ଭୁବନେଶ୍ୱର,୦୩/୧୧: ଆରମ୍ଭ ହୋଇଛି  କାର୍ତ୍ତିକ ମାସର ପଞ୍ଚୁକ । ଏଥରକ ପଞ୍ଚୁକ ଚାରିଦିନ  ପାଳନ ହେବାକୁ ଥିବା ବେଳେ ଛାଡ଼ଖାଇକୁ  ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ଆମିଷପ୍ରେମୀ ।  ହେଲେ ଏବର୍ଷ ଛାଡ଼ଖାଇ ପଡ଼ୁଛି ଗୁରୁବାର । ତେଣୁ  ପରଦିନ ଅର୍ଥାତ୍‌ ଶୁକ୍ରବାର ଛାଡ଼ଖାଇ ପାଳନ  ହେବ । ଛାଡ଼ଖାଇ ପୂର୍ବରୁ ଏବେଠୁ ବେପାରୀଙ୍କୁ  ବରାଦ ହୋଇଗଲାଣି । ଏଥର ୭ କୋଟି ଟଙ୍କାର ବେପାର ପାଇଁ ଆଶା ରଖିଛନ୍ତି ଆମିଷ ବେପାରୀ ।

ଗତବର୍ଷ ଦ୍ୱୈତନଗରୀ ଭୁବନେଶ୍ୱର ଓ କଟକରେ  ୮ କୋଟିରୁ ଊଦ୍ଧ୍ୱର୍ ଟଙ୍କାର ଆମିଷ ବେପାର  ହୋଇଥିଲା । ସେଥିମଧ୍ୟରୁ ଭୁବନେଶ୍ୱରରେ କେବଳ  ୫ କୋଟିର ବିକ୍ରିବଟା ହୋଇଥିଲା । ଏଥରକ ଉଭୟ ସହରରେ ୧୦ କୋଟିର ବେପାର ହେବ ବୋଲି  ଆକଳନ କରାଯାଇଛି । ଯଦି ଭୁବନେଶ୍ୱର କଥା  କହିବା, ଅଣ ଛାଡ଼ଖାଇ ସମୟରେ ପ୍ରତିଦିନ  ବେପାର କୋଟିଏ ଛୁଏଁ । ହେଲେ ରଜ, ଛାଡ଼ଖାଇ  ଆସିଲେ ବେପାର ୩ଗୁଣ ହୋଇଯାଏ । ଛାଡ଼ଖାଇ ପାଇଁ ଆସନ୍ତା ବୁଧବାର ଦିନ ଭୁବନେଶ୍ୱରକୁ  ୪୫୦ରୁ ୫୦୦ କୁଇଣ୍ଟାଲ ଖାସି ଆସିବ । ଏହି ସବୁ  ଖାସି କୋଲକାତା ସମେତ ହରିପୁର, ଦଶପଲ୍ଲାବାରିପଦା, ଯଶିପୁର ଆଦି ସ୍ଥାନରୁ ଅଣାଯିବ ।  ସେହିପରି ୨୦୦୦ ଟନ୍‌ କୁକୁଡ଼ା(ଉଭୟ ଦେଶୀ  ଓ ବ୍ରଏଲର) ମଧ୍ୟ ଆସିବ । ଆନ୍ଧ୍ରପ୍ରଦେଶ ସହ  ଚିଲିକା, ଭୂଷଣ୍ଡପୁର, ପାରାଦୀପ, ବାଲେଶ୍ୱର ଓ  ଭଦ୍ରକ ଆଦି ସ୍ଥାନରୁ ୨୦ରୁ ୨୫ଟି ମାଛ ଗାଡ଼ି ପାଇଁ  ବରାଦ ଦିଆଯାଇଛି । ଆସନ୍ତାକାଲି ଦର ତାଲିକା  କରାଯିବ ବୋଲି ନିଖିଳ ଓଡ଼ିଶା ଆମିଷ ବ୍ୟବସାୟୀ  ମହାସଂଘ ପକ୍ଷରୁ ସୂଚନା ମିଳିଛ