କଟକ,୧୭/୧୨:  ଜାତୀୟସ୍ତରୀୟ ରିଆଲିଟି ସୋ’ ଇଣ୍ଡିଆନ୍‌  ଆଇଡଲ୍‌ରେ ଶ୍ରେଷ୍ଠ ୧୬ଜଣଙ୍କ ମଧ୍ୟରେ ସ୍ଥାନ ବଜାୟ ରଖିଥିବା କଟକର ପୁଅ ଜ୍ୟୋତିପ୍ରକାଶ ଓଝାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରସଂଶା କରିଛନ୍ତି । ଏମିତିକି  ତାଙ୍କୁ ସମ୍ପୂର୍ଣ୍ଣ ରାଜ୍ୟବାସୀ ସମର୍ଥନ ଜଣାଇବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି ।  ତାଙ୍କ ସଫଳତା ଆମ ପାଇଁ ଗୌରବ ସାଜିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । 

ସୋମବାର  ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବକ୍ସିବଜାର ରିଜର୍ଭ ପୁଲିସ୍‌ ଲାଇନ୍‌ ପଡ଼ିଆରେ  ୬୯ ତମ ରାଜ୍ୟ ପୁଲିସ୍‌ର ଏକ ଭବ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଅବସରରେ ସୋନି ଟିଭିରେ ପ୍ରସାରିତ ରିଆଲିଟୀ ସୋ "ଇଣ୍ଡିଆନ୍‌  ଆଇଡଲ୍‌’ର ସୁନ୍ଦର ଗୀତ ପରିବେଷଣ କରି ସମସ୍ତଙ୍କ ମନ ଜିତୁଥିବା  ଜ୍ୟୋତି ପ୍ରକାଶଙ୍କ କଥା କହିଥିଲେ । ସେ ଜଣେ ଗୋସେବକ ହେବା ସହିତ  ଖୁବ୍‌ କମ୍‌ ସମୟରେ ଏତେ ବଡ଼ ମଞ୍ଚରେ ପହଞ୍ଚିବାକୁ ନେଇ ପ୍ରସଂଶା  କରିଥିଲେ । ତେଣୁ ଜ୍ୟୋତିପ୍ରକାଶ ଓଝାଙ୍କୁ ସୋନି ଲାଇଭ ଆପ୍‌ ମାଧ୍ୟମରେ  ବିପୁଳ ଭୋଟ ଦେଇ ଜିତାଇବାକୁ ଓଡ଼ିଶାବାସୀଙ୍କୁ ନିବେଦନ କରିଥିଲେ ।