ଭୁବନେଶ୍ବର : ରାଜ୍ୟରେ ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା । ରାଜ୍ୟ ସରକାର ଗରିବ ଓ ଅସହାୟ ପରିବାରର ଝିଅମାନଙ୍କ ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ଯୋଜନା ପ୍ରଣୟଣ କରିଛନ୍ତି, ଯାହାର ନାଁ “ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା”ରଖାଯାଇଛି। ଏହି ଯୋଜନା ଅନୁସାରେ ଅର୍ଥନୈତିକ ଦୃଷ୍ଟିରୁ ଦୁର୍ବଳ ପରିବାରରେ ଜନ୍ମ ନେଇଥିବା ଝିଅ ମାନଙ୍କ ବିବାହ ପାଇଁ ଆର୍ଥିକ ସହଯୋଗ ପ୍ରଦାନ କରାଯିବ। ଏଥିରେ ବିବାହ ସମୟରେ ଆବଶ୍ୟକୀୟ ଖର୍ଚ୍ଚ ପାଇଁ ଆର୍ଥିକ ସହାୟତା ସହ ଉପହାର ମଧ୍ୟ ଦିଆଯିବ। ଏଥିପାଇଁ ରାଜ୍ୟ ମହିଳା ଶିଶୁ ବିକାଶ ବଭାଗ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି।
କେମିତି ମିଳିବ ଟଙ୍କା ?
କନ୍ୟାଙ୍କ ଆକାଉଣ୍ଟକୁ ଯିବ ୩୫ ହଜାର ଟଙ୍କା । ବିବାହ କାର୍ଯ୍ୟ ପାଇଁ ମିଳିବ ୬ ହଜାର ଟଙ୍କା । ଏଥିସହ ୧୦ ହଜାର ଟଙ୍କାର ଉପହାର ଦେବେ ସରକାର । ଆଉ ଏହି ଉପହାରରେ ପାଉଞ୍ଜି, ଚୁଡି, ଝୁଣ୍ଟିଆ, ବାସନ ଭଳି ଜିନିଷ ଦେବେ ସରକାର ।
କିଏ ପାଇବା ଯୋଗ୍ୟ ?...
ଏହି ଯୋଜନା ପାଇବା ପାଇଁ କିଛି ଗାଇଡ ଲାଇନ ମଧ୍ୟ ସରକାର ରଖିଛନ୍ତି। ଏଥି ପାଇଁ ଝିଅର ବୟସ ସର୍ବନିମ୍ନ ୧୮ ବର୍ଷ ହୋଇଥିବା ଆବଶ୍ୟକ। ପ୍ରଥମ ଥର ବିବାହ କରୁଥିବା ଯୁବତୀଙ୍କୁ ଏହି ସୁବିଧା ମିଳିବ। ବର କନ୍ୟା ଉଭୟ ଓଡ଼ିଶାର ହେଇଥିବା ଦରକାର । ଯେଉଁ ମାନେ ଗରିବ ସେଇ ମାନେ ଏଥିରେ ଲାଭ ପାଇବେ । ବିଧବା ମହିଳା ମଧ୍ୟ ଆଉ ଥରେ ବାହାହେଲେ ଏହାର ଲାଭ ପାଇ ପାରିବେ ।