ଭୁବନେଶ୍ବର, ୨୫।୫ : ରାଷ୍ଟ୍ରପତି ଭବନଠାରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ରାଷ୍ଟ୍ରପତିଙ୍କ ଠାରୁ ୨୦୨୬ ମସିହା ପାଇଁ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଛନ୍ତି ଓଡ଼ିଶାର ବିଶିଷ୍ଟ ଗବେଷକ ଓ ସାହିତ୍ୟିକ ଡ. ମହେନ୍ଦ୍ର କୁମାର ମିଶ୍ର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଦ୍ମଶ୍ରୀମହେନ୍ଦ୍ର କୁମାର ମିଶ୍ରଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନଜଣାଇଛନ୍ତି। ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ମିଳିଥିବା ଏହି ଅନନ୍ୟ ସ୍ୱୀକୃତି ସମଗ୍ର ରାଜ୍ୟ ପାଇଁ ଏକ ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତିମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ତାଙ୍କର ସୁସ୍ଥ,ନିରାମୟ ଜୀବନ ଓ ଉତ୍ତରୋତ୍ତର ଉନ୍ନତି କାମନାକରିଛନ୍ତି।