ନୂଆଦିଲ୍ଲୀ: ପ୍ରେମ କେତେବେଳେ ଆଉ କାହା ସାଥୀରେ ହୋଇଥାଏ ତାହା ଜଣାନଥାଏ । ପ୍ରେମ ଦେଖେନା ବୟସର ତାରତମ୍ୟ କି ଦେଖେନା ଜାତି କି ଧର୍ମ । ସେଥିପାଇଁ ତ ପ୍ରେମକୁ ଅନ୍ଧ ବୋଲି କୁହାଯାଏ । ଯାହାର ଏକ ଜ୍ବଳନ୍ତ ଉଦାହରଣ ସାମ୍ନାକୁ ଆସିଛି । ଆପଣମାନେ ଏଭଳି କାହାଣୀ ଫିଲ୍ମ କିମ୍ବା ଗପରେ ଶୁଣିଥିବେ କିନ୍ତୁ ବାସ୍ତବ ଜୀବନରେ ମଧ୍ୟ ପ୍ରେମ ସମ୍ପର୍କର ଏକ ଜ୍ବଳନ୍ତ ଉଦାହରଣ ସାମ୍ନାକୁ ଆସିଛି । ଯେଉଁଠି ଜଣେ ପୁଲିସ ଅଧିକାରୀ ଜଣେ କଏଦୀଙ୍କ ପ୍ରେମରେ ପଡ଼ିଛନ୍ତି ଆଉ ଶେଷରେ ସେମାନଙ୍କ ହାତଗଣ୍ଠି ପଡ଼ିଛି । ଉଭୟଙ୍କ ଧର୍ମ ଅଲଗା ହୋଇଥିଲେ ସୁଦ୍ଧା କୌଣସି ପ୍ରତିବନ୍ଧକ ଦେଖିବାକୁ ମିଳିନାହିଁ । ମଧ୍ୟପ୍ରଦେଶର ଛତରପୁର ଜିଲ୍ଲା ଲବକୁଶ ନଗରରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଥିବାବେଳେ ଚର୍ଚ୍ଚାର ବିଷୟ ପାଲଟିଛି ।

ଗତ ମେ’ ୫ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ସତନା ଜେଲ ଅଧିକାରୀ ଫିରୋଜା ଖାତୁନ୍ ଏବଂ ପୂର୍ବରୁ ଜେଲରେ ରହିଥିବା ଧର୍ମେନ୍ଦ୍ର ସିଂହ । ଏହି ବିବାହରେ ଉଭୟ ପରିବାର ରାଜି ହୋଇନଥିଲେ । ତେବେ ଧର୍ମେନ୍ଦ୍ର ଜଣେ କଏଦୀ ରହିଥିବାବେଳେ ସେ ହିନ୍ଦୁ ଧର୍ମର ହୋଇଥିବାରୁ ଫିରୋଜାଙ୍କ ପରିବାର ରାଜି ହୋଇନଥିଲେ । ଶେଷରେ ବିଶ୍ବହିନ୍ଦୁ ପରିଷଦର କାର୍ଯ୍ୟକର୍ତ୍ତାମାନେ କନ୍ୟାଦାନ କରିଛନ୍ତି । ତେବେ ଏହି ବିବାହ ପରେ ଉଭୟ ବେଶ ଚର୍ଚ୍ଚାରେ ରହିଛନ୍ତି ଆଉ ସେମାନଙ୍କ ପ୍ରେମ କାହାଣୀ ସମ୍ପର୍କରେ ଜାଣିବା ପାଇଁ ସମସ୍ତେ ଇଛା ପ୍ରକାଶ କରିଛନ୍ତି ।

ଏକ ହତ୍ୟା ମାମଲାରେ ସତନା କେନ୍ଦ୍ରୀୟ ଜେଲରେ ସଜ୍ଜା କାଟୁଥିଲେ ଧର୍ମେନ୍ଦ୍ର । ସେଠାରେ ଡ୍ୟୁଟି କରୁଥିଲେ ଫିରୋଜା । ୨୦୦୭ ମସିହାରେ ହତ୍ୟା ମାମଲାରେ ଜେଲରେ ରହିଥିଲେ । ସେହି ସମୟରେ ପ୍ରଥମେ ଉଭୟଙ୍କ ମଧ୍ୟରେ ଜେଲରେ ଭେଟ ହୋଇଥିଲା । ସେମାନଙ୍କ ମଧ୍ୟରେ ପ୍ରଥମେ ବନ୍ଧୁତା ଏବଂ ପରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା । ତେବେ ଧର୍ମେନ୍ଦ୍ର ଜେଲରୁ ମୁକୁଳିବାର ୪ ବର୍ଷ ପରେ ସେମାନଙ୍କ ବିବାହ ହୋଇଛି । ଏହି ନବ ଦମ୍ପତ୍ତିଙ୍କ ନିକଟକୁ ଛୁଟୁଛି ଶୁଭେଚ୍ଛାର ସୁଅ ।

ଚାନ୍ଦଲା ବାସିନ୍ଦା ଧର୍ମେନ୍ଦ୍ର ସିଂହ ୨୦୦୭ ମସିହାରେ ଚାନ୍ଦଲା ପୌର ପରିଷଦର ଉପାଧ୍ୟକ୍ଷ କୃଷ୍ଣ ଦତ୍ତ ଦୀକ୍ଷିତଙ୍କୁ ହତ୍ୟା କରି ତାଙ୍କ ମୃତଦେହକୁ ପୋତି ଦେଇଥିଲେ। ଏହି କୁଖ୍ୟାତ ହତ୍ୟା ପାଇଁ ଯୁବକଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଥିଲା। ପ୍ରାୟ ୧୪ ବର୍ଷ ଜେଲରେ ରହିବା ପରେ, ତାଙ୍କ ଭଲ ଆଚରଣ ଯୋଗୁଁ ଜେଲ ପ୍ରଶାସନ ତାଙ୍କୁ ମୁକ୍ତ କରିଥିଲା। ଧର୍ମେନ୍ଦ୍ର ଗତ ଚାରି ବର୍ଷ ଧରି ଜେଲରୁ ବାହାରେ ଥିଲେ। ୫ ମଇ ୨୦୨୬ରେ ଛତରପୁର ଜିଲ୍ଲାର ଲବକୁଶ ନଗରରେ ଅନୁଷ୍ଠିତ ଏହି ବିବାହ ଆଲୋଚନାର ବିଷୟ ପାଲଟିଥିଲା। ଚାନ୍ଦଲାର ସ୍ଥାନୀୟ ବାସିନ୍ଦା ଅଜୟ ଦ୍ୱିବେଦୀ କୁହନ୍ତି, "ମୋର ବୟସ ୩୭ ବର୍ଷ। ଧର୍ମେନ୍ଦ୍ର, ଯାହାକୁ ଅଭିଳାଷ ନାମରେ ମଧ୍ୟ ଜଣାଶୁଣା, ଚାନ୍ଦଲାର ସେହି ସ୍କୁଲରେ ପାଠପଢ଼ିଥିଲେ। ସେ ଚାନ୍ଦଲାର ଏକ ବସ୍ତି ୱାର୍ଡ ୧୩ରେ ରହୁଥିଲେ। ତଥାପି, ଅଭିଳାଷଙ୍କ ଅଧିକାଂଶ ସମ୍ପର୍କୀୟ ସତନାର। ସେ ଜଣେ ଭଲ ଚରିତ୍ରର ବ୍ୟକ୍ତି ଥିଲେ।

ଏହାସହ ପଢ଼ନ୍ତୁ : ଅମନପ୍ରୀତଙ୍କ ପରଲୋକରେ କିଏ କ’ଣ ଲେଖି ପ୍ରକାଶ କଲେ ଦୁଃଖ