ପ୍ରମୂଖ ଖବର
  • ଧାମି ସରକାରଙ୍କ ବଡ଼ ନିଷ୍ପତ୍ତି,ଉତ୍ତରାଖଣ୍ଡର ସବୁ ସ୍କୁଲ୍‌ରେ ଗୀତା ପାଠ ବାଧ୍ୟତାମୂଳକ
  • ||
  • ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା : କ୍ରାଇମବ୍ରାଞ୍ଚ କରିବ ତଦନ୍ତ
  • ||
  • କଂଗ୍ରେସର ଓଡିଶା ବନ୍ଦ ଡାକରା ଯୋଗୁ ଗୁରୁବାର ବନ୍ଦ ରହିବ ପେଟ୍ରୋଲ ପମ୍ପ
  • ||
  • ଆସନ୍ତା ୨୧ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଂଗ୍ରେସର ଓଡ଼ିଶା ବନ୍ଦ ଡାକରା, ଶାନ୍ତି ଶୃଙ୍ଖଳାରେ ବନ୍ଦକୁ ସମର୍ଥନ କରିବାକୁ ଭକ୍ତଙ୍କ ଅପିଲ୍
  • ||
  • ମୟୂରଭଞ୍ଜ : ଅନ୍ଧ ବିଶ୍ୱାସ ଓ ତନ୍ତ୍ର ପୂଜା ପାଇଁ ଘରେ ରଖିଥିଲେ ବାଘ ଛାଲ, ୭ ଅଭିଯୁକ୍ତ ଗିରଫ
  • ||
  • ଗୁରୁବାର ମହାପ୍ରଭୁଙ୍କର ବନକଲାଗି ନୀତି, ସନ୍ଧ୍ୟା ସାଢେ ୬ଟାରୁ ରାତି ୧୧ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ଜଳେଶ୍ବର: ବିଜୁ ଜନତା ଦଳ ପକ୍ଷରୁ ବାଲେଶ୍ୱର ଜିଲ୍ଲା ବନ୍ଦ ଡାକରା, ଦିନ ୨ଟା ପର୍ଯ୍ୟନ୍ତ ଚକଅଖ ବନ୍ଦ
  • ||
  • ନୂଆପଡ଼ା: ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||
  • ମୟୂରଭଞ୍ଜ: ରକ୍ତ ସମ୍ପର୍କରେ ରକ୍ତ ଛିଟା; ବୃଦ୍ଧ ବାପା ଓ ମାଆଙ୍କୁ ହତ୍ୟାକଲା ମଦ୍ୟପ ପୁଅ
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଘରେ ପଶିଲା କାର୍; ଜଣେ ମୃତ, ୪ଆହତ
  • ||
  • ଓଡ଼ିଶା ବନ୍ଦ ପାଇଁ ଟିଏଲ୍‌ଟି ନିଯୁକ୍ତି ପରୀକ୍ଷା ସ୍ଥଗିତ, ୧୮ରେ ହେବ ପରୀକ୍ଷା
  • ||
  • ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା, ୧୯ ଯାଏ ଢାଳିବ
  • ||
  • ଆମେରିକାର ଟାରିଫ୍‌ ଛାଟରେ ଚିନ୍ତାରେ ଏସୀୟ ଦେଶ : ପୋଷାକ ରପ୍ତାନିରେ ଲାଭ ଉଠାଇପାରିବ ଭାରତ
  • ||
  • ନୂଆପଡ଼ା : ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||

ଛତିଶଗଡ଼ରେ ମାଓ ବିରୋଧୀ ଅପରେସନ ଜୋରଦାର୍, ପ୍ରାଣ ବିକଳରେ ଓଡ଼ିଶାରେ ପଶୁଛନ୍ତି ମାଓବାଦୀ

Published By : Rasmita Pradhan | July 16, 2025 11:59 AM

ନୂଆପଡ଼ା,୧୬/୦୭ : ଛତିଶଗଡ଼ରେ ନକ୍ସଲ ବିରୋଧି ଅପରେସନ ଜୋରଦାର ହୋଇଛି । ଏଣୁ ପ୍ରାଣ ବିକଳରେ କ୍ୟାଡ଼ର ମାଓବାଦୀମାନେ ଓଡ଼ିଶା ମୁହାଁ ହେଉଛନ୍ତି । ନୂଆପଡ଼ା ଜିଲ୍ଲା ସୀମାନ୍ତ ଅଞ୍ଚଳରେ ଟପ୍‌ କ୍ୟାଡ଼ର ମାଓବାଦୀ ବାଳକୃଷ୍ଣ ଓ ପ୍ରମୋଦ ବୁଲୁଥିବା ପୁଲିସ ଗୁଇନ୍ଦାକୁ ସୂଚନା ମିଳିଛି । ଜାନୁୟାରୀ ୩ରେ ସୀମାନ୍ତ ଗରିଆବନ୍ଦ ଜିଲ୍ଲା ଇନ୍ଦାଗାଁ ଥାନା କଣ୍ଡସର ଓ ନାଗେଶ ଗାଁ ମଧ୍ୟସ୍ଥ ସୋରନାମାଲ ଜଙ୍ଗଲରେ ଛତିଶଗଡ଼ ପୁଲିସ ଓ ନୂଆପଡ଼ା ଏସଓଜି ଟିମ କମ୍ବିଂ ଅପରେସନ କରି ୩ଜଣ ମାଓବାଦୀ ନିହତ କରିବା ସହ ୫ଟି ବନ୍ଧୁକ ଓ ବିପୁଳ ମାରଣାସ୍ତ୍ର ଜବତ କରିଥିଲେ। 

ଜାନୁୟାରୀ ୨୪ରେ ନୂଆପଡ଼ା ସୀମାନ୍ତରୁ ୫କିମି ଦୂର ଗରିଆବନ୍ଧ ଜିଲ୍ଲା ମେନପୁର ଥାନା କୁହ୍‌ଲାଡିଘାଟ ସଂରକ୍ଷିତ ଜଙ୍ଗଲର ଭାଲୁଡ଼ିଗ୍‌ଗୀ ଗାଁ ନିକଟରେ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ସୁରକ୍ଷା ବାହିନୀ ଗୁଳିରେ ୩୦ ମାଓବାଦୀ ନିହତ ହୋଇଥିଲେ । ମାର୍ଚ୍ଚ ୩ରେ ସୀମାନ୍ତ ମେନପୁର ଥାନା ପଣ୍ଡ୍ରିପାଣି ମାଓକ୍ୟାମ୍ପରୁ ନଗଦ ୮ଲକ୍ଷ ସହ ବିପୁଳ ବିସ୍ଫୋରକ ଜବତ ହୋଇଥିଲା । ସେହିଦିନ ବୋଡ଼େନ ଥାନା ପାଟଦର୍ହା ଜଙ୍ଗଲରୁ ଏକ ଦେଶୀ ବନ୍ଧୁକ ସହ ବିପୁଳ ମାଓ ସାମଗ୍ରୀ ଜବତ କରିଥିଲେ । ମଇ ୩ରେ ସୀମାନ୍ତ ଗରିଆବନ୍ଧ ଜିଲ୍ଲା ଶୋଭା ଥାନା ମୋତିପାନି ରକ୍ଷାପଥର ଅମାଡ଼ ଜଙ୍ଗଲରେ ବିଜାପୁର ଜିଲ୍ଲା ଗଙ୍ଗାଲୁର ଥାନା କାକକୋରମା ଗାଁର ବସ୍ତର ଡିଭିଜନାକ କମିଟି ସଦସ୍ୟ ମାଓବାଦୀ ଆୟାତୁ ଓରଫ ଯୋଗେଶ କୋର୍ଷାଙ୍କୁ ସୁରକ୍ଷା ବିହିନୀ ଏନକାଉଣ୍ଟର କରିଥିଲା । ଏସଏଲଆର ବନ୍ଧୁକ, ୪ଟି ରକେଟ ଲଞ୍ଚର, ୱାକିଟକି ଜବତ କରିଥିଲା । ମଇ ୧୪ରେ ସୁନାବେଡ଼ା ଅଭୟାରଣ୍ୟ ଜଳମଡ଼େଇ ସଂରକ୍ଷିତ ଜଙ୍ଗଲରେ ମାଓକ୍ୟାମ୍ପରୁ ବିପୁଳ ମାଓ ସାମଗ୍ରୀ ଜବତ କରିଥିଲେ । ଜୁଲାଇ ୮ରେ ସିନାପାଲି ଥାନା ଝାରବନ୍ଧ ନାରାୟଣ ଡୁଙ୍ଗୁରୀ ସଂରକ୍ଷିତ ଜଙ୍ଗଲରେ ଡିଭିଏଫ ଯବାନମାନେ ମାଓକ୍ୟାମ୍ପରୁ ଆଇଇଡ଼ି, ଡିଟୋନେଟର, ୨୦ଟି ଜିଲୋଟିନ ଭଳି ବିପୁଳ ବିସ୍ଫୋରକ ଜବତ କରିଥିଲେ । 

ଛତିଶଗଡ଼ରେ ନକ୍ସଲ ବିରୋଧି ଅଭିଯାନ ପରେ ଲାଲବାହିନୀ ପ୍ରାଣ ବିକଳରେ ଛିନ୍ନଛତ୍ର ହେଉଛନ୍ତି । ଆତ୍ମଗୋପନ ପାଇଁ ସୀମାନ୍ତ ନୂଆପଡ଼ା ଜିଲ୍ଲାକୁ ଅନୁପ୍ରବେଶ କରୁଛନ୍ତି । ସେମାନେ ସୁନାବେଡ଼ା ଅଭୟାରଣ୍ୟର ଘଞ୍ଚ ଜଙ୍ଗଲକୁ ସୁରକ୍ଷିତ ସ୍ଥାନ ବାଛିଛନ୍ତି । ଏବେ ନିୟମିତ ବ୍ୟବଧାନରେ ମାଓକ୍ୟାମ୍ପ ଠାବ ହେଉଥିବାରୁ ସୀମାନ୍ତ ଅଞ୍ଚଳରେ ମାଓବାଦୀମାନେ ସକ୍ରିୟ ହେଉଛନ୍ତି । ନିଜ ସଂଗଠନକୁ ସଜାଡ଼ିବାକୁ ଉଦ୍ୟମ କରୁଛନ୍ତି । ବର୍ଷାଋତୁରେ ଗଛଡ଼ାଳ ଓ ଲଟାବୁଦାରେ ମାଓବାଦୀଙ୍କୁ ଲୁଚିବାକୁ ସୁବିଧା ହେଉଛି । 

ଏବେ ସୀମାନ୍ତ ଉଦନ୍ତୀ ସୀତାନଦୀ ଅଭୟାରଣ୍ୟ ଅଞ୍ଚଳରେ ଟପକ୍ୟାଡ଼ର ମାଓବାଦୀ ବାଳକୃଷ୍ଣ ଓରଫ ଆଲନା ଓ ରାଜ୍ୟ କ୍ୟାଡ଼ର ଏସିଏମ ସଦସ୍ୟ ପ୍ରମୋଦ ଓରଫ ପାଣ୍ଡୁ ବୁଲୁଥିବା ପୁଲିସକୁ ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଥିବା ଏସପି ଜିଆର ରାଘବେନ୍ଦ୍ର ପ୍ରକାଶ କରିଛନ୍ତି । ମାଓ ସଂଗଠନ ଧିରେ ଧିରେ ଦୁର୍ବଳ ହେଉଥିବାରୁ କୌଣସି ବଡ଼ ଆକ୍ରମଣକୁ ସାହସ ଜୁଟାଇ ପାରୁନାହାନ୍ତି । ଅନ୍ୟପକ୍ଷେ ସୀମାନ୍ତରେ ଉଭୟ ରାଜ୍ୟ ପୁଲିସ ଓ ସୁରକ୍ଷା ବାହିନୀ ଘନଘନ କମ୍ବିଂ ଅପରେସନ ହେତୁ ମାଓବାଦୀଙ୍କୁ ବି ଭୟ ରହୁଛି । ତେବେ ସୀମାନ୍ତରେ ବାରମ୍ବାର ମାଓକ୍ୟାମ୍ପରୁ ବିସ୍ଫୋରକ ସାମଗ୍ରୀ ଜବତ ହେବା ପୁଲିସକୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଲାଲବାହିନୀ କୌଣସି ଏକ ବଡ଼ ଧରଣର ଅଘଟଣ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଥିବା ଆଲୋଚନା ହେଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.