ରାୟଗଡ଼ା,୧୭/୦୧: ଆସନ୍ତା ଶନିବାର  ଅର୍ଥାତ ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ  ଚରଣ ମାଝୀ ଦିନିକିଆ ରାୟଗଡ଼ା ଜିଲ୍ଲା ଗସ୍ତରେ ଆସିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଅନୁଷ୍ଠିତ ହେବାକୁ ଥିବା ସମନ୍ୱିତ କାର୍ଯ୍ୟକ୍ରମରେ  ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସମଗ୍ର  ଦେଶର ବିଭନ୍ନ ହିତାଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀ  ଆଲୋଚନା କରିବାକୁ ଥିବାବେଳେ ରାଜ୍ୟର  ରାୟଗଡ଼ା ଜିଲ୍ଲା ସେଥିରେ ଅନ୍ତର୍ଭୁକ୍ତ ହୋଇଛି ।  ସେଥିପାଇଁ ମୁଖ୍ୟମନ୍ତ୍ରୀ ଆସୁଥିବା ସୂଚନା ମିଳିଛି ।  

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ହେଲିକ୍ୟାପ୍‌ଟର ଯୋଗେ ଆସି  ସ୍ଥାନୀୟ ଜିସିଡି ପଡ଼ିଆରେ ଓହ୍ଲାଇବେ । ସେଠାରୁ  ବିଜୁ ପଟ୍ଟନାୟକ ଅଡିଟୋରିୟମଠାରେ ଆୟୋଜିତ  କାର୍ଯ୍ୟକ୍ରମରେ ଯୋଗଦେବେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଶେଷ ପରେ ସର୍କିଟହାଉସ୍‌ଠାରେ  ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବାକୁ  ଥିବା ଜିଲ୍ଲା ବିଜେପି ସଭାପତି ଶିବ ପଟ୍ଟନାୟକ  ସୂଚନା ଦେଇଛନ୍ତି । ଏଣେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ପ୍ରଶାସନ ଓ ପୁଲିସ୍‌ ପକ୍ଷରୁ ବ୍ୟବସ୍ଥା ଆରମ୍ଭ  ହୋଇଛି । ସମସ୍ତ କାର୍ଯ୍ୟକ୍ରମକୁ ସମୟାନୁସାରେ  ଶେଷ ଓ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରାଯାଇଛି ।  କୋର୍ଟ୍‌ଚାଲାଣ କରାଯାଇ ଥିବା ଜଣାପଡିଛି ।