କେନ୍ଦୁଝର ସଦର,୨୨/୧୧ : କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ରାଇକଳା ରାଜିଂ ଷ୍ଟାର କ୍ଲବ ଆନୁକୁଲ୍ୟରେ ୧୬ଦଳୀୟ ଦିବାରାତ୍ର ସର୍ବ ଭାରତୀୟ ମିନି କଳିଙ୍ଗ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ରବିବାର ଫାଇନାଲ ହେବାକୁ ଯାଉଥିବାବେଳେ ପ୍ରଥମ ସେମିଫାଇନାଲ ଝୁମ୍ପୁରା ଏବଂ ବନେଇକଳା, ଦ୍ୱିତୀୟ ସେମିଫାଇନାଲ ଶୁଆକାଟି ଏବଂ ରଜିଆ ମଧ୍ୟରେ ଖେଳ ଅନୁଷ୍ଠିତ ହେବ । ଏଥିରେ ଯେଉଁ ଦଳ ଦୁଇଟି ବିଜୟ ହେବେ ସେମାନେ ଫାଇନାଲ ମ୍ୟାଚ ଖେଳିବେ ।

ମୁଖ୍ୟ ଆକର୍ଷଣ ଭାବେ କଟକ ଓଡ଼ିଶା ପୁଲିସ ଏବଂ ତାରିଣୀ ଫୁଟବଲ୍ ଏକାଡେମୀ କେନ୍ଦୁଝର ମହିଳା ଟିମ୍ ଯୋଗ ଦେଇ ଖେଳ ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଫାଇନାଲରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଥି ନିମନ୍ତେ ଭିଡ଼କୁ ଆଖି ଆଗରେ ରଖି ସୁରକ୍ଷା ବ୍ୟବସ୍ତା କଡ଼ାକଡ଼ି ସହିତ ଦର୍ଶକଙ୍କ ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି ବୋଲି ରାଇଜିଂ ଷ୍ଟାର କ୍ଲବ ଅଧ୍ୟକ୍ଷ ଗଣେଶ୍ଵର ମହାନ୍ତ ସୂଚନା ଦେଇଛନ୍ତି । ସମସ୍ତ ମ୍ୟାଚ ଗୁଡ଼ିକ ଦିନବେଳେ ହିଁ ଖେଳ ହେବ ବୋଲି ଜଣାପଡ଼ିଛି।