଆମେରିକାର ଘୋଷଣାରେ ନାଟୋରେ ହଲଚଲ୍‌ର ସ୍ଥିତି , ୟୁକ୍ରେନକୁ ମଧ୍ୟ କଡ଼ା ଝଟକା

ଜେଲେନସ୍କି ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ନିଜର ଏକ ପୋଷ୍ଟରେ କହିଛନ୍ତି, ଏକ ଉଚ୍ଚ ବିସ୍ଫୋରକ ୱାରହେଡ୍‌ ସହ ଗୋଟିଏ  ରୁଷୀୟ ଆକ୍ରମଣକାରୀ ଡ୍ରୋନ୍‌ ହମଲା କରିଛି, ଜେଲେନସ୍କି କହିଛନ୍ତି କି, ନ୍ୟୁକ୍ଲିୟର ପ୍ଲାଣ୍ଟର  ୟୁନିଟକୁ କଭର କରୁଥିବା କଂକ୍ରିଟ ଶେଲଟର କ୍ଷତିଗ୍ରସ୍ତ ହୋଇ ଯାଇଛି, ନିଆଁ ବି ଲିଭାଇ ଦିଆ ସାରିଛି। 

ସେ ଆହୁରି କହିଛନ୍ତି କି, ହମଲା ପରେ ରେଡିଏସନର ଲେବଲ ବଢି ନାହିଁ ଏବଂ ଏହାକୁ ଲଗାତାର ନିରୀକ୍ଷଣ କରାଯାଉଛି। ପ୍ରାରମ୍ଭିକ ଆକଳନ ଅନୁସାରେ, ଶେଲଟରକୁ ଖୁବ୍‌ କ୍ଷତି ହୋଇଛି। ରାଷ୍ଟ୍ରପତି ଜେଲେନସ୍କିଙ୍କ ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇ ଥିବା ଭିଡ଼ିଓରେ ବଡ଼ ଧରଣର ଚମକିଲା ରଶ୍ମି ଦେଖା ଯାଉଛି, ଏହାପରେ ରାତ୍ରି ସମୟରେ ଆକାଶରେ ଧୂଆଁର ଏକ ବଡ଼ ଆସ୍ତରଣ ଦେଖା ଯାଉଛି। 


ଏହି ହମଲା ଏମିତି ସମୟରେ କରାଯାଇଛି କି, ଯେତେବେଳେ ରୁଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ଶାନ୍ତି ବାର୍ତ୍ତା ଚାଲୁ ରହିଛି। ଡୋନାଲ୍ଡ ଟ୍ରମ୍ପଙ୍କ ଆମେରିକାର ରାଷ୍ଟ୍ରପତି ହେବା ପରେ ଶାନ୍ତିର କଥା ଦ୍ରୁତତର ହୋଇଛି। ଶାନ୍ତି ପ୍ରୟାସ ଗୁଡ଼ିକରେ ଗତ ଦିନେ କି ଦୁଇ ଦିନରେ ଜୋରସୋର ଆସିଛି , ହେଲେ ରୁଷ୍‌ ପକ୍ଷରୁ କରାଯାଇ ଥିବା ଏହି ହମଲାରେ ଯୁଦ୍ଧ ତେଜି ପାରେ। ଏହି ହମଲା ପରେ ପୂରା ୟୁକ୍ରେନ୍‌ ସହ ପୂରା ୟୁରୋପରେ ଆତଙ୍କ ଖେଳି ଯାଇଛି। 

ଆଶଙ୍କା କରାଯାଉଛି କି , ଯଦି ପରମାଣୁ ରିଆକ୍ଟରରୁ ଲିକେଜ୍‌ ହୁଏ ତ ପୂରା ୟୁରୋପ ସଙ୍କଟ ଘେରକୁ ଆସିପାରେ। ସେମିତି ଜୀବନହାନି ହୋଇପାରେ ,ଯେମିତି ୨ୟ ବିଶ୍ୱଯୁଦ୍ଧରେ ଜାପାନରେ ହୋଇଥିଲା।