ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଚୟନରେ ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ନିର୍ଣ୍ଣାୟକ ଭୂମିକା ଥିଲା । ମୋଦିଜୀଙ୍କ ବିଚାରର  ଦୁଇଟି ପ୍ରସଙ୍ଗ, ମହାମହିମ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ସମୟରେ ଉଲ୍ଲେଖ କରିବା  ସମୀଚିନ ହେବ । ମୋଦିଜୀ ପୂର୍ବୋଦୟ ପରିକଳ୍ପନାର ଜନକ । ଦେଶର ପଶ୍ଚିମ ଓ  ଦକ୍ଷିଣ ଭାଗ ତୁଳନାରେ ବିକାଶର ମାପଦଣ୍ଡରେ ପଛରେ ଥିବା ପୂର୍ବଭାଗକୁ ଆର୍ଥିକ  ଦୃଷ୍ଟିରୁ ସମୃଦ୍ଧ କରିବା ଥିଲା ତାଙ୍କର ଯୋଜନା । ଦେଶର ଗରିବ ଓ ମହିଳା ମାନଙ୍କ  ଦ୍ରୁତ ବିକାଶ ବିନା ବିକଶିତ ଭାରତର ପରିକଳ୍ପନା ସମ୍ଭବ ନୁହେଁ ବୋଲି ସେ ଥିଲେ  ସ୍ପଷ୍ଟ । ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରି ମୋଦିଜୀ ସାରା ଦେଶରେ  ତାଙ୍କର ପ୍ରାଥମିକତାକୁ ସଫଳତାର ସହ ହାସଲ କରିବା ପାଇଁ ଏକ ସୁନ୍ଦର ପୁଷ୍ଠଭୂମି  ତିଆରି କରିବାରେ ସଫଳ ହୋଇଥିଲେ ଏହା ନିଃସନ୍ଦେହରେ କୁହାଯାଇପାରେ ।

ଆଜି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ଜନ୍ମମାଟି ଓଡ଼ିଶା ଗସ୍ତରେ ଆସିବେ । ଓଡ଼ିଶା  ମାଟିରେ ପାଦଦେବାର ଅବ୍ୟବହିତ ପୂର୍ବରୁ ଭାରତ  ବର୍ଷର ଏହି ମହାନ ବିଭୂତିଙ୍କୁ ଓଡ଼ିଶାର ଏହି ପବିତ୍ର ମାଟିକୁ  ହୃଦୟର ସହ ସ୍ୱାଗତ କରୁଛି  । ସାଢ଼େ ୪ କୋଟି ଓଡ଼ିଆଙ୍କ  ତରଫରୁ ମା’ ବଡ଼ଭଉଣୀଙ୍କୁ ସ୍ୱାଗତ କରିବା ସମୟରେ  ସାନଭାଇର ହୃଦୟ ମଧ୍ୟ ଖୁସିରେ ଭରିଯାଉଛି ।  

ଭାରତ ବର୍ଷର ୧୫ତମ ରାଷ୍ଟ୍ରପତି ଭାବରେ ଜଣେ  ଓଡ଼ିଆ ଝିଅ ନିର୍ବାଚିତ ହେବା ନିଶ୍ଚିତ ଭାବରେ ଗର୍ବ ଓ  ଗୌରବର ବିଷୟ । ମାତ୍ର ପୂର୍ବ ୧୪ ରାଷ୍ଟ୍ରପତିଙ୍କ ଠାରୁ  ଓଡ଼ିଆ ଝିଅ ଦ୍ରୌପଦୀ ର୍ମୁର୍ମୁଙ୍କର ପରିଚୟ ଟିକେ ନିଆରା  ଓ ସ୍ୱତନ୍ତ୍ର । ଦେଶର ପ୍ରଥମ ଆଦିବାସୀ ମହିଳା ଭାବରେ  ଦେଶର ସର୍ବୋଚ୍ଚ ପଦବୀକୁ ଯିବା ଖାଲି ଓଡ଼ିଶା ପାଇଁ ଗର୍ବ  ଓ ଗୌରବର ବିଷୟ ନଥିଲା  । ସାରା ଦେଶର ଆଦିବାସୀ  ସମାଜ, ମହିଳା, ଗରିବ ଓ ଉପେକ୍ଷିତ ବର୍ଗଙ୍କ ପାଇଁ ଥିଲା  ସବୁଠାରୁ ଖୁସିର ଦିନ ।  

ମୋର ମନେଅଛି, ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ  ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ପରେ ସାରା ଦେଶରେ  ଦେଖାଦେଇଥିଲା ଉତ୍ସବର ମାହୋଲ । ହିମାଳୟରୁ କୁମାରିକା ପର୍ଯ୍ୟନ୍ତ ଆଦିବାସୀ-ଦଳିତ-ଗରିବ ଓ  ମେହନତି ମଣିଷ ରାଜରାସ୍ତାକୁ ଓହ୍ଲାଇ ଆସି ଉତ୍ସବ  ପାଳନ କରିଥିଲେ । ବୋଧହୁଏ ଅତୀତରେ ରାଷ୍ଟ୍ରପତି  ପ୍ରାର୍ଥୀ ଘୋଷଣାପରେ ସାରା ଦେଶରେ ଏପରି ମାେହାଲ ନା’ କେବେ ହୋଇଥିଲା ନା’ ଭବିଷ୍ୟତରେ ଏପରି  କେବେ ହେବ ମୁଁ ଭାବି ପାରୁନାହିଁ  ।  

ଦ୍ରୌପଦୀ ମୁର୍ମୁ ଖାଲି ଏକ ଆକର୍ଷଣୀୟ ବ୍ୟକ୍ତିତ୍ୱ  ନୁହଁନ୍ତି ବରଂ ତାଙ୍କ ପାରିବାରିକ ପୃଷ୍ଠଭୂମି ଏବଂ  ସାମାଜିକ ଜୀବନ ସାରା ଭାରତବାସୀଙ୍କ ପାଇଁ ଏକ  ଆକର୍ଷଣର ସ୍ଥିତି ତିଆରି କରିଥିଲା  ।  ରାଇରଙ୍ଗପୁରରୁ-ରାଇସିନା ହିଲ୍‌, ମାନେ ଯିଏ  ସମାଜ ଓ ଆର୍ଥିକ ବ୍ୟବସ୍ଥାର ସବୁଠାରୁ ଶେଷ ପାହଚର  ମଣିଷ-ସେ ଦେଶର ସର୍ବୋଚ୍ଚ ପଦବୀକୁ ଯାଇପାରେ ।  ଏହା ଭାରତର ଗଣତନ୍ତ୍ରର ଶକ୍ତି  । ଏକଥା ଖାଲି ଆମ  ଦେଶର ସମ୍ୱିଧାନର ସମାନତାର ଅଧିକାରର ପୋଥି  ବାଇଗଣ ନୁହେଁ ବରଂ ଭାରତ ଭଳି ଦେଶର ଏହା  ସତ୍ୟ ଓ ଅଙ୍ଗେନିଭା କଥା ହୋଇପାରେ । 

ଶ୍ରୀମତୀ ମୁର୍ମୁ  ରାଷ୍ଟ୍ରପତି ହୋଇ ଏହା ପ୍ରମାଣିତ କରିଛନ୍ତି । ନିଶ୍ଚିତ  ଭାବରେ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଚୟନରେ  ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏକ  ଗୁରୁତ୍ୱପୂର୍ଣ୍ଣ ଏବଂ ନିର୍ଣ୍ଣାୟକ ଭୂମିକା ଥିଲା । ମୋଦିଜୀଙ୍କ  ବିଚାରର ଦୁଇଟି ପ୍ରସଙ୍ଗ, ମହାମହିମ ରାଷ୍ଟ୍ରପତିଙ୍କୁ  ସ୍ୱାଗତ କରିବା ସମୟରେ ଉଲ୍ଲେଖ କରିବା ସମୀଚିନ  ହେବ । ମୋଦିଜୀ ପୂର୍ବୋଦୟ ପରିକଳ୍ପନାର ଜନକ ।  ଦେଶର ପଶ୍ଚିମ ଓ ଦକ୍ଷିଣ ଭାଗ ତୁଳନାରେ ବିକାଶର  ମାପଦଣ୍ଡରେ ପଛରେ ଥିବା ପୂର୍ବଭାଗକୁ ଆର୍ଥିକ ଦୃଷ୍ଟିରୁ  ସମୃଦ୍ଧ କରିବା ଥିଲା ତାଙ୍କର ଯୋଜନା । ଦେଶର ଗରୀବ  ଓ ମହିଳା ମାନଙ୍କ ଦୃତ ବିକାଶ ବିନା ବିକଶିତ ଭାରତର  ପରିକଳ୍ପନା ସମ୍ଭବ ନୁହେଁ ବୋଲି ସେ ଥିଲେ ସ୍ପଷ୍ଟ  ।  ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରି  ମୋଦୀଜୀ ସାରା ଦେଶରେ ତାଙ୍କର ପ୍ରାଥମିକତାକୁ  ସଫଳତାର ସହ ହାସଲ କରିବା ପାଇଁ ଏକ ସୁନ୍ଦର  ପୁଷ୍ଠଭୂମି ତିଆରି କରିବାରେ  ସଫଳ ହୋଇଥିଲେ ଏହା  ନିଃସନ୍ଦେହରେ କୁହାଯାଇପାରେ  ।  

ମୋର ମନେ ଅଛି  ଝାଡଖଣ୍ଡର ରାଜ୍ୟପାଳ  ଥିବାବେଳେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା  ଯୋଜନାର ଉଦଘାଟୀନ ଉତ୍ସବରେ  ଯୋଗଦେବା ଅବସରରେ ତାଙ୍କର  ପିଲାଦିନର କାହାଣୀ ସାରାଦେଶ  ବାସୀଙ୍କୁ ପ୍ରଭାବିତ କରିଥିଲା। ଛାତ୍ରାବସ୍ଥାରେ ନିଜେ ଦ୍ରୌପଦୀ  ମୁର୍ମୁ ଘରେ ରୋଷାଇ ପାଇଁ ଜଙ୍ଗଲକୁ ଯାଇ ଶୁଖିଲା କାଠ ସଂଗ୍ରହ  କରି ଘରକୁ ଆଣିବାର କାହାଣୀ  ସାରା ଦେଶ ଶୁଣିଥିଲା । ଚୁଲି  ଧୂଆଁର କଷ୍ଟ ଶ୍ରୀମତୀ ମୁର୍ମୁଙ୍କର ଅଙ୍ଗେନିଭା କାହାଣୀ । ମୋର ସୌଭାଗ୍ୟ ୨୦୦୦ ମସିହାରେ ମୁଁ ବିଧାୟକ  ଭାବରେ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇ ପବିତ୍ର ଗୃହରେ ପ୍ରବେଶ କରିଥିଲି । ଦ୍ରୌପଦୀ ମୁର୍ମୁ ସେତେବେଳେ  ରାଜ୍ୟ ସରକାରରେ ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ । 

ନିଜ ବିଭାଗ କାମକୁ ନିଷ୍ଠା ଓ କଠିନ ପରିଶ୍ରମର ସହ  ସଫଳ କରିବାରେ ସେ ଥିଲେ ସିଦ୍ଧହସ୍ତ । ବିଧାନସଭା  ଭିତରେ ବିରୋଧୀଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ବେଳେ  ସେ ସବୁବେଳେ ଶାନ୍ତ, ସରଳ ଓ ଅତ୍ୟନ୍ତ ଭଦ୍ରାମିର  ସହ ଉତ୍ତର ରଖି ବିରାଧୀଙ୍କୁ ଚୁପ୍‌ କରିବାର କ୍ଷମତା ରଖିଥିଲେ । ଜଣେ ଯୁବ ବିଧାୟକ ଭାବରେ ବିଶେଷ  କରି ସରକାରୀ ମେଣ୍ଟର ସଦସ୍ୟ ହୋଇଥିବା  କାରଣରୁ କହିବାକୁ ସୁଯୋଗ ମିଳୁଥିଲା କମ୍‌ । ମାତ୍ର  ସେତେବେଳେ ଦ୍ରୌପଦୀ ମୁର୍ମୁ ଆମକୁ କିପରି ନିଜ  ଅଞ୍ଚଳ ତଥା ରାଜ୍ୟର ଗରିବ-ମହିଳା, ଆଦିବାସୀ,  ଦଳିତ ଓ କୃଷକ, ଯୁବକଙ୍କ ସମସ୍ୟାକୁ ଉତଥାପନ  କରିବା ସେ ସମ୍ପର୍କରେ ପରାମର୍ଶ ଦେଉଥିଲେ । 

ଆମେ  ୨୦୦୦ ମସିହାରେ ବିଧାୟକ ହେବାର ପ୍ରାରମ୍ଭିକ ବର୍ଷ  ଗୁଡ଼ିକରେ ଦ୍ରୌପଦୀ ମୁର୍ମୁଙ୍କଠାରୁ ଗରିବଙ୍କ ବିକାଶ  ସମ୍ପର୍କରେ ଯେଉଁ ଶିକ୍ଷା ଗ୍ରହଣ କରିଥିଲୁ ପରବର୍ତ୍ତୀ  ସମୟରେ ମୋଦୀଜୀ ସେହି କଥାକୁ ୪ ଜାତିର ବିକାଶ  ନାଁର ବେଶ ଜନପ୍ରିୟ କରିଛନ୍ତି  । ଏହା ମହିଳା , ଯୁବକ, କୃଷକ, ଗରିବ କଲ୍ୟାଣ ନାଁରେ  ବେଶ ଜନପ୍ରିୟ ହୋଇଛି  । ୨୦୧୪  ମସିହାରେ ମୋଦିଙ୍କ ବିକାଶର  ନୂଆ ଦୃଷ୍ଟିକୋଣ ଦେଶବାସୀଙ୍କ ସାମ୍ନାରେ ଉପସ୍ଥାପିତ ହେବାର  ଯଥେଷ୍ଟ ପୂର୍ବରୁ ଦ୍ରୌପଦୀ ମୁର୍ମୁ  ଯେ ଜଣେ ଦୂରଦୃଷ୍ଟିସମ୍ପନ୍ନ ରାଷ୍ଟ୍ର  ନାୟକ ଥିଲେ ତାର ପରିଚୟ ସେ ସମୟରେ ମୋ’ ଭଳି ଜଣେ ଯୁବ  ବିଧାୟକ ମର୍ମେ ମର୍ମେ ଅନୁଭବ  କରିଥିଲା ।  

ଆମ ରାଜ୍ୟର ମୋଟ  ଜନସାଧାରଣ ମଧ୍ୟରୁ ୨୨  ପ୍ରତିଶତ ହେଉଛନ୍ତି ଆଦିବାସୀ  ସଂପ୍ରଦାୟର । ଆମ ରାଜ୍ୟ ୬୨  ପ୍ରକାରର ଜନଜାତି ବର୍ଗର ଜନସାଧାରଣ ବସବାସ  କରୁଛନ୍ତି । ଓଡ଼ିଶାରେ ଆଦିବାସୀମାନଙ୍କର ନୃତ୍ୟ,  ସଙ୍ଗୀତ, ହସ୍ତଶିଳ୍ପ ଓ ପାରମ୍ପରିକ ଉତ୍ସବ ଆମ ରାଜ୍ୟରେ  ସେମାନଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି  । ପ୍ରକୃତି  ସହ ଆଦିବାସୀଙ୍କ ସମ୍ପର୍କ । ଶାଳ ଗଛର ଫୁଲ ଫୁଟିଲେ  ସେମାନେ ମନାନ୍ତି ଚଇତି ପର୍ବ । ପ୍ରାକୃତିକ ରଙ୍ଗରେ  ଚିତ୍ରକଳା ଘରର କାନ୍ଥରେ ନୂଆ ପରିଚୟ ସୃଷ୍ଟିକରେ ।  

ଓଡ଼ିଆ ଆଦିବାସୀ ବର୍ଗରେ ଜନ୍ମ ନେଇଥିବା  ସନ୍ଥକବି ଭୀମଭୋଇଙ୍କୁ ଯଦି ବିଶ୍ୱର ସବୁଠୁ ବଡ଼ ଦାର୍ଶନିକମାନଙ୍କ ମଧ୍ୟରେ ସ୍ଥାନୀତ କରିବା ବୋଧହୁଏ ଭୁଲ୍‌ ହେବ  ନାହିଁ  । ସାମାଜିକ ସମରସତା, ଆଦିବାସୀଙ୍କ ସମାନତା  ଏବଂ ମାନବୀୟ ସମ୍ୱେଦନଶୀଳତାର ଭୀମଭୋଇ ମୂର୍ତ୍ତିମନ୍ତ  ପ୍ରତୀକ କହିଲେ ଭୁଲ୍‌ ହେବ ନାହିଁ । ତାଙ୍କ ଦ୍ୱାରା ରଚିତ  କାଳଜୟୀ କବିତା-ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ,  ଦେଖୁଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ  ପଡ଼ିଥାଉ, ଜଗତ ଉଦ୍ଧାର ହେଉ । ଏହା ଓଡ଼ିଆ ସଭ୍ୟତା,  ସଂସ୍କୃତି, ତ୍ୟାଗ, ତପସ୍ୟା, ବଳିଦାନର ମଧୁର କାହାଣୀକୁ  ସୁନ୍ଦର ଭାବେ ବାଖ୍ୟା କରୁଛି  ।  

ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସିଥିବା  ସାନ୍ତାଳୀ ଜନଜାତି ଗୋଷ୍ଠୀର ଗୌରବମୟ ପରମ୍ପରା  ରହିଛି । ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପରି ପ୍ରାତଃ  ସ୍ମରଣୀୟ ବ୍ୟକ୍ତିତ୍ୱ ଅଲଚିକି ଭାଷାର ଲିପି ପ୍ରସ୍ତୁତ  କରିଥିଲେ । ଏହି ଭାଷା ଦେଶର ଅଦ୍ୱିତୀୟ ଜନନାୟକ  ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ସମ୍ୱିଧାନର  ଅଷ୍ଟମ ଅନୁଚ୍ଛେଦରେ ସ୍ଥାନ ପାଇଥିଲା । ଅଲଚିକି ଭାଷା  ସମ୍ୱିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ ହେବା  ଅବସରରେ ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ  ଉତ୍ସବରେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କର ଖୁସି ଗଦଗଦ  ଚେହେରା ଓ ତାଙ୍କ ହାତରେ ମିଠା ବଣ୍ଟାର ମୁହୂର୍ତ୍ତ ଆଜି  ବି ମୋ ମନରେ ତାଜା ଅଛି । ସେ ତାଙ୍କର ଜନଜାତି  ଗୋଷ୍ଠୀ ଓ ଭାଷା ସହ କିପରି ଓତଃପ୍ରୋତ ଭାବରେ  ଜଡ଼ିତ ଥିଲେ ତା’ର ଝଲକ ଦେଖିବାକୁ ମିଳିଥିଲା ।  ୨୦୦୩ ମସିହାରେ ଅଲଚିକି ଭାଷା ସମ୍ୱିଧାନର ଅଷ୍ଟମ  ଅନୁଚ୍ଛେଦରେ ସାମିଲ ହେବା ସମୟରେ ଶ୍ରୀମତୀ ମୁର୍ମୁ  ଓଡ଼ିଶା ସରକାରରେ ମନ୍ତ୍ରୀ ଥିଲେ । ସେ ସମୟରେ  ଆଦିବାସୀ ଗୋଷ୍ଠୀ ଓ ଭାଷା ପାଇଁ ତାଙ୍କ ମନରେ ଥିବା  ଶ୍ରଦ୍ଧା ଓ ସମ୍ମାନ ଜଣେ ଆଦିବାସୀ ଭାବରେ ମୋତେ  ଅନେକ ପ୍ରେରଣା ଯୋଗାଇଥିଲା । 

ଓଡ଼ିଶାର ଏହି ମହାନ ବିଭୂତି ତଥା ମହିଳା ଓ  ଗରିବଙ୍କ ରୋଲ ମଡେଲଙ୍କୁ ରାଜନୈତିକ ଅଭିସନ୍ଧି ରଖି  ଅନେକବାର ଲାଞ୍ଛନା ଓ ଅପମାନ ଦେବାକୁ ମଧ୍ୟ ପଛାଉ  ନାହାନ୍ତି । ଜଣେ ଗରିବ ଓ ଉପେକ୍ଷିତ ମହିଳା କିପରି  ଦେଶର ସର୍ବୋଚ୍ଚ ପଦବୀକୁ ଯିବ ସାମନ୍ତବାଦୀ ରାଜନୈତିକ ବିଚାର ରଖିଥିବା ଲୋକ ଗ୍ରହଣ କରିବା କଷ୍ଟକର  ।  

ଆଜି ଯେତେବେଳେ ମହାମହିମ ଭାବରେ ଦ୍ରୌପଦୀ  ମୁର୍ମୁ ଓଡ଼ିଶାରେ ପଦାର୍ପଣ କରିବେ ଜଣେ ସାଧାରଣ  ଆଦିବାସୀ ପରିବାରରୁ ଆସିଥିବା ବ୍ୟକ୍ତି ଭାବରେ ମୁଁ  ବିଶେଷ ଆନନ୍ଦିତ । ଦାରିଦ୍ର‌୍ୟ, ଅଭାବ, ଅନଟନ ଭିତରେ  ଜୀବନ ସଂଘର୍ଷ ଓ ତା’ ଭିତରେ ପଡ଼ିଉଠି ଛିଡ଼ା ହେବାର  ଅନୁଭବ ମୋ ପାଖରେ ଅଛି । ରାଜ୍ୟର ଆଦିବାସୀ ଓ  ଗରିବଙ୍କ ପାଇଁ ଆହୁରି ନିଷ୍ଠା ଓ ଯୋଜନାବଦ୍ଧ ଭାବରେ  କାମ କରିବା ପାଇଁ ମହାମହିମ ମୋ ପାଇଁ ପ୍ରେରଣା ।  ମହାମହିମଙ୍କର ଓଡ଼ିଶାରେ ପଦାର୍ପଣଠାରୁ ବିଭିନ୍ନ  କାର୍ଯ୍ୟକ୍ରମରେ ଯୋଗଦେଇ ପୁଣି ଦିଲ୍ଲୀ ଫେରିବା ପର୍ଯ୍ୟନ୍ତ  ସବୁ କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ମୁଁ କଡ଼ା ନିର୍ଦ୍ଦେଶ  ଦେଇଛି । ମହାମହିମଙ୍କ ଏହି ଗସ୍ତ କାଳରେ ସାରା  ଓଡ଼ିଶାବାସୀ ତାଙ୍କୁ ଉତ୍ସସିତ ସମ୍ୱର୍ଦ୍ଧନା ଦେବେ ଏବଂ ନୂଆ  ପିଢ଼ି ପ୍ରେରଣା ନେବ ଏଥିରେ ସନ୍ଦେହ ନାହିଁ  ।  ଜୟ ଜଗନ୍ନାଥ